ଥୁଆମୂଳ ରାମପୁର,୨୮/୧୧ (ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟି (BJP) କଳାହାଣ୍ଡି ଜିଲା ପକ୍ଷରୁ ଥୁଆମୂଳ ରାମପୁର ସ୍ଥିତ ଖଣ୍ଡୁଆଲ୍ ପଡ଼ିଆଠାରେ ଥୁଆମୂଳ ରାମପୁର ଓ ଡୁମେରପଦର ମଣ୍ଡଳର ମିଳିତ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବ୍ୟାପକ ପ୍ରଚାର ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉପରେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ଲାଞ୍ଜିଗଡ଼ ବିଧାନସଭାର ପୂର୍ବତନ ପ୍ରାର୍ଥୀ ରମେଶଚନ୍ଦ୍ର ମାଝୀ ଯୋଗଦେଇ ପ୍ରତ୍ୟେକ ବୁଥ୍କୁ ସଶକ୍ତ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, MP ପ୍ରତିନିଧି ପବିତ୍ର ନାଏକ, ଥୁଆମୂଳ ରାମପୁର ମଣ୍ଡଳ ସଭାପତି ଦୟାନିଧି ଭୋଇ, ଡୁମେରପଦର ମଣ୍ଡଳ ସଭାନେତ୍ରୀ ପୁଷ୍ପା ନାଏକ, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ କାଞ୍ଚନ ବାଗ୍, ଜିଲା ସାଧାରଣ ସମ୍ପାଦିକା ଅନିତା ବିଶ୍ୱାଳ, ଜିଲା ସମ୍ପାଦିକା ପୁଷ୍ପାଞ୍ଜଳି ନାଏକ, ଏସ୍ସି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ, ମଣ୍ଡଳ ପ୍ରଭାରୀ ସୁଶାନ୍ତ ନାଏକ, ଯୁବମୋର୍ଚ୍ଚା ଉପସଭାପତି କୁନା ପାତ୍ର, ବରିଷ୍ଠ ନେତା ବାଜ୍ରା ଭୋଇ, ମହିଳା ମୋର୍ଚ୍ଚା ସଭାନେତ୍ରୀ କିଆମଣୀ ନାଏକ, MPଙ୍କ ଟିଏସି ସଦସ୍ୟ ଡମ୍ବରୁଧର ମହାରଣା, ଏସ୍ସି ମୋର୍ଚ୍ଚା ସଂଯୋଜକ ବିପିନ ବିହାରୀ ନାଏକ ଏବଂ ସିନ୍ଧିପଦର ସରପଞ୍ଚ ଗୀତାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପାଖାପାଖି ୩୦ ଜଣ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ନୂଆ କରି ଦଳରେ ଯୋଗଦେଇଥିବା କର୍ମୀମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ନାଏକ, ଡମ୍ବରୁଧର ନାଏକ, ରକି ନାଏକ, ରୋହନ କୁମାର ନାଏକ, ଅମିତ କୁମାର ନାଏକ, ଶକ୍ତି କୁମାର ନାଏକ, ଚନ୍ଦନ ନାଏକ, ସୁମନ ନାଏକ, ରିତେଶ ଧଙ୍ଗଡ଼ା ମାଝୀ, ଓମ୍ କୁମାର ନାଏକ ଏବଂ ଶମ୍ଭୁ ନାଏକ ପ୍ରମୁଖ ରହିଛନ୍ତି। ବୈଠକରେ ଉଭୟ ମଣ୍ଡଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ୍ ସଭାପତିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

