Posted inଜାତୀୟ

ମୁଖ୍ୟ ଶାସନ ସଚିବ ଫୋନ ନ ଉଠାଇବାରୁ ରାଗିଲେ ମୁଖ୍ୟମନ୍ତ୍ରୀ

ପାଟନା,୬।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଗ୍ର ରୂପ ଦେଖିବାକୁ ମିଳିଛି। ମୁଖ୍ୟ ଶାସନ ସଚିବ ଅମିର ସୁଭାନୀ ଫୋନ କଲ ନ ଉଠାଇବାରୁ ନୀତୀଶ ତାଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଏହି ସମୟରେ ଭାଗଲପୁରର ଜଣେ ଅଭିଯୋଗକାରୀ ଜମି ବିବାଦକୁ ନେଇ ତାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଥିଲେ। ଏହା ଶୁଣି ନୀତୀଶ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସହ କଥାବାର୍ତ୍ତା କରିବାକୁ କହିଥିଲେ। ପ୍ରଥମେ ମୁଖ୍ୟ ଶାସନ ସଚିବଙ୍କ ଫୋନ ଲାଗୁ ନ ଥିଲା, ତା’ପରେ ଫୋନ ଲାଗିବାରୁ ସେ ଉଠାଇବାରେ ବିଳମ୍ବ କରିଥିଲେ। ଏହା ଦେଖି ନୀତୀଶ ରାଗିଯାଇଥିଲେ।
ପରେ ଅମିର ସୁଭାନୀ ଫୋନ ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ରାଗି ଯାଇ କହିଥିଲେ, ଏତେ ବିଳମ୍ବରେ ଫୋନ ଉଠାଉଛ, କଣ ଚାଲିଛି? ତୁମର ଅଧିକାରୀ ଭୁଲ୍‌ କରୁଛନ୍ତି, ପଦକ୍ଷେପ ନିଅ। ଜଣେ ବ୍ୟକ୍ତି ଭାଗଲପୁରରୁ ଆସିଛନ୍ତି, ତାଙ୍କ ଜମିକୁ କବ୍ଜା କରାଯାଇଛି। ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କର।
ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର ଦିନ ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରଖାଯାଇଛି। ଏହା ସତ୍ତ୍ୱେ କିଛି ଅଧିକାରୀ ଫୋନ ଉଠାଇବାରେ ବିଳମ୍ବ କରିଥିଲେ। ଏପରି ପରିସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ କଲ ଉଠାଇବାରେ ବିଳମ୍ବ କରିବାରୁ ମୁଖ୍ୟମନ୍ତ୍ରୀ ବହୁତ ରାଗି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଉନ୍ମୋଚିତ କରିଥିବା ଛବିଟି ନେତାଜୀଙ୍କ ନୁହେଁ

ନୂଆଦିଲ୍ଲୀ,୨୫ା୧- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଛବିକୁ ନେଇ ଦେଖାଦେଇଛି ବିବାଦ। ଫଟୋଟି ନେତାଜୀ...

୬ ମାଓବାଦୀ ଗିରଫ

ନୂଆଦିଲ୍ଲୀ, ୨୬ା୨:ଝାଡ଼ଖଣ୍ଡର ସିଂଘଭୂମ୍‌ ଜିଲାରୁ ଜଣେ ଆତ୍ମଘୋଷିତ କମାଣ୍ଡରଙ୍କ ସମେତ ୬ ମାଓବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କେତେଜଣ...

ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି।...

ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ କରୋନା ସ୍ଥିତି ଏବଂ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।...

ଗରବା ନୃତ୍ୟବେଳେ ଚାଲିଗଲା ଯୁବକଙ୍କ ଜୀବନ, ପୁଅର ମୃତ୍ୟୁଖବର ଶୁଣି ଆଖିବୁଜିଲେ ପିତା

ପୁଣେ,୩।୧୦: ମହାରାଷ୍ଟ୍ରର ପାଲଘର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗରବା ଖେଳୁଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁକୁ ସହି ନ...

ରାତି ୮ଟା ପରେ ଫୁଡ୍‌ ଡେଲିଭରି ବନ୍ଦ

ମୁମ୍ବାଇ, ୬ା୪- ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା...

ଶଙ୍କରଙ୍କ ଉପରେ ବ୍ୟାନ୍‌ ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ବ୍ୟାନ୍‌...

‘ନିଷ୍ପତ୍ତି କଠିନ ଥିଲା’

ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ...

Advertisement
Archives

Model This Week