ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର। ଆଗକୁ ଥିବା ପୋଙ୍ଗାଲ ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଉତ୍ସବ ଅବସରରେ ସାଧାରଣତଃ ରାଜ୍ୟରେ ବଡ଼ ଫିଲ୍ମ ରିଲିଜ ହୁଏ। ଦିନକୁ ରାଜ୍ୟରେ ବାହାରୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏହି ଅନୁମତି ଦେଇଛନ୍ତି।

ଉଲ୍ଲେଖଥାଉ କି, ମାର୍ଚ୍ଚରେ କରୋନା ଓ ତା’ ପଛକୁ ଲକ୍‌ଡାଉନ ଆସିବା ପରେ ପ୍ରାୟ ଫିଲ୍ମ ରିଲିଜ ପାଇଁ ଓଟିଟି ପ୍ଲାଟଫର୍ମ ବାଛି ନେଇଥିଲେ। ହେଲେ ବିଗ୍‌ ବଜେଟ ଫିଲ୍ମ ‘ମାଷ୍ଟର’କୁ ସିନେମା ହଲରେ ହିଁ ରିଲିଜ କରିବାକୁ ଅଡ଼ି ବସିଥିଲେ ସାଉଥ୍‌ ଷ୍ଟାର ବିଜୟ। ଫିଲ୍ମଟି ଆସନ୍ତା ୧୩ ତାରିଖରେ ରିଲିଜ ହେବ। ଏହାର ଖୁବ୍‌ ପୂର୍ବରୁ ବିଜୟ ଓ ଫିଲ୍ମର ପୂରା ଟିମ୍‌ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପଲାନୀସ୍ବାମୀଙ୍କୁ ଭେଟି ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା।...

ପ୍ରଶଂସକଙ୍କ ପାଦ ଛୁଇଁଲେ ହ୍ରିତିକ୍‌

ଅଭିନେତା ହ୍ରିତିକ ରୋଶନ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ଅଭିନୟରେ ନୁହେଁ, ଡ୍ୟାନ୍ସରେ ମଧ୍ୟ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି।...

ରଣବୀରଙ୍କ ନୂଆ ବିଜ୍ଞାପନ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି। ହେଲେ ଏବେ ପର୍ଯ୍ୟନ୍ତ ପ୍ରଶଂସକମାନେ ତାଙ୍କୁ ଭୁଲିପାରି...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜସି ଜୈସି କୋଇ ନେହିଁ ଫେମ୍‌

ମୁମ୍ବାଇ: ଜଣାଶୁଣା ଟିଭି ସିରିୟଲ ‘ଜସି ଜୈସି କୋଇ ନେହିଁ’ରୁ ପପୁଲାର ହୋଇଥିବା ମୋନା ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ଏଥିପାଇଁ...

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର...

୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି...

ନେହା ଭାସିନ୍‌ କରୋନା ସଂକ୍ରମିତ

ମୁମ୍ବାଇ: ‘ବିଗ୍‌ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍‌ ଥିବା ସୋସିଆଲ ମିଡିଆରେ ସୂଚନା...

କ୍ଷମା ମାଗିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଆଜିକାଲି ତାଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଆପତ୍ତି ଉଠିଛି।...

Advertisement
Archives

Model This Week