ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ

ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍‌ ଭାକ୍ସିନ୍‌ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁପୁତ୍ରର ପିତା ଧାନବସା ଗ୍ରାମର ନରେନ୍ଦ୍ର ସାଣ୍ଢ ଗୁରୁବାର ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିବାର ଦିନକ ପରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଶିଶୁପୁତ୍ରର ମୃତଦେହ ଜବତ କରିଛି ା
ପ୍ରକାଶ ଯେ,ରାମପୁର ଥାନା ମାୟାବର୍ହା ପଞ୍ଚାୟତ ଧାନବସା ଗ୍ରାମର ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ପ୍ରମୋଦିନୀ ଶିଶୁପୁତ୍ରକୁ ଭାକ୍ସିନ୍‌ ଦେବା ପାଇଁ ବୁଧବାର ସକାଳେ ମାୟାବର୍ହାସ୍ଥିତ ଜୀବନଦାଦର ଅଙ୍ଗନବାଡି କେନ୍ଦ୍ର (କ)କୁ ଯାଇଥିଲେ। ସେଠାରେ ମାୟାବର୍ହା ସାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ୍‌(ସ୍ବାସ୍ଥ୍ୟକର୍ମୀ)ଏକାସାଙ୍ଗରେ ଚାରୋଟି ଭାକ୍ସିନ୍‌ ଶିଶୁକୁ ଦେଇଥିଲେ। ପୁଅକୁ ଧରି ମା’ ବାପା ଘରକୁ ଚାଲି ଆସିଥିଲେ। କିନ୍ତୁ ଭାକ୍ସିନ୍‌ ନେଇଥିବା ଶିଶୁପୁତ୍ର ସେହିଦିନ ବିଳମ୍ବିତ ରାତିରେ ଅଚେତ ହୋଇ ପଡ଼ିଥିଲା। ଫଳରେ ଉଭୟ ମା’ବାପା ପୁଅକୁ ଧରି ବରପାଲି ମେଡିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ନେଉଥିବା ବେଳେ ବାଟରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଫଳରେ ଶିଶୁକୁ ଧରି ସେମାନେ ଘରକୁ ଫେରିବା ସହ ଗଁା ମଶାଣିରେ ମୃତଦେହ ପୋତି ଦେଇଥିଲେ। ଏନେଇ ଶିଶୁର ପିତା ସାଣ୍ଢ ଥାନାରେ ଅଭିଯୋଗ କରିବା ପରେ ରାମପୁର ଥାନା ଏସ୍‌ଆଇ ଅବିନାଶ ପଧାନ, ଏଏସଆଇ ଜେ.ଡି. ମୋହନ ପଧାନ ଶନିବାର ସକାଳେ ଧାନବସା ଗ୍ରାମକୁ ଯାଇଥିଲେ। ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଉପସ୍ଥିତିରେ ଗଁା ମଶାଣି ପଡିଆର ଯେଉଁସ୍ଥାନରେ ଶିଶୁକୁ ପୋତା ଯାଇଥିଲା, ସେଠାରେ ମାଟି ଖୋଳାଯାଇ ମୃତଦେହ ଜବତ କରାଯାଇଥିଲା। ମୃତଦେହ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ରାମପୁର ଥାନାରେ ଆଇପିସିର ଦଫା ୩୦୪(ଏ)ରେ ଏକ ମାମଲା ରୁଜୁ ହୋଇଛି। କେସ୍‌ ନମ୍ବର ୮୧/୨୩। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଆହୁରି ଅଧିକ ତଥ୍ୟ ଜଣାପଡିବ ବୋଲି ଏସ୍‌ଆଇ ପଧାନ ପ୍ରକାଶ କରିଛନ୍ତି। ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri