ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।
ସହରର ବାୟୁରେ ବର୍ଦ୍ଧିତ ଧୂଳିକଣାର ପରିମାଣ ଜନଜୀବନକୁ କ୍ଷତି ପହଞ୍ଚାଉଛି। ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି। ଏବେଠୁ ନିରାକରଣ ବ୍ୟବସ୍ଥା ଗ୍ରହଣ ନ କଲେ ଆଗାମୀ ଦିନରେ ଏସବୁର ମାତ୍ରା ଯେ ତୀବ୍ରରୂପ ଧାରଣ କରିବ ସେନେଇ ଆଶଙ୍କା ପ୍ରକାଶ ପାଇଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକ ସହରର ତିନି ସ୍ଥାନରେ ବାୟୁ ପ୍ରଦୂଷଣକୁ ମାପିବା ପାଇଁ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ବାୟୁରେ ଥିବା ସଲ୍‌ଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ଶ୍ୱାସକ୍ରିୟାରେ ନେଇ ହେଉଥିବା ୧୦ ମାଇକ୍ରୋନରୁ କମ୍‌ ଓ ୨.୫ ମାଇକ୍ରୋନ୍‌ରୁ କମ୍‌ ଆକାର ବିଶିଷ୍ଟ ଧୂଳିକଣାର ପରିମାଣକୁ ପରୀକ୍ଷା କରାଯାଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁପାରିସ ଅନୁସାରେ ପ୍ରତି ଘନମିଟର ବାୟୁରେ ମାଇକ୍ରୋଗ୍ରାମ୍‌ ଏକକରେ ଦୈନିକ ହାରାହାରି ସଲ୍‌ଫର ଡାଇଅକ୍ସାଇଡର ମାତ୍ରା ୮୦, ନାଇଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା ୧୦, ୧୦ ମାଇକ୍ରୋନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୧୦୦ ଓ ୨.୫ ମାଇକ୍ରୋନରୁ କମ୍‌ ଆକାର ଧୂଳିକଣାର ମାତ୍ରା ୬୦ ରହିଲେ କ୍ଷତିକାରକ ନୁହେଁ। ମାତ୍ର ୨୦୨୪-୨୫ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ରିପୋର୍ଟ ଅନୁସାରେ ପ୍ରତି ଘନମିଟର ବାୟୁରେ ୧୦ ମାଇକ୍ରୋନ୍‌ରୁ କମ୍‌ ଆକାର ଧୂଳିକଣାର ହାରାହାରି ପରିମାଣ ବାଦାମବାଡ଼ିଠାରେ ୧୯୨, ସୂର୍ଯ୍ୟବିହାରଠାରେ ୧୬୧ ଓ ବାରବାଟୀ ଷ୍ଟାଡିୟମଠାରେ ୩୪୪ ରହିଥିଲା। କଟକରେ ଅନ୍ୟ ଉପାଦାନଗୁଡ଼ିକ ନିରାପଦ ପରିମାଣରେ ଥିବାବେଳେ ଧୂଳିକଣାର ହାରାହାରି ମାତ୍ରା ୨ଗୁଣରୁ ୩ଗୁଣ ବିପଦରେ ରହିଛି। ଭୁବନେଶ୍ୱର ସହରର ୫ଟି ସ୍ଥାନରେ ଲାଗିଥିବା ବାୟୁ ପ୍ରଦୂଷଣ ମାପ ଯନ୍ତ୍ରଗୁଡ଼ିକରୁ ମିଳିଥିବା ତଥ୍ୟରୁ ପ୍ରଦୂଷଣ ମାତ୍ରା କେତେକ ସ୍ଥାନରେ କଟକଠାରୁ କମ୍‌ ଥିବାବେଳେ କେତେକ ସ୍ଥାନରେ ଅଧିକ ଥିବା ଜଣାଯାଇଛି।
ପରିବେଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ସହରରେ ବହୁସଂଖ୍ୟକ ଗାଡ଼ିରୁ ନିର୍ଗତ ଧୂଅଁା, ଓ ସେଗୁଡ଼ିକର ଚଳାଚଳ ଯୋଗୁ ହେଉଥିବା ଧୂଳି, ଖୋଲାଯାନରେ ମାଲ ପରିବହନ, ନିର୍ମାଣ ସାମଗ୍ରୀ ବିକ୍ଷିପ୍ତ ଭାବେ ପକାଇବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଡ୍ରେନ୍‌ରୁ ବାହାର କରାଯାଉଥିବା ଆବର୍ଜନାଗୁଡ଼ିକ ଶୁଖାଇବା ପାଇଁ ଦୀର୍ଘ ଦିନ ଧରି ରାସ୍ତା ପାର୍ଶ୍ୱରେ ପକାଇ ରଖାଯାଉଥିବା କାରଣରୁ ଧୂଳିକଣା ବାୟୁରେ ମିଶୁଛି। ଏଭଳି ପରିସ୍ଥିତି ନଭେମ୍ବରରୁ ମେ’ ଯାଏ ଅଧିକ ହୋଇଥାଏ। ଏସବୁ ପ୍ରତି ସମସ୍ତେ ସଚେତନ ହେଲେ ପ୍ରଦୂଷଣକୁ କେତେକାଂଶରେ ରୋକାଯାଇପାରିବ। ଡାକ୍ତରମାନଙ୍କ କହିବା ଅନୁଯାୟୀ ବାୟୁ ମଣ୍ଡଳରେ ଧୂଳିକଣାର ପରିମାଣ ବୃଦ୍ଧି ଘଟିଲେ ମଣିଷ ଶ୍ୱାସକ୍ରିୟାରେ ସେଗୁଡ଼ିକୁ ଗ୍ରହଣ କରିବ। ଏହାଦ୍ୱାରା ମୁଣ୍ଡବିନ୍ଧା, ଟିବି, ଆଜମା ଆଦି ଶ୍ୱାସଜନିତ ରୋଗ ହେବା ସହ ଶିଡ଼ି ଚଢ଼ିବା ବେଳେ ଧଇଁସଇଁ ହେବା ଭଳି ଅନେକ ପ୍ରକାର ରୋଗରେ ସହରୀ ଲୋକ ପୀଡ଼ିତ ହେଉଛନ୍ତି।
ପ୍ରଦୂଷଣ ନିୟନ୍ତ୍ରଣ ବାହାନାରେ ସାଧାରଣ ଜନତାଙ୍କ ଉପରେ ବିଭିନ୍ନ ବାଟରେ ସରକାର ଜରିମାନା ଲଗାଉଥିବାବେଳେ ପ୍ରଶାସନକୃତ ପରିବେଶ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ପାଇଁ ଯାନବାହନ ଉପରେ ପ୍ରଦୂଷଣ ପ୍ରମାଣପତ୍ର ଆଳରେ ଜରିମାନା ଲାଗୁହେଉଛି, କିନ୍ତୁ ରାସ୍ତାରେ କେଉଁଠି ବହଳ ବହଳ ଧୂଳି ତ କେଉଁଠି ଆବର୍ଜନା ଗଦା ଗଦା ହୋଇ ସ୍ଥାନୀୟ ପରିବେଶକୁ ବିଷାକ୍ତ କରିଦେଉଛି। ଏ ବାବଦ ଯେଉଁ କ୍ଷତି ହେଉଛି ଏଥିନିମିତ୍ତ ବାୟୁମଣ୍ଡଳ ପ୍ରଦୂଷଣ ହେବା ସହିତ ଦୁର୍ଘଟଣାରେ ମଧ୍ୟ ଧନ ଜୀବନ ହାନି ଘଟୁଛି। ଏ କ୍ଷତିପୂରଣ ସରକାର ଭରଣା କରିବା କଥା। ଏହା ବେଶ୍‌ ଭଲ ଭାବେ ସମସ୍ତଙ୍କୁ ଜଣା ଯେ ହଜାର ବର୍ଷର କଟକ ସହରର ବାୟୁ ମଣ୍ଡଳର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗତ କିଛିଦିନ ତଳେ କଟକ ସିଡିଏକୁ ଯାଇଥିବାବେଳେ କୁହୁଡ଼ିର ଆଚ୍ଛନ୍ନ ପରିବେଶ ଫର୍ଚ୍ଚା ହେଲାବେଳକୁ ଦିନ ୧୨ଟା ପରେ। ଇଆଡ଼େ ସହରର ବାୟୁମଣ୍ଡଳରେ ଧୂଳି, ବାଲି ଓ ସୂକ୍ଷ୍ମକଣିକାର ମାତ୍ରା ବଢ଼ି ଚାଲିଥିବାରୁ ବାୟୁର ଗୁଣାତ୍ମକମାନ ବିଗିଡ଼ିଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସହରର ବାୟୁମଣ୍ଡଳର ଏକ୍ୟୁଆଇ ୧୮୦ରୁ ଆରମ୍ଭ କରି ୩୦୦ ପର୍ଯ୍ୟନ୍ତ ରହୁଛି, ଯାହାକି ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଘାତକ। କଟକ ସହରର ବାୟୁ ପ୍ରଦୂଷଣର କାରଣ ମୁଖ୍ୟତଃ ପ୍ରଶାସନକୃତ କହିଲେ ଅତ୍ୟୁକ୍ତି ହେବନାହିଁ। ଯାନବାହନଜନିତ ପ୍ରଦୂଷଣ ତ ହେଉଛି ତା’ ସହିତ ସବୁଜ ବଳୟ ହ୍ରାସ ପାଉଛି। ବିଭିନ୍ନ ଘର ନିର୍ମାଣ ଓ ଘର ଭଙ୍ଗାର ଆବର୍ଜନା ଖୋଲାମେଲାରେ ରହୁଥିବାରୁ ବିଷାକ୍ତ ବାଷ୍ପ ନିର୍ଗତ ହେଉଛି। ଏସବୁ ବାୟୁ ମଣ୍ଡଳରେ ସୂକ୍ଷ୍ମକଣିକା, ଯାହାକୁ ନାନୋ ପାର୍ଟିକିଲ୍‌ ବା ଅଲଟ୍ରା ଫାଇନ ପାର୍ଟିକିଲ୍‌ ବୃଦ୍ଧିରେ ସହାୟକ ହୋଇ ପ୍ରାଣିଜଗତ ପ୍ରତି ବିପଦ ସୃଷ୍ଟି କରୁଛି। କଟକ ସହରରେ ଏବେ ବି ବାଲି, ମାଟି, କଠିନ ଆବର୍ଜନା ଖୋଲାରେ ପରିବହନ ହେଉଛି। ବିନା ପରିଶୋଧନରେ ତରଳ ଆବର୍ଜନା ଜଳାଶୟକୁ ଛଡ଼ା ଯାଉଛି। ଏ କ୍ଷେତ୍ରରେ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ଘରର ଆବର୍ଜନା ଅଳିଆ ଗାଡ଼ିକୁ ନିଶ୍ଚିତ ଭାବରେ ଦେବା, ନିଜ ପରିବେଶ ଓ ଘରର ଚତୁଃପାର୍ଶ୍ୱକୁ ସଫାସୁତରା ରଖିବା, ଖୋଲା ପାଣିର ଅପଚୟ କରିବା ନାହିଁ । ପରିବେଶ ପାଇଁ ପ୍ରଶାସନ ମଧ୍ୟ ଠିକ୍‌ ଢଙ୍ଗରେ କାର୍ଯ୍ୟ କରିବା ସହିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ଏନ୍‌ଜିଓ ତଥା ଅନୁଷ୍ଠାନମାନଙ୍କୁ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବା ମଧ୍ୟ ଜରୁରୀ।
ପୁରୁଣା ସୋନାରି, ଜାମସେଦପୁର
ମୋ: ୭୪୮୮୯୯୮୫୩୨

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?