Posted inଜାତୀୟ

କେରଳରେ ଫୁଟ୍‌ବଲ ଉନ୍ମାଦନା: ୩ ଜଣଙ୍କୁ ହାଣିଲେ

କନ୍ନୁର,୨୦।୧୨ : ରବିବାର ରାତିରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଚାଲିଥିବାବେଳେ କେରଳର କେତେକ ସ୍ଥାନରେ ଏହାକୁ ନେଇ ହିଂସାକାଣ୍ଡ ଘଟିଛି। କନ୍ନୁରରେ ୩ ଜଣ ଯୁବକଙ୍କୁ ତାଙ୍କ ବିରୋଧୀ ଗୋଷ୍ଠୀ ହାଣିଥିବାବେଳ କୋଚିରେ ୨ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ ହୋଇଛି। କୋଲାମ୍‌ରେ ଜଣେ ଯୁବକ ସଂଜ୍ଞାହୀନ ହୋଇପଡ଼ି ପ୍ରାଣ ହରାଇଛନ୍ତି। ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ହାତେଇବା ପରେ କନ୍ନୁର ଜିଲାର ପଲ୍ଲିୟାମୂଲାରେ ଦୁଇଟି ଟିମ୍‌ ମଧ୍ୟରେ ସଂଘର୍ଷ ହୋଇଥିଲା। ବିରୋଧୀ ଟିମ୍‌ର ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଅନ୍ୟ ୨ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କନ୍ନୁର ପୋଲିସ ୬ ଜଣଙ୍କୁ ଗିରଫ କରିଛି। ପୂର୍ବରୁ କ୍ରୋଏସିଆଠାରୁ ବ୍ରାଜିଲ ହାରିଯିବା ପରେ ପଲ୍ଲିୟାମୂଲାରେ ସଂଘର୍ଷ ହୋଇଥିଲା। ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିବାବେଳେ ଗ୍ୟାଙ୍ଗ ସଦସ୍ୟମାନେ ଡ୍ରଗ୍ସ ନିଶାରେ ଥିଲେ କି ନାହିଁ ତାହାର ତଦନ୍ତ କରୁଛି।
ସେହିପରି ରବିବାର ରାତିରେ କଲୁର ଷ୍ଟାଡିୟମ ଛକଠାରେ କେତେଜଣ ଯୁବକ ରାସ୍ତା ଅବରୋଧ କରି ଆର୍ଜେଣ୍ଟିନା ବିଜୟରେ ଉତ୍ସବ ମନାଉଥିଲେ। ପୋଲିସ ସେମାନଙ୍କୁ ବିରୋଧ କରିବାରୁ ସେମାନେ ମାଡ଼ ମାରିବା ସହ ଜଣେ ପୋଲିସ କର୍ମଚାରୀଙ୍କୁ ରାସ୍ତାରେ ଘୋଷାଡ଼ିଥିଲେ। ଏଥିରେ କୋଚି ନର୍ଥ ଥାନାର ୨ ଜଣ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି। କୋଲାମ ସହରର ଲାଲ୍‌ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ରବିବାର ରାତିରେ ଆର୍ଜେଣ୍ଟିନା ବିଜୟ ପାଳନ ବେଳେ ଜଣେ ନାବାଳକ ସଂଜ୍ଞାହୀନ ହୋଇପଡ଼ିଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri