ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ, ଅଳଙ୍କାର ନଷ୍ଟ ହେବା ଆଶଙ୍କା

ପୁରୀ,୧୭ା୬(ଅଜିତ୍‌ ମହାନ୍ତି): ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ହେବା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂତନ ଭାଜପା ସରକାର ଶାସନ ଗାଦିକୁ ଆସିବା ପୂର୍ବରୁ ଭକ୍ତଙ୍କ ନିମନ୍ତେ ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ଗଣତିମଣତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି ନୂତନ ସରକାର। ସମ୍ପ୍ରତି ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛନ୍ତି। ତେଣୁ ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ ହୋଇପଡ଼ିଛି ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦଇତାପତି ସେବାୟତ ଜଗନ୍ନାଥ ସ୍ବାଇଁ ମହାପାତ୍ର ଅଭିଯୋଗ ଆଣିଛନ୍ତି।
ସ୍ବାଇଁ ମହାପାତ୍ର ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ନୂଆ ସରକାର ତାଙ୍କ ପ୍ରତିଶ୍ରୁତି ରଖି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲେ। ଏବେ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଶା ରହିଛି। ତେବେ ରତ୍ନଭଣ୍ଡାର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି। ରତ୍ନଭଣ୍ଡାରରେ ବର୍ଷାପାଣି ପଡ଼ି ଅଳଙ୍କାର ନଷ୍ଟ ହେବାକୁ ବସିଲାଣି। ଯଦି ତୁରନ୍ତ ରତ୍ନଭଣ୍ଡାର ଖୋଲା ନ ଯାଏ, ତେବେ ଯାହାବି ଅଳଙ୍କାର ଅଛି ସବୁ ନଷ୍ଟ ହୋଇଯିବ। ତେଣୁ ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର କଢାଯାଉ। ଏଥିସହ ନୂତନ ରତ୍ନଭଣ୍ଡାର ନିର୍ମାଣ କରାଯାଇ ଅଳଙ୍କାରଗୁଡ଼ିକୁ ସେଠାରେ ସୁରକ୍ଷିତ ଭାବେ ରଖାଯାଉ। ବିଶେଷକରି ବର୍ଷାଦିନେ ବର୍ଷାପାଣି ରତ୍ନଭଣ୍ଡାର ଭିତରେ ପଶୁଛି। ପାଣି ଜମି ରହୁଥିବାରୁ ଅଳଙ୍କାର ନଷ୍ଟ ହେଉଛି। ପୂର୍ବ ସରକାର ରତ୍ନଭଣ୍ଡାର ଖୋଲୁନଥିଲେ, ଚାବି ହଜିଗଲା ବୋଲି କହିଥିଲେ। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବ ସରକାରଙ୍କ ପକ୍ଷରୁ ପୂର୍ବତନ ବିଚାରପତି ଅରଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରଥଯାତ୍ରା ପରଦିନ ଠାରୁ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ସହ ଅଳଙ୍କାର ଗଣତିମଣତି କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପଶାୟତ ତାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ରତ୍ନଅଳଙ୍କାର ଗଣତିମଣତି ୩ରୁ ୪ ମାସ ଲାଗିବ। ତେବେ ନୂତନ ସରକାର ରତ୍ନଅଳଙ୍କାର ଗଣତିମଣତି କରିବେ ବୋଲି ଆଶା ରହିଛି। ନୂତନ ସରକାରଙ୍କ ଉପରେ ଆସ୍ଥା ରହିଛି। ନୂତନ ମୁଖ୍ୟମନ୍ତ୍ରୀ ଭଲ ଲୋକ ବୋଲି ସ୍ବାଇଁ ମହାପାତ୍ର କହିଛନ୍ତି। ସେହିପରି ରତ୍ନଭଣ୍ଡାର ଚାବି ହଜିବା କ’ଣ ପିଲାଳିଆମି କି ବୋଲି ସେ ପ୍ରଶ୍ନ କରିଛନ୍ତି। ତଦନ୍ତ ହେଉ ଏବଂ ଓରିଜିନାଲ ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ସ୍ବାଇଁ ମହାପାତ୍ର ଦାବି କରିଛନ୍ତି।
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ୍‌ ଟିମ୍‌ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ମୁତାବକ ପ୍ରତି ତିନିବର୍ଷରେ ରନତ୍ଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ। ହାଇକୋର୍ଟଙ୍କ ନିଦ୍ଦେର୍ର୍ଶ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ପୂର୍ବରୁ ବୈଠକ କରାଯାଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?