Posted inଜାତୀୟ

୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି

ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରେଡ୍ଡୀ ଭେରାନା ୧୯୯୭ ମସିହାରେ ଚାଲେରା ବଙ୍ଗର ଗ୍ରାମରେ ୧ କୋଟି ଟଙ୍କା ମୂଲ୍ୟରେ ୭,୪୦୦ ବର୍ଗ ମିଟରର ଦୁଇଟି ପ୍ଲଟ କିଣିଥିଲେ। ଏହାର କିଛି ଦିନ ପରେ ନୋଏଡା କର୍ତ୍ତୃପକ୍ଷ ଏହି ଜମି ଅଧିକାର ପାଇଁ ରେଡ୍ଡୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ପରେ ସେ ଏଥିରେ ହସ୍ତକ୍ଷେପ ନ କରିବାକୁ ଗୁହାରି କରି କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଥାୟୀ ଆଦେଶନାମା ପାଇଁ ଏକ ସିଭିଲ ମକଦ୍ଦମା ଦାଏର କରିଥିଲେ। ନୋଏଡା କର୍ତ୍ତୃପକ୍ଷ କୋର୍ଟଙ୍କୁ କହିଥିଲେ ଯେ, ଏହି ଜମି ଏକ ବ୍ୟବସାୟିକ ମଲରେ ଅବସ୍ଥିତ। ତେଣୁ ଏହା ବହୁତ ମହଙ୍ଗା ଥିଲା। ଭେରାନାଙ୍କ ଦ୍ୱାରା ଜମି ଅଧିକାର ବେଆଇନ ଥିଲା।
ଟ୍ରାଏଲ କୋର୍ଟରେ ଏହି ଜମି ରେଡ୍ଡୀଙ୍କ ସପକ୍ଷରେ ରହିବା ସତ୍ତ୍ୱେ କର୍ତ୍ତୃପକ୍ଷ ଏହି ଜମି ଅଧିଗ୍ରହଣ କରିଥିଲେ ଏବଂ ୨୦୦୪ରେ ଏକ ଟେଣ୍ଡର ଜାରି କରି ଉକ୍ତ ଜମିର ମାଲିକାନାକୁ ଏକ ବୃହତ୍‌ ବିଲ୍‌ଡରକୁ ହସ୍ତାନ୍ତର କରିଥିଲେ। ପ୍ରଥମେ ନିମ୍ନ ଅଦାଲତରେ ଦାଖଲ ହୋଇଥିବା ସିଭିଲ ସୁଟ ହାଇକୋର୍ଟକୁ ଏବଂ ପରେ ଶେଷରେ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯାଇଥିଲା।
ଏକ ବର୍ଷ ପୂର୍ବେ ଆଲ୍ଲାହାବାଦ ହାଇକୋର୍ଟ ମଧ୍ୟ ଜମି ମାଲିକଙ୍କ ସପକ୍ଷରେ ରାୟ ଦେଇଥିଲେ। ଯଦିଓ କ୍ଷତିପୂରଣର ପରିମାଣ କମ ଥିଲା ତେଣୁ ଆବେଦନକାରୀ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଜମି ମାଲିକଙ୍କ ସପକ୍ଷରେ ରାୟ ଦେବାବେଳେ ବର୍ଗ ମିଟର ପିଛା ୧.୧୦ ଲକ୍ଷ ଟଙ୍କା ହାରରେ ୭,୪୦୦ ବର୍ଗ ମିଟରର ଜମି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri