Posted inଫୁରସତ

ପାହାଡ଼ ଓ ଝରଣାର ସହର ୟେଲ୍ଲାପୁର

କର୍ନାଟକରେ ଅବସ୍ଥିତ ୟେଲ୍ଲାପୁର ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ବିଶେଷକରି ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଏକାଧିକ ଉଚ୍ଚ ଉଚ୍ଚ ପାହାଡ଼ ଓ ଝରଣା…

ୟେଲ୍ଲାପୁର ହେଉଛି କର୍ନାଟକର ଉତ୍ତର କନ୍ନଡ଼ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଛୋଟ ସହର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ଦେଖିବାକୁ ରହିଛି ଜଙ୍ଗଲ ପରିବେଷ୍ଟିତ ବହୁ ଉଚ୍ଚ ଉଚ୍ଚ ପାହାଡ ଓ ଝରଣା। ତା’ଛଡ଼ା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବି ପର୍ଯ୍ୟଟକ ଅନେକ ଧାର୍ମିକ ପୀଠ ଦେଖିବାର ସୁଯୋଗ ପାଇପାରିବେ। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

କ’ଣ ଦେଖିବେ
ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ୟେଲ୍ଲାପୁରରେ ପର୍ଯ୍ୟଟକ ସତୋଡ୍ଡି ଝରଣା, ମାଗୋଡ଼ ଝରଣାର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ପାହାଡ଼ ଉପରକୁ ଚଢ଼ିବାର ମଜା ମଧ୍ୟ ନେଇପାରିବେ। ସେହିପରି ୟେଲ୍ଲାପୁରଠାରୁ ପ୍ରାୟ ୩୦ କି.ମି. ଦୂରରେ ଥିବା କଲଚି ନାମକ ଏକ ଗାଁରେ ରହିଛି ପ୍ରସିଦ୍ଧ ଦୁର୍ଗା ମନ୍ଦିର। ପର୍ଯ୍ୟଟକ ଚାହିଁଲେ ସେଠାକୁ ଯାଇ ମା’ଙ୍କର କରୁଣା ମଧ୍ୟ ଲଭିପାରିବେ।

ଟ୍ରେକିଂର ମଜା ନେଇହେବ
ସମୁଦ୍ରପତ୍ତନରୁ ପ୍ରାୟ ୧୭୭୫ ଫୁଟ୍‌ ଉଚ୍ଚତାରେ ରହିଥିବା ଏହି ସହରରେ ଅନେକ ପାହାଡ଼ ଥିବା ଯୋଗୁ ଏଠାରେ ପର୍ଯ୍ୟଟକ ଟ୍ରେକିଂର ଭରପୂର ମଜା ନେଇପାରିବେ। ତା’ସହିତ ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ନିଜକୁ କିଛି ସମୟ ପାଇଁ ହଜାଇ ସ୍ବର୍ଗୀୟ ସୁଖ ବି ଲଭିପାରିବେ।

ଧାନ କ୍ଷେତ ଦେଖିବାର ମଜା ନେଇପାରିବେ
ୟେଲ୍ଲାପୁରର ବାସିନ୍ଦା ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଧାନଚାଷ ହେଉଛି ସେମାନଙ୍କର ମୁଖ୍ୟ ଚାଷ। ତା’ଛଡ଼ା ଏଠାରେ ଏରେକାନଟ୍‌ (ଏକ ବିଶେଷ ଧରଣର ଗୁଆ)ର ଚାଷ ବି ବହୁତ ମାତ୍ରାରେ ହୋଇଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଧାନ ଚାଷ ସମୟରେ ଏଠାକୁ ଯାଇ କ୍ଷେତ ବୁଲି ଦେଖିବାର ନିଆରା ଅନୁଭବ ମଧ୍ୟ ନେଇପାରିବେ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ୟେଲ୍ଲାପୁର ଯିବା ପାଇଁ ନଭେମ୍ବରରୁ ଏପ୍ରିଲ୍‌ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ୟେଲ୍ଲାପୁରକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ଭଲ ସୁବିଧା ରହିଛି। ହୁବ୍‌ଲ୍ଲି ଜଙ୍କ୍‌ସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ୟେଲ୍ଲାପୁରର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ, ଯାହା ପ୍ରାୟ ୭୦ କି.ମି ଦୂରରେ ଅବସ୍ଥିତ। ବେଙ୍ଗାଲୁର, ମାଙ୍ଗାଲୋର, ଚେନ୍ନାଇ ତଥା ଦେଶର ଅନ୍ୟ ପ୍ରମୁଖ ସହରରୁ ଏହି ରେଲଓ୍ବେ ଷ୍ଟେଶନକୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ସେହିପରି ହୁବ୍‌ଲ୍ଲି ରେଲଓ୍ବେ ଷ୍ଟେଶନରୁ ଟ୍ୟାକ୍ସି ଯୋଗେ ଜଣେ ଯାଇ ଆରାମରେ ୟେଲ୍ଲାପୁରରେ ପହଞ୍ଚତ୍ୟାଇପାରିବେ। ଅନ୍ୟପକ୍ଷେ ହୁବ୍‌ଲ୍ଲି ଏୟାରପୋର୍ଟ ବି ହେଉଛି ୟେଲ୍ଲାପୁରର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସହରରୁ ନିୟମିତ ବ୍ୟବଧାନରେ ଟୁରିଷ୍ଟ ବସ୍‌ ବି ୟେଲ୍ଲାପୁର ଅଭିମୁଖେ ଯାଇଥାଏ। ତେଣୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ୟେଲ୍ଲାପୁରରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଥୀର ମୃତ୍ୟୁକୁ ସହିପାରିଲାନି ମୟୂର, କଲା ଏମିତି ଯେ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କେତେକ ଭିଡିଓ ହୃଦୟ ଜିଣିନିଏ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ଖୋଲିଲା ଇଜିପ୍ଟର ପ୍ରାଚୀନ ପିରାମିଡ: ୧୪ ବର୍ଷ ଧରି ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ

କାଏରୋ: ଇଜିପ୍ଟରେ ଥିବା ୪,୭୦୦ ବର୍ଷ ପୁରୁଣା ପିରାମିଡକୁ ପୁଣି ଖୋଲାଯାଇଛି। ଷ୍ଟେପ୍‌ ପିରାମିଡ୍‌ ଅଫ୍‌ ଡିଜୋସେର ୧୪ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ...

ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ

ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି...

ଗଛ ଡାଳରେ ବସି ପ୍ରେମାଳାପ କରୁଛନ୍ତି ଦୁଇ କୋଆଲା: ଚୁମ୍ବନ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଶପିଂ କରୁ କରୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌, ଦେବଦୂତ ସାଜି ଜୀବନ ରକ୍ଷା କଲେ…

ବେଙ୍ଗାଲୁରୁରେ ଇକିଆ (IKEA) ଷ୍ଟୋର୍‌ରେ ଶପିଂ କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଯାଇ ବେହୋସ ହୋଇଗଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର...

ଏମିତି ଚାକିରି, ବୁଲାବୁଲି ଆଉ ମଦ ପିଇବାକୁ ମିଳେ ମୋଟା ଅଙ୍କର ଟଙ୍କା

ଦୁନିଆର ଲୋକେ ଅନେକ ଚାକିରି କରିଥାନ୍ତି। ଏଥିମଧ୍ୟରୁ କିଛି ଚାକିରି ବିପଦପୂର୍ଣ୍ଣ ରହିଥାଏ। ଫଳରେ ଜଣେ ବ୍ୟକ୍ତି ଏପରି ଚାକିରି ନାଁ ଶୁଣି ବି ଭୟଭୀତ...

ମାସକରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାନ୍ତି ଏହି ମହିଳା: ୬ ଲକ୍ଷ ଟଙ୍କାରେ ଅନ୍‌ଲାଇନ୍‌ରେ କରିଥାନ୍ତି ବିକ୍ରି

ଖବରର ହେଡିଙ୍ଗ୍‌ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ଭାବୁଥିବେ ମାସକରେ କିପରି ଜଣେ ଶିଶୁ ଜନ୍ମ ହୋଇପାରିବ। ମାତ୍ର କାନାଡ଼ାର...

ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି

ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା...

Advertisement
Archives

Model This Week