‘ସହାୟ’ ଏବେ ଅସହାୟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଅନେକ ଲୋକ ଭିକ୍ଷାବୃତ୍ତି କରୁଛନ୍ତି। ସହରକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ। ଏପରି କି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ, ଶାରୀରିକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଫଳରେ କରୋନା ଲକ୍‌ଡାଉନ ଖୋଲିବା ପରଠାରୁ ସହରାଞ୍ଚଳରେ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଅନ୍ୟ ରାଜ୍ୟରୁ ଆସି ବିଭିନ୍ନ ଛକ, ମନ୍ଦିର, ହାଟବଜାର ଓ ଶପିଂମଲ୍‌ ନିକଟରେ ଭିକ୍ଷାବୃତ୍ତି କରୁଥିବା ଲୋକମାନଙ୍କୁ ଥଇଥାନ କରିବା ନେଇ ସମସ୍ୟା ବଢି ଯାଇଛି। ଭିକାରିମାନଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାର ‘ସହାୟ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ତାହା ଏକ ପ୍ରକାର ଅସହାୟ ହୋଇପଡିଛି। ଭୁବନେଶ୍ୱର ମହାନଗର ସମେତ ବିଭିନ୍ନ ସହରରେ ଭିକ୍ଷୁକଙ୍କ ସଂଖ୍ୟା ବଢିଯାଇଛି।
ରାଜ୍ୟ ସରକାର ସହରାଞ୍ଚଳଗୁଡିକୁ ଭିକାରିମୁକ୍ତ କରିବାପାଇଁ ୨୦୧୭ରେ ‘ସହାୟ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସହରାଞ୍ଚଳରେ ବୁଲୁଥିବା ଭିକାରି ଚିହ୍ନଟ କରିବାକୁ ତତ୍କାଳୀନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ନୀତିନ ଚନ୍ଦ୍ରା ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଥିଲେ। ଏଥିସହିତ ୨୦୧୭ ଏପ୍ରିଲ ୩୦ ସୁଦ୍ଧା ଏ ନେଇ ଭିକାରିଙ୍କୁ ଥଇଥାନ କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସହାୟ ଯୋଜନାରେ ଭିକାରିମାନଙ୍କୁ ଥଇଥାନ କରିବା ପାଇଁ ଘର ଲାଗି ଜମି ଯୋଗାଇ ଦେବା ସହ ସେମାନଙ୍କୁ କାମ କରିବା ନିମନ୍ତେ ଦକ୍ଷତା ବୃଦ୍ଧି କରିବା, ରାଶନ କାର୍ଡ, ବୀମା ଯୋଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଶେଷ କରି ବୃଦ୍ଧାବୃଦ୍ଧ ଭିକାରିଙ୍କୁ ତୁରନ୍ତ ଥଇଥାନ ସ୍ଥଳକୁ ନେବାକୁ କୁହାଯାଇଥିଲା। ଅନ୍ୟ ପକ୍ଷରେ ଯେଉଁ ଭିକାରିମାନେ ଭିକ୍ଷାବୃତ୍ତି ଛାଡି ସମ୍ମାନର ସହ ବଞ୍ଚିବା ପାଇଁ ଜୀବିକାକୁ ଗ୍ରହଣ କରିବେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲାରୁ ୨୫ ଜଣ ଭିକାରିଙ୍କୁ ସ୍ବାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ପୁରସ୍କୃତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଭିକାରିଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସୁଯୋଗ ଦେବା ସହ ଶିକ୍ଷାବୃତ୍ତି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମ ଠିକ୍‌ ଢଙ୍ଗରେ ଚାଲୁ ନ ଥିବାରୁ ଭିକାରିଙ୍କ ସଂଖ୍ୟା ବଢିଚାଲିଛି।
୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ୬,୫୫୦ ଜଣ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩,୮୬୦ ପୁରୁଷ ଏବଂ ୨,୭୦୦ ମହିଳା ରହିଛନ୍ତି। ଭିକାରି ସଂଖ୍ୟାରେ ପଶ୍ଚିମବଙ୍ଗ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬,୩୯୦ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଜିଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଥିବା ବେଳେ ବଲାଙ୍ଗୀର ୭୦୮, ମୟୂଭରଞ୍ଜ ୪୮୫, ସୁନ୍ଦରଗଡ଼ ୪୬୭, ଗଞ୍ଜାମ ୪୫୮, ନୂଆପଡ଼ା ୨୮୮, ସୋନପୁର ୨୮୦, ସମ୍ବଲପୁର ୨୨୩, ଭଦ୍ରକ ୨୨୦, କଳାହାଣ୍ଡି ୨୧୪ ଏବଂ କୋରାପୁଟରେ ୨୦୦ ଭିକାରି ରହିଛନ୍ତି। ତେବେ ବୌଦ୍ଧରେ ସର୍ବନିମ୍ନ ୧୯, ମାଲକାନଗିରିରେ ୨୧, କେନ୍ଦ୍ରାପଡ଼ା ୨୨, ଝାରସୁଗୁଡା ୪୧ ଏବଂ ଜଗତ୍‌ସିଂହପୁରରେ ୪୧ ଜଣ ଭିକାରି ଥିବା କୁହାଯାଇଛି।
ସହରଗୁଡିକରେ ଭିକାରିଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସହରାଞ୍ଚଳ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଦିନକୁ ଦିନ ସହରରେ ଭିକାରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ପୌରାଞ୍ଚଳ କର୍ତ୍ତୃପକ୍ଷ ଭିକାରିମାନଙ୍କୁ ଚିହ୍ନଟ କରି ଥଇଥାନ କେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା ରହିଛି। ସେଥିପାଇଁ ପୁରୀ ଓ ଭୁବନେଶ୍ୱରରେ ୪ଟି ଭିକାରି ଥଇଥାନ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ଅନ୍ୟ ଭାଗରେ ମଧ୍ୟ ଏହି କେନ୍ଦ୍ର ସ୍ଥାପନ କରାଯିବାକୁ ପଦକ୍ଷେପ ନିଆଯାଉଛି। ସମ୍ବଲପୁର ଓ ବ୍ରହ୍ମପୁର ସହରରେ ଥଇଥାନ କେନ୍ଦ୍ର ଖୁବ୍‌ଶୀଘ୍ର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?