Posted inଜାତୀୟ

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ଥିବା ଲାଲ୍‌ ରଙ୍ଗର ଲୋଗୋକୁ ବଦଳାଯାଇ ମଙ୍ଗଳବାର ଦୂରଦର୍ଶନ ଗୈରିକ ରଙ୍ଗର ନୂଆ ଲୋଗୋ ଲଞ୍ଚ୍‌ କରିଥିଲା। ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ର ଗୈରିକୀକରଣ ହୋଇଥିବା ନେଇ ବିରୋଧୀ ଦଳ ଏବଂ ମିଡିଆ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି। ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି ଏହାର ପୂର୍ବତନ ସିଇଓ ଜଓ୍ବାହର ସିର୍‌କର ମନ୍ତବ୍ୟ ଦେଇଛନ୍ତି। ଗୈରିକ ରଙ୍ଗ ହିନ୍ଦୁତ୍ୱ ସହ ଜଡ଼ିତ ଏବଂ ଶାସକ ଭାଜପା ଏବଂ ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ହିନ୍ଦୁତ୍ୱକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆ (ଇଂଲିଶ ନ୍ୟୁଜ୍‌ ଚ୍ୟାନେଲର ଲୋଗୋକୁ ବଦଳାଇଥିଲୁ ବୋଲି ଗୌରବ କହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଚ୍ୟାନେଲକୁ ଅଲଗା କରିବା ପାଇଁ ଦୃଶ୍ୟ ସୌନ୍ଦର୍ଯ୍ୟବାଦରେ ପରିବର୍ତ୍ତନ ଆବଶ୍ୟକ ବୋଲି ଗୌରବ କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚୟନ କରିଥିବା ଦୂରଦର୍ଶନର ପ୍ରଥମ ଲୋଗୋ ୧୯୭୬ ଏପ୍ରିଲ ୧ରେ ପଣ୍ଡିତ ରବିଶଙ୍କର ଏବଂ ଉସ୍ତାଦ ଅଲି ଅହମଦ ହୁସେନ୍‌ ଖାନ୍‌ଙ୍କ ସଙ୍ଗୀତ ଥେମ୍‌ ସହ ପ୍ରକାଶ ପାଇଥିଲା, ଯେଉଁଥିରେ ଲୋଗୋ ସବୁଜ ବ୍ୟାକ୍‌ଗ୍ରାଉଣ୍ଡରେ କମଳାରଙ୍ଗର ଥିଲା ବୋଲି ପ୍ରସାର ଭାରତୀ ସିଇଓ କହିଛନ୍ତି। ଅଯୋଧ୍ୟାରେ ରାମ ଜନ୍ମ ହୋଇଥିବା ହିନ୍ଦୁମାନଙ୍କର ବିଶ୍ୱାସ ରହିଥିବାବେଳେ ସେଠାରେ ଥିବା ବାବ୍ରୀ ମସ୍‌ଜିଦ୍‌କୁ ୧୯୯୨ ଡିସେମ୍ବର ୩ରେ ହିନ୍ଦୁତ୍ୱବାଦୀ ଉଗ୍ରପନ୍ଥୀମାନେ ଭାଙ୍ଗିଦେଇଥିଲେ। ଉକ୍ତ ସ୍ଥଳୀରେ ରାମମନ୍ଦିର ନିର୍ମାଣାଧୀନ ଥିବାବେଳେ ଗତ ଜାନୁଆରୀ ୨୨ରେ ସେଠାରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯାଇଥିଲା। ରାମନବମୀ ପୂର୍ବରୁ ଡିଡି ନ୍ୟୁଜ୍‌ ଚ୍ୟାନେଲ ଲୋଗୋ ବଦଳାଯିବାକୁ ନେଇ ସମାଲୋଚନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri