Posted inଫୁରସତ

ବିଶ୍ୱକୁ ପ୍ରଭାବିତ କରିଥିଲା ଶିକାଗୋ ଶ୍ରମିକ ଆନ୍ଦୋଳନ

ମେ’ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମେ’ ଡେ। କେତେକ ଦେଶରେ ଏହା ଅନ୍ତର୍ଜାତୀୟ ଶ୍ରମିକ ଦିବସ ନାମରେ ମଧ୍ୟ ପାଳିତ ହୁଏ। ଆମେରିକାନ ଫେଡେରେଶନ ଅଫ୍‌ ଅର୍ଗାନାଇଜ୍‌ଡ ଟ୍ରେଡ୍‌ସ ଆଣ୍ଡ୍‌ ଲେବର ୟୁନିୟନ୍ସର ନିଷ୍ପତ୍ତି କ୍ରମେ ‘୮ ଘଣ୍ଟା କାମ, ୮ ଘଣ୍ଟା ବିଶ୍ରାମ ଏବଂ ୮ ଘଣ୍ଟା ମନୋରଞ୍ଜନ’ ଦାବିରେ ୧୮୮୬ ମେ’ ୧ରେ ଆମେରିକାର ଶିକାଗୋ ସହରର ‘ହେ ମାର୍କେଟ’ ଛକରେ ଶ୍ରମିକ ଆନ୍ଦୋଳନ ହୋଇଥିଲା। ନିଜର ନ୍ୟାୟସଙ୍ଗତ ଦାବି ପାଇଁ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇଥିବା ଅନେକ ହଜାର ଶ୍ରମିକଙ୍କ ଉପରେ ପୋଲିସ ମେ’ ୪ ତାରିଖରେ ବୋମାମାଡ଼କୁ କେନ୍ଦ୍ରକରି ଅତର୍କିତ ଗୁଳିଚାଳନା କରିଥିଲା। ଏଥିରେ ବହୁ ଶ୍ରମିକ ମୃତାହତ ହୋଇଥିଲେ। ତେବେ ସେହି ଶ୍ରମିକମାନଙ୍କ ବଳିଦାନ ବ୍ୟର୍ଥ ଯାଇ ନ ଥିଲା। ଆମେରିକାର ଏହି ଘଟଣା ବିଶ୍ୱର ସମସ୍ତ ସ୍ବାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ପ୍ରଭାବିତ କରିଥିଲା। ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟ ସଂଗ୍ରାମକୁ ଆଗକୁ ବଢ଼ାଇଥିଲେ। ଶିକାଗୋ ଆନ୍ଦୋଳନର ନେତାମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଆଗତ କରାଯାଇ ୪ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଏହି ଦୁଃଖଦ ଘଟଣାର ସ୍ମାରକୀ ସ୍ବରୂପ ୟୁରୋପର ଇଣ୍ଟରନ୍ୟାଶନାଲ କଂଗ୍ରେସ ଅଫ୍‌ ସୋସିଆଲିଷ୍ଟ ପାର୍ଟିଜ୍‌ ପକ୍ଷରୁ ୧୮୮୯ ଜୁଲାଇ ୧୪ରେ ପ୍ୟାରିସରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ମହାଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ପ୍ରତିବର୍ଷ ମେ’ ପହିଲାକୁ ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବ। ଏହି ନିଷ୍ପତ୍ତି ଅନୁଯାୟୀ ୧୮୯୦ରୁ ଏହା ପାଳନ କରାଯାଇ ଆସୁଛି। ସମ୍ପ୍ରତି ୧୬୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଦିବସ ମେ’ ୧ରେ ପାଳନ କରାଯାଉଛି। ହେଲେ ଆମେରିକା ଓ କାନାଡ଼ାରେ ସେପ୍ଟେମ୍ବର ପ୍ରଥମ ସୋମବାରରେ ଏହି ଦିବସ ପାଳନ କରାଯାଉଛି।
ଶିକାଗୋ ଆନ୍ଦୋଳନର ବହୁ ପୂର୍ବରୁ ଅର୍ଥାତ୍‌ ୧୮୦୬ ମସିହାରେ ଆମେରିକାର ପ୍ରସିଦ୍ଧ ଫିଲାଡେଲଫିଆ ଜୋତା କାରଖାନାର ମେକାନିକ୍‌ମାନେ ପ୍ରଥମ ମେକାନିକ୍‌ସ ୟୁନିୟନ୍‌ ଅଫ୍‌ ଫିଲାଡେଲ୍‌ଫିଆ ନାମକ ଏକ ଶ୍ରମିକ ସଂଗଠନ ଗଠନ କରିଥିଲେ। ସେହି ସମୟରେ ଶ୍ରମିକମାନେ ଦୈନିକ ୧୯ ଘଣ୍ଟା କାର୍ଯ୍ୟ କରୁଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଥିଲା। ତେଣୁ ଦୈନିକ ଶ୍ରମ ନିର୍ଘଣ୍ଟ ୧୯ ଘଣ୍ଟାରୁ ହ୍ରାସ କରାଯାଇ ୧୦ ଘଣ୍ଟାରେ ସୀମିତ କରିବା ପାଇଁ ଦାବି କରି ଫିଲାଡେଲ୍‌ଫିଆର ନିର୍ମାଣ ଶ୍ରମିକମାନେ ୧୮୨୭ ମସିହାରେ ପ୍ରଥମ କରି ସଂଗଠିତ ଭାବେ ଧର୍ମଘଟ ଆରମ୍ଭ କରିଥିଲେ। ସେହିପରି ୨୧ ଏପ୍ରିଲ ୧୮୫୬ରେ ଅଷ୍ଟ୍ରେଲିଆର ମେଲବୋର୍ନରେ ୮ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ପାଇଁ ଶ୍ରମିକ ଆନ୍ଦୋଳନର ପ୍ରଥମ ପଦଯାତ୍ରା ହୋଇଥିଲା। ଏହି ଦିନ ମେଲବୋର୍ନର ଚାରିପାଖରେ ହେଉଥିବା ବିରାଟ ପଥର ପାଚେରିର ନିର୍ମାଣ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ। ସେମାନେ ମେଲବୋର୍ନ ବିଶ୍ୱବିଦ୍ୟାଳୟରୁ ସଂସଦ ଗୃହକୁ ଚାଲି ଚାଲି ଯାଇ ନିଜର ଦାବି ଜଣାଇଥିଲେ। ପୁଞ୍ଜିବାଦୀଙ୍କ ବିରୋଧରେ ସେମାନଙ୍କର ଏହି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିଲା। ସେତେବେଳେ ଆମେରିକା ସମେତ ଅନେକ ଦେଶରେ ୧୨ରୁ ୧୬ ଘଣ୍ଟା ଯାଏ ଶ୍ରମିକମାନେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri