ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମମାଟିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଥମେ ଘଟଗାଁ ତାରିଣୀ ପୀଠକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ଏହା ପରେ ମୋହନ କେନ୍ଦୁଝର ଗସ୍ତ କରି ପୂର୍ବ ତଥା ବିଜେଡି ସରକାର ଉପରେ ଖୁବ୍‌ ବର୍ଷିବା ସହ ତାଙ୍କ ଗୁମର ଖୋଲିଥିଲେ। ଏହି ସଭାରେ ସେ କହିଥିଲେ, କେନ୍ଦୁଝରକୁ ଲୁଟ୍‌ କରାଯାଉଥିଲା। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍‌ ପାଇଁ ଲଢ଼େେଇ ହୋଇଥିଲା। କିଛି ଅଣ ଓ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍‌ କରିଛନ୍ତି ସେମାନେ ମୋ’ ନଜରରେ ଅଛନ୍ତି। କାହାକୁ ଛଡ଼ାଯିବନି। ସମସ୍ତଙ୍କୁ ଜେଲ୍‌ ପଠାଯିବ।

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢୁଥିଲି। ଏଥିପାଇଁ ସରକାର ମୋହନକୁ ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ସେତେବେଳେ ମୋ’ ଗୋଡ଼ ଧରିଥିଲେ। ମୋହନ ଭାଇ ତୁମେ ଆସ ଆମ ଦଳରେ ମିଶ ତୁମକୁ ମନ୍ତ୍ରୀପଦ ମିଳିବ। ମୁଁ କିନ୍ତୁ କାହା କଥାରେ ଭଳି ଯାଇ ନ ଥିଲି। ଏବେ ମୋତେ ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ଓଡ଼ିଶାର ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ସମ୍ବିଧାନ ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବ ଗଣତନ୍ତ୍ର

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରା ପକ୍ଷରୁ ରବିବାର ସନ୍ଧ୍ୟାରେ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ...

ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ

ଗଞ୍ଜାମ,୧୪ା୭ (ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ନିକଟରେ ବହୁ ପୁରାତନ ପ୍ରସିଦ୍ଧ ବାବା ଖଣ୍ଡେଶ୍ୱର ଶୈବପୀଠ ଅବସ୍ଥିତ। ଗଞ୍ଜାମ ଏନ୍‌ଏସି ଅଞ୍ଚଳର...

ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା

ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର...

ବାପା-ମା’ ଶୋଇଥିବାବେଳେ ୫ ବର୍ଷର ପୁଅ କରିଦେଲେ ଏମିତି କାମ: ଉଠିଲାବେଳକୁ ଗୋଡ଼ ତଳୁ ଖସିଗଲା ମାଟି

ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ ଦେଖୁଛନ୍ତି। ମାତାପିତା ମଧ୍ୟ କାର୍ଯ୍ୟରେ ବ୍ୟସ୍ତ ହେତୁ ପିଲାଙ୍କୁ ଆକଟ କରିପାରୁନାହାନ୍ତି। ଫଳରେ ପିଲାମାନେ ମୋବାଇଲ୍‌କୁ ଅପବ୍ୟବହାର କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri