ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ ବିପଜ୍ଜନକ ହୋଇଛି। ସାଢ଼େ ୩ ବର୍ଷ ବ୍ୟବଧାନରେ ପୌର ନିର୍ବାଚନ ହୋଇଛି ଏବଂ ପ୍ରତ୍ୟକ୍ଷ ଭାବେ ମେୟର ନିର୍ବାଚିତ ହୋଇଛନ୍ତି। ଶାସକ ଓ ବିରୋଧୀ ଦଳରୁ ୪୨ କର୍ପୋରେଟରଙ୍କୁ ଭୋଟରମାନେ ନିର୍ବାଚିତ କରିଛନ୍ତି। ଗତ ୮ ତାରିଖରେ ନୂଆ ପରିଷଦ ମଧ୍ୟ ଗଠନ ହୋଇଛି। ତେବେ ସହରାଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନରେ ନୂଆ ପରିଷଦକୁ ଚ୍ୟାଲେଞ୍ଜ ହେବାର ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ୨୦୧୩ ପୌର ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ। ସେତେବେଳର ୪୦ଟି ଯାକ ୱାର୍ଡରେ ରୋଡ ଶୋ କରିଥିଲେ। ଶେଷରେ ଆୟୋଜିତ ଜନସମାବେଶରେ ବ୍ରହ୍ମପୁର ବିକାଶ ମୋ ଦାୟିତ୍ୱ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁଯାୟୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପର୍ଯ୍ୟାୟକ୍ରମେ ବିପୁଳ ପରିମାଣର ସରକାରୀ ଅନୁଦାନ ମଞ୍ଜୁର କରିଥିଲେ। ତେବେ ଅନୁଦାନ ଠିକଣା ଭାବରେ ଓ ନିର୍ଦ୍ଦିଷ୍ଟ ସମୟରେ ଖର୍ଚ୍ଚ ହୋଇପାରିନଥିଲା। ତେଣୁ ବିକାଶ ପଛରେ ପଡ଼ିଗଲା। ପୂର୍ବ ପରିଷଦର ୫ ବର୍ଷିଆ କାର୍ଯ୍ୟକଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଲା ଓ ଅକ୍ଟୋବର ୧ରୁ ସରକାରଙ୍କ ନିୟନ୍ତ୍ରଣକୁ ଗଲା। ସ୍ବାୟତ୍ତ ଶାସନ ସଂସ୍ଥାରେ ଅମଲାତନ୍ତ୍ରୀ ରାଜୁତି ଚାଲିଲା।
ଅମଲାତନ୍ତ୍ରୀ ଶାସନରେ ମନଇଚ୍ଛା କାର୍ଯ୍ୟ ଯୋଗୁ ଅନେକ ଯୋଜନା ପ୍ରସ୍ତାବରେ ଅଟକିଗଲା। କେବଳ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ବ୍ୟତୀତ ଅନ୍ୟ କୌଣସି ଆଖିଦୃଶିଆ ଉନ୍ନତି ହୋଇନଥିଲା। ୨୦୨୧ ଜୁନ ୨୪ରେ ମହାନଗର ନିଗମର ୨୦୨୧-୨୨ ବର୍ଷର ବଜେଟ ବୈଠକ ଜିଲାପାଳ ତଥା ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୩୮୯.୨୩ କୋଟି ଟଙ୍କାର ଆୟ-ବ୍ୟୟ ସମତୁଲ ବଜେଟ ଗୃହୀତ ହୋଇଥିଲା। ସେଥିରୁ ବିଭିନ୍ନ ବିକାଶ ଯୋଜନା ପାଇଁ ୧୪୯ କୋଟି ବରାଦ କରାଯାଇଥିଲା। ତନ୍ମଧ୍ୟରେ ପୋଖରୀ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ, ଫୁଡକୋର୍ଟ, ସ୍ମାର୍ଟ ରୋଡ, ପେଣ୍ଡୁରା ଗାଡ଼ିଆ ମାର୍କେଟ କମ୍ପ୍ଲେକ୍ସ ଆଦି ଥିଲା। କେବଳ ୨୦ ସ୍ମାର୍ଟ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି ଓ ତାହା ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନ ହୋଇ ଅଧାପନ୍ତରିଆ ରହିଛି।
ଅପରପକ୍ଷରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ନିମନ୍ତେ ବୃହତ୍ତର ଜାନିବିଲି ପ୍ରକଳ୍ପ ନିର୍ମାଣ ହେଉଛି। ୫ ଶହ କୋଟି ଟଙ୍କାର ଏହି ଯୋଜନା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ ତରବରିଆ ଭାବରେ ଏହି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ୩ ବର୍ଷ ବିତିବା ପରେ ବି ନିର୍ମାଣ କାର୍ଯ୍ୟ ସରୁନାହିଁ। ପାଇପ ଲାଇନ ବିଛାଇବା ପାଇଁ ଗଳି କନ୍ଦି ରାସ୍ତା ମନଇଚ୍ଛା ଖୋଳା ଯାଇଛି। ଫଳରେ ରାସ୍ତା ସମସ୍ୟା ବିପଜ୍ଜନକ ହୋଇଯାଇଛି। କେବେ ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଜାନିବିଲି ପ୍ରକଳ୍ପ ନିର୍ମାଣ ଏକ ନାମୀଦାମୀ ଉଦ୍ୟୋଗକୁ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ସାରିବା ଲାଗି ପ୍ରଶାସନ ପକ୍ଷରୁ ବହୁବାର ତାଗିଦ ସତ୍ତ୍ୱେ ସେହି ଉଦ୍ୟୋଗ ଖାତିରି କରୁନାହିଁ। ନିର୍ବାଚିତ ନେତାମାନେ ମଧ୍ୟ ପାଟି ଖୋଲିବାକୁ ସାହାସ କରୁନାହାନ୍ତି।
ଏଭଳି ସ୍ଥିତିରେ ପୌର ସଂସ୍ଥା ନିର୍ବାଚିତ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣକୁ ଆସିଛି। ତେଣୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ସ୍ପଷ୍ଟ ହୋଇଛି। ୨୦୨୧-୨୨ ବର୍ଷର ବଜେଟ ବ୍ୟୟବରାଦ ଏଯାବତ କାର୍ଯ୍ୟକାରୀ ହୋଇନଥିବା ବେଳେ ନୂଆ ପରିଷଦ ୨୦୨୨-୨୩ ବର୍ଷର ବଜେଟ ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ୧୫୫ ବର୍ଷର ଏହି ପୌର ସଂସ୍ଥାରେ ନୂଆ ନିର୍ବାଚିତ ପରିଷଦ କିଭଳି ଭାବରେ ବିକାଶକୁ ଆଗେଇ ନେବେ ସେଥିପାଇଁ ନଜର ରଖାଯାଇଛି। ମହାନଗର ବାସୀଙ୍କ ସହଯୋଗ ଏବଂ ସରକାରଙ୍କ ସହାୟତାରେ ରେଶମ ନଗରୀର ବହୁମୁଖୀ ବିକାଶ ଘଟିବାର ମେୟର ସଂଘମିତ୍ରା ଦଳେଇ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?