ମହାନଗର ଗଳିକନ୍ଦି ରାସ୍ତା ବିପଜ୍ଜନକ, ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର ଅଫିସ,୨୪।୪: ବ୍ରହ୍ମପୁର ମହାନଗରରେ ଗଳି କନ୍ଦି ରାସ୍ତାଗୁଡ଼ିକ ଶୋଚନୀୟ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ପାଦଚଲା ମଧ୍ୟ ବିପଜ୍ଜନକ ହୋଇଛି। ସାଢ଼େ ୩ ବର୍ଷ ବ୍ୟବଧାନରେ ପୌର ନିର୍ବାଚନ ହୋଇଛି ଏବଂ ପ୍ରତ୍ୟକ୍ଷ ଭାବେ ମେୟର ନିର୍ବାଚିତ ହୋଇଛନ୍ତି। ଶାସକ ଓ ବିରୋଧୀ ଦଳରୁ ୪୨ କର୍ପୋରେଟରଙ୍କୁ ଭୋଟରମାନେ ନିର୍ବାଚିତ କରିଛନ୍ତି। ଗତ ୮ ତାରିଖରେ ନୂଆ ପରିଷଦ ମଧ୍ୟ ଗଠନ ହୋଇଛି। ତେବେ ସହରାଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନରେ ନୂଆ ପରିଷଦକୁ ଚ୍ୟାଲେଞ୍ଜ ହେବାର ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ୨୦୧୩ ପୌର ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ। ସେତେବେଳର ୪୦ଟି ଯାକ ୱାର୍ଡରେ ରୋଡ ଶୋ କରିଥିଲେ। ଶେଷରେ ଆୟୋଜିତ ଜନସମାବେଶରେ ବ୍ରହ୍ମପୁର ବିକାଶ ମୋ ଦାୟିତ୍ୱ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁଯାୟୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପର୍ଯ୍ୟାୟକ୍ରମେ ବିପୁଳ ପରିମାଣର ସରକାରୀ ଅନୁଦାନ ମଞ୍ଜୁର କରିଥିଲେ। ତେବେ ଅନୁଦାନ ଠିକଣା ଭାବରେ ଓ ନିର୍ଦ୍ଦିଷ୍ଟ ସମୟରେ ଖର୍ଚ୍ଚ ହୋଇପାରିନଥିଲା। ତେଣୁ ବିକାଶ ପଛରେ ପଡ଼ିଗଲା। ପୂର୍ବ ପରିଷଦର ୫ ବର୍ଷିଆ କାର୍ଯ୍ୟକଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଲା ଓ ଅକ୍ଟୋବର ୧ରୁ ସରକାରଙ୍କ ନିୟନ୍ତ୍ରଣକୁ ଗଲା। ସ୍ବାୟତ୍ତ ଶାସନ ସଂସ୍ଥାରେ ଅମଲାତନ୍ତ୍ରୀ ରାଜୁତି ଚାଲିଲା।
ଅମଲାତନ୍ତ୍ରୀ ଶାସନରେ ମନଇଚ୍ଛା କାର୍ଯ୍ୟ ଯୋଗୁ ଅନେକ ଯୋଜନା ପ୍ରସ୍ତାବରେ ଅଟକିଗଲା। କେବଳ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ବ୍ୟତୀତ ଅନ୍ୟ କୌଣସି ଆଖିଦୃଶିଆ ଉନ୍ନତି ହୋଇନଥିଲା। ୨୦୨୧ ଜୁନ ୨୪ରେ ମହାନଗର ନିଗମର ୨୦୨୧-୨୨ ବର୍ଷର ବଜେଟ ବୈଠକ ଜିଲାପାଳ ତଥା ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୩୮୯.୨୩ କୋଟି ଟଙ୍କାର ଆୟ-ବ୍ୟୟ ସମତୁଲ ବଜେଟ ଗୃହୀତ ହୋଇଥିଲା। ସେଥିରୁ ବିଭିନ୍ନ ବିକାଶ ଯୋଜନା ପାଇଁ ୧୪୯ କୋଟି ବରାଦ କରାଯାଇଥିଲା। ତନ୍ମଧ୍ୟରେ ପୋଖରୀ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ, ଫୁଡକୋର୍ଟ, ସ୍ମାର୍ଟ ରୋଡ, ପେଣ୍ଡୁରା ଗାଡ଼ିଆ ମାର୍କେଟ କମ୍ପ୍ଲେକ୍ସ ଆଦି ଥିଲା। କେବଳ ୨୦ ସ୍ମାର୍ଟ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି ଓ ତାହା ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନ ହୋଇ ଅଧାପନ୍ତରିଆ ରହିଛି।
ଅପରପକ୍ଷରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ନିମନ୍ତେ ବୃହତ୍ତର ଜାନିବିଲି ପ୍ରକଳ୍ପ ନିର୍ମାଣ ହେଉଛି। ୫ ଶହ କୋଟି ଟଙ୍କାର ଏହି ଯୋଜନା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ ତରବରିଆ ଭାବରେ ଏହି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ୩ ବର୍ଷ ବିତିବା ପରେ ବି ନିର୍ମାଣ କାର୍ଯ୍ୟ ସରୁନାହିଁ। ପାଇପ ଲାଇନ ବିଛାଇବା ପାଇଁ ଗଳି କନ୍ଦି ରାସ୍ତା ମନଇଚ୍ଛା ଖୋଳା ଯାଇଛି। ଫଳରେ ରାସ୍ତା ସମସ୍ୟା ବିପଜ୍ଜନକ ହୋଇଯାଇଛି। କେବେ ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଜାନିବିଲି ପ୍ରକଳ୍ପ ନିର୍ମାଣ ଏକ ନାମୀଦାମୀ ଉଦ୍ୟୋଗକୁ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ସାରିବା ଲାଗି ପ୍ରଶାସନ ପକ୍ଷରୁ ବହୁବାର ତାଗିଦ ସତ୍ତ୍ୱେ ସେହି ଉଦ୍ୟୋଗ ଖାତିରି କରୁନାହିଁ। ନିର୍ବାଚିତ ନେତାମାନେ ମଧ୍ୟ ପାଟି ଖୋଲିବାକୁ ସାହାସ କରୁନାହାନ୍ତି।
ଏଭଳି ସ୍ଥିତିରେ ପୌର ସଂସ୍ଥା ନିର୍ବାଚିତ ଜନ ପ୍ରତିନିଧିଙ୍କ ନିୟନ୍ତ୍ରଣକୁ ଆସିଛି। ତେଣୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ସ୍ପଷ୍ଟ ହୋଇଛି। ୨୦୨୧-୨୨ ବର୍ଷର ବଜେଟ ବ୍ୟୟବରାଦ ଏଯାବତ କାର୍ଯ୍ୟକାରୀ ହୋଇନଥିବା ବେଳେ ନୂଆ ପରିଷଦ ୨୦୨୨-୨୩ ବର୍ଷର ବଜେଟ ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ୧୫୫ ବର୍ଷର ଏହି ପୌର ସଂସ୍ଥାରେ ନୂଆ ନିର୍ବାଚିତ ପରିଷଦ କିଭଳି ଭାବରେ ବିକାଶକୁ ଆଗେଇ ନେବେ ସେଥିପାଇଁ ନଜର ରଖାଯାଇଛି। ମହାନଗର ବାସୀଙ୍କ ସହଯୋଗ ଏବଂ ସରକାରଙ୍କ ସହାୟତାରେ ରେଶମ ନଗରୀର ବହୁମୁଖୀ ବିକାଶ ଘଟିବାର ମେୟର ସଂଘମିତ୍ରା ଦଳେଇ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri