Posted inଫୁରସତ

ପାହାଡ଼ ଓ ଝରଣାର ସହର ୟେଲ୍ଲାପୁର

କର୍ନାଟକରେ ଅବସ୍ଥିତ ୟେଲ୍ଲାପୁର ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ବିଶେଷକରି ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଏକାଧିକ ଉଚ୍ଚ ଉଚ୍ଚ ପାହାଡ଼ ଓ ଝରଣା…

ୟେଲ୍ଲାପୁର ହେଉଛି କର୍ନାଟକର ଉତ୍ତର କନ୍ନଡ଼ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଛୋଟ ସହର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ଦେଖିବାକୁ ରହିଛି ଜଙ୍ଗଲ ପରିବେଷ୍ଟିତ ବହୁ ଉଚ୍ଚ ଉଚ୍ଚ ପାହାଡ ଓ ଝରଣା। ତା’ଛଡ଼ା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବି ପର୍ଯ୍ୟଟକ ଅନେକ ଧାର୍ମିକ ପୀଠ ଦେଖିବାର ସୁଯୋଗ ପାଇପାରିବେ। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

କ’ଣ ଦେଖିବେ
ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ୟେଲ୍ଲାପୁରରେ ପର୍ଯ୍ୟଟକ ସତୋଡ୍ଡି ଝରଣା, ମାଗୋଡ଼ ଝରଣାର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ପାହାଡ଼ ଉପରକୁ ଚଢ଼ିବାର ମଜା ମଧ୍ୟ ନେଇପାରିବେ। ସେହିପରି ୟେଲ୍ଲାପୁରଠାରୁ ପ୍ରାୟ ୩୦ କି.ମି. ଦୂରରେ ଥିବା କଲଚି ନାମକ ଏକ ଗାଁରେ ରହିଛି ପ୍ରସିଦ୍ଧ ଦୁର୍ଗା ମନ୍ଦିର। ପର୍ଯ୍ୟଟକ ଚାହିଁଲେ ସେଠାକୁ ଯାଇ ମା’ଙ୍କର କରୁଣା ମଧ୍ୟ ଲଭିପାରିବେ।

ଟ୍ରେକିଂର ମଜା ନେଇହେବ
ସମୁଦ୍ରପତ୍ତନରୁ ପ୍ରାୟ ୧୭୭୫ ଫୁଟ୍‌ ଉଚ୍ଚତାରେ ରହିଥିବା ଏହି ସହରରେ ଅନେକ ପାହାଡ଼ ଥିବା ଯୋଗୁ ଏଠାରେ ପର୍ଯ୍ୟଟକ ଟ୍ରେକିଂର ଭରପୂର ମଜା ନେଇପାରିବେ। ତା’ସହିତ ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ନିଜକୁ କିଛି ସମୟ ପାଇଁ ହଜାଇ ସ୍ବର୍ଗୀୟ ସୁଖ ବି ଲଭିପାରିବେ।

ଧାନ କ୍ଷେତ ଦେଖିବାର ମଜା ନେଇପାରିବେ
ୟେଲ୍ଲାପୁରର ବାସିନ୍ଦା ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଧାନଚାଷ ହେଉଛି ସେମାନଙ୍କର ମୁଖ୍ୟ ଚାଷ। ତା’ଛଡ଼ା ଏଠାରେ ଏରେକାନଟ୍‌ (ଏକ ବିଶେଷ ଧରଣର ଗୁଆ)ର ଚାଷ ବି ବହୁତ ମାତ୍ରାରେ ହୋଇଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଧାନ ଚାଷ ସମୟରେ ଏଠାକୁ ଯାଇ କ୍ଷେତ ବୁଲି ଦେଖିବାର ନିଆରା ଅନୁଭବ ମଧ୍ୟ ନେଇପାରିବେ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ୟେଲ୍ଲାପୁର ଯିବା ପାଇଁ ନଭେମ୍ବରରୁ ଏପ୍ରିଲ୍‌ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ୟେଲ୍ଲାପୁରକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ଭଲ ସୁବିଧା ରହିଛି। ହୁବ୍‌ଲ୍ଲି ଜଙ୍କ୍‌ସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ୟେଲ୍ଲାପୁରର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ, ଯାହା ପ୍ରାୟ ୭୦ କି.ମି ଦୂରରେ ଅବସ୍ଥିତ। ବେଙ୍ଗାଲୁର, ମାଙ୍ଗାଲୋର, ଚେନ୍ନାଇ ତଥା ଦେଶର ଅନ୍ୟ ପ୍ରମୁଖ ସହରରୁ ଏହି ରେଲଓ୍ବେ ଷ୍ଟେଶନକୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ସେହିପରି ହୁବ୍‌ଲ୍ଲି ରେଲଓ୍ବେ ଷ୍ଟେଶନରୁ ଟ୍ୟାକ୍ସି ଯୋଗେ ଜଣେ ଯାଇ ଆରାମରେ ୟେଲ୍ଲାପୁରରେ ପହଞ୍ଚତ୍ୟାଇପାରିବେ। ଅନ୍ୟପକ୍ଷେ ହୁବ୍‌ଲ୍ଲି ଏୟାରପୋର୍ଟ ବି ହେଉଛି ୟେଲ୍ଲାପୁରର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସହରରୁ ନିୟମିତ ବ୍ୟବଧାନରେ ଟୁରିଷ୍ଟ ବସ୍‌ ବି ୟେଲ୍ଲାପୁର ଅଭିମୁଖେ ଯାଇଥାଏ। ତେଣୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ୟେଲ୍ଲାପୁରରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?