ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି କମିଟି ନିଷ୍ପତ୍ତି

ଖଣ୍ଡପଡ଼ା,୨୬ା୬(ଅଜୟ କୁମାର ମହାରଣା): ନୂତନ ବେଶରେ ସଜ୍ଜିତ ହୋଇଛି ୫-ଟି ରୁପାନ୍ତରଣ ଯୋଜନାରେ ସାମିଲ ହୋଇଥିବା କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାପୀଠ। ଏହି ବିଦ୍ୟାଳୟଟି ବାହାରକୁ ସୁନ୍ଦର ଦିଶୁଥିବା ବେଳେ ପରିସରର ଅବସ୍ଥା ଛାତ୍ର ତଥା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଶିକ୍ଷକ ଏବଂ ପିଲାମାନେ ଶ୍ରେଣୀ ଗୃହ ତଥା ପରିସରକୁ ଯାତାୟାତ ପାଇଁ ବ୍ୟବହାର ହେଉଥିବା ସିମେଣ୍ଟ କଂକ୍ରିଟ ରାସ୍ତା ପାର୍ଶ୍ୱ ଘାସଲତାରେ ପରିପୂର୍ଣ୍ଣ ରହିଛି। ବିଦ୍ୟାଳୟ ପରିସର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଓ ସଫା ସୁତୁରା ହେଉ ନ ଥିବାରୁ ବର୍ଷା ପାଣି ଜମି ରହିବା ସହ ବିଭିନ୍ନ ଅନାବନା ଗଛ ଲତାରେ ପରିପୂର୍ଣ୍ଣ ରହିଛି। ଅପରପକ୍ଷରେ ଏକ ଶ୍ରେଣୀ ଗୃହରେ ପୁରୁଣା ଭଙ୍ଗା ଭଙ୍ଗି କାଠ, ବେଞ୍ଚ ଡେକ୍ସ ଓ ଅନ୍ୟ ଅବ୍ୟବହୃତ ସାମଗ୍ରୀମାନ ରହି ତାଲା ପଡ଼ି ରହିଛି। ଏହାଛଡା ପୁରୁଣା ଶ୍ରେଣୀ ଗୃହର ନବୀକରଣ ସମୟରେ ସେଠାରୁ ବାହାରିଥିବା ପୁରୁଣା ସେଣି, ବରଗା ଆଦି ଉକ୍ତ କୋଠରୀରେ ଗଦା ହୋଇରହିଛି। ସେଥି ମଧ୍ୟରେ ସରୀସୃପ ଓ ବିଷଧର ସାପମାନ ରହିଥିବା ପରିଲକ୍ଷିତ ହେଉଛି।
ଅପରପକ୍ଷରେ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହିବା ସହ ସେଠାରେ ମଧ୍ୟ ସରୀସୃପ ରହିଥିବା ଅଭିଯୋଗ ହେଉଛି। ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ୫-ଟି ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହୋଇ ରୁପାନ୍ତରଣ ହୋଇଛି। ଗଣିଆ-ଫତେଗଡ ୪୮ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ନୋଡାଲ ବିଦ୍ୟାପୀଠରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ର ଅଧ୍ୟୟନ କରୁଛନ୍ତି। ରୁପାନ୍ତରଣ ଯୋଜନାରେ ବିଦ୍ୟାଳୟଟି ମନୋଲୋଭା ପାଲଟିଥିବା ବେଳେ ବର୍ଷା ସମୟରେ ବିଦ୍ୟାଳୟ ପରିସରକୁ ସଂଯୋଗ କରିଥିବା ଗଡ଼ାଣି ରାସ୍ତା ଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପାଇଁ କାଳ ସାଜିଛି। ଗତ ୨ ଦିନ ତଳେ ବିଦ୍ୟାଳୟ ପରିସରରେ ବୁଲୁଥିବା ଏକ ସାପକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଗତବର୍ଷ ଏହି ବର୍ଷା ସମୟରେ ଏକାଧିକ ବାର ବିଷଧର ସାପ ବାହାରି ପିଲାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ତେବେ ଉକ୍ତ ସାପକୁ ଜନୈକ ସାପ ଧରାଳୀ ଉଦ୍ଧାର କରି ଅନ୍ୟତ୍ର ଛାଡି ଦେଇଥିଲେ। ଉକ୍ତ ଗଡ଼ା ରାସ୍ତାରେ ସତର୍କତାର ସହ ନ ଗଲେ ଗୋଡ଼ ଖସିଯାଇ ବହୁ ଛାତ୍ର ଓ ଶିକ୍ଷକ ଆହାତ ହୋଇଥିଲା। ତେବେ ୨୦୨୨ ସେପ୍ଟେମ୍ବର ୪ରେ ଆଲୁମିନା କମିଟିର ସଭାପତି ଡଃ. ଅର୍ଜୁନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ପରିଚାଳନା କମିଟି ବୈଠକରେ ଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ସିସି କ୍ୟାମେରା ସ୍ଥାନିତ କରିବା, ବିଜ୍ଞାନ ଉପକରଣ, ଫୁଟବଲ ଓ କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ବ୍ୟବସ୍ଥା କରାଯିବ। ବିଦ୍ୟାଳୟକୁ ବଜ୍ରପାତରୁ ରକ୍ଷା କରିବାକୁ ଆର୍ଥିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟାପୀଠର ଏକ ଶ୍ରେଣୀ ଗୃହରେ ପୂର୍ବରୁ ଗଚ୍ଛିତ ହୋଇଥିବା ପୁରୁଣା ଖତରା କାଠ ଉପକରଣ ମଧ୍ୟରେ ସରୀସୃପ ରହି ବିଭିନ୍ନ ସମୟରେ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଗୁଡିକୁ ତୁରନ୍ତ ନିଲାମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଏକ କମିଟି ଗଠନ କରାଯାଇଥିଲା। ମାତ୍ର ଦୁଃଖ ପରିତାପର ବିଷୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରେ ଗଠିତ କମିଟିର ସଦସ୍ୟମାନଙ୍କୁ ବାରମ୍ବାର ଆଲୋଚନା ପାଇଁ ଡକାଇଲେ ମଧ୍ୟ ସେମାନେ ଆସୁ ନ ଥିବା ଶ୍ରୀନାୟକ ପ୍ରକାଶ କରିଥିଲେ। ଅପରପକ୍ଷରେ ମୋ ସ୍କୁଲ କମିଟିର ସଭାପତି ଅର୍ଜୁନ ସାହୁଙ୍କ ସହ ଯୋଗାଯୋଗ କରିବାରେ କମିଟିର ନିଷ୍ପତି କିପରି କାର୍ଯ୍ୟକାରୀ କରାଯିବ ସେ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କର କ ମାତ୍ର ସେ ଏ ଦିଗରେ ତପତ୍ରତା ପ୍ରକାଶ କରୁ ନ ଥିବା ସାହୁ କହିଥିଲେ। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ କୁମାର ସାହୁଙ୍କୁ ପଚାରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ବହୁବାର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ବର୍ଷା ସମୟରେ ବିପଦ ସୃଷ୍ଟି କରୁଥିବା ଗଡାକୁ ସଜାଡ଼ବାକୁ ଅଭିଯୋଗ କରୁଥିଲେ। ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି ବୋଲି ଦିଲ୍ଲୀପ ସାହୁ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?