ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଭାରତ ହକି ବିଶ୍ୱକପ୍‌ ଜିତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):୨୦୨୩ ବିଶ୍ବକପ୍‌ ଲୋକଙ୍କ ବିଶ୍ବକପ୍‌। ଏହା କୌଣସି ଦେଶ କିମ୍ବା ଖେଳାଳିଙ୍କ ଲାଗି ଆୟୋଜନ କରାଯାଉନି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଜଣେ ଓଡ଼ିଆ ଅଲିମ୍ପିକ୍‌ରେ ପଦକ ହାସଲ କରିବା। ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍‌ ଲୋକଙ୍କ ସହଯୋଗରେ ହେଉ। ଭାରତ ହକି ବିଶ୍ୱକପ୍‌ ଜିତୁ। ହକି ବିଶ୍ବକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ବିଶ୍ବକପ୍‌କୁ ସ୍ମରଣୀୟ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ସୋମବାର ସନ୍ଧ୍ୟାରେ କ୍ରୀଡ଼ାବିତ୍‌ ଓ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଲାଇଭ୍‌ ଆସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ୫-ଟି ସଚିବ ଭି. କେ. ପାଣ୍ଡିଆନ ଏହା କହିଛନ୍ତି।
କ୍ରୀଡ଼ାରେ ନିବେଶ ଯୁବବର୍ଗଙ୍କ ଉପରେ ନିବେଶ। କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି। କିଏ କେଉଁ ଦେଶର ପ୍ରଶଂସକ, ସେଥିରେ କିଛି ଫରକ ପଡ଼ି ନ ଥାଏ। ହାର୍‌ ଜିତ୍‌ ଉପରେ ମଧ୍ୟ କୌଣସି ଫରକ ପଡ଼ି ନ ଥାଏ। ଖେଳ ଶେଷରେ ସବୁ ଖେଳାଳି ସାରା ଦେଶ ଓ ବିଶ୍ବର ସମ୍ପତ୍ତି ବୋଲି ୫-ଟି ସଚିବ କହିଛନ୍ତି। କଠିନ ପରିଶ୍ରମ, ବାରମ୍ବାର ଶିକ୍ଷାରୁ ସଫଳତା ମିଳିଥାଏ।
ଓଡ଼ିଶାର ଯୁବବର୍ଗ ବିଶ୍ବସ୍ତରର ଖେଳାଳିଙ୍କଠାରୁ ଶିଖନ୍ତୁ। ବିଶ୍ବକପ୍‌ ହକିରେ ଭାରତୀୟ ଟିମ୍‌ ଭଲ କରିବ ବୋଲି ସେ ଆଶା କରିଛନ୍ତି। ଓଡ଼ିଶାର ସୁନ୍ଦରଗଡ଼ରୁ ହକିର ଆରମ୍ଭ, ହକିର ମୂଳପିଣ୍ଡ ବୋଲି ସେଠାରେ ଷ୍ଟାଡିୟମ ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଥିଲା। ଭାରତ ଉତ୍ତମ ପ୍ରଦର୍ଶନ କରି ରାଉଣ୍ଡ ଲିଗ୍‌ ପରେ କ୍ବାର୍ଟର, ସେମି ଓ ଫାଇନାଲ୍‌ ଖେଳିବା ନେଇ ସେ ଆଶା ରଖିଛନ୍ତି। ୨୦୨୩ ପାଇଁ ବିଡର ରେସ୍‌ରେ ଥିଲେ ମାଲେସିଆ, ବେଲଜିୟମ୍‌, ଭାରତ।
ବେଲ୍‌ଜିୟମ୍‌ ସହ ଟଫ୍‌ ଫାଇଟ୍‌ ପରେ ଭାରତ ଜିତିଥିଲା ବିଡ୍‌। ଭିତ୍ତିଭୂମି, ଇଭେଣ୍ଟ ରେକର୍ଡ, ଅଧିକ ପ୍ରଶଂସକ ଏହି ୩ଟି ବର୍ଗରେ ସବୁଠୁ ଆଗରେ ରହି ଭାରତ ହୋଷ୍ଟ ପାଇଁ ବିଡିଂ ଜିତିଥିଲା। ଦୁଇଟି ସହରରେ ଖେଳ ଆୟୋଜନ ହେଉଥିବାରୁ ଏଥର ଉଦ୍‌ଘାଟନ ଉତ୍ସବ ହେବନାହିଁ। କିନ୍ତୁ ୫ଟି ମହାନଗରେ ଏହାର ଉତ୍ସବ ପାଳନ କରାଯିବ। କଟକକୁ ଆସିବେ ବିଶିଷ୍ଟ ଗାୟକ ପ୍ରୀତମ୍‌। ସେହିପରି ସବୁ ଖେଳାଳିଙ୍କୁ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ପରଷାଯିବ ବୋଲି କହିଛନ୍ତି ୫-ଟି ସଚିବ। ହକି ପାଇଁ ୩୦ ଜିଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ। ବିଜୁବାବୁଙ୍କ ହକି ଭଲପାଇବାକୁ ସ୍ମୃତିଚାରଣ କରିବା ସହ ଏହି ମାଟିରୁ ଭାରତ ହକି ବିଶ୍ୱକପ୍‌ ଜିତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri