Posted inଫୁରସତ

ବିଶ୍ୱକୁ ପ୍ରଭାବିତ କରିଥିଲା ଶିକାଗୋ ଶ୍ରମିକ ଆନ୍ଦୋଳନ

ମେ’ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମେ’ ଡେ। କେତେକ ଦେଶରେ ଏହା ଅନ୍ତର୍ଜାତୀୟ ଶ୍ରମିକ ଦିବସ ନାମରେ ମଧ୍ୟ ପାଳିତ ହୁଏ। ଆମେରିକାନ ଫେଡେରେଶନ ଅଫ୍‌ ଅର୍ଗାନାଇଜ୍‌ଡ ଟ୍ରେଡ୍‌ସ ଆଣ୍ଡ୍‌ ଲେବର ୟୁନିୟନ୍ସର ନିଷ୍ପତ୍ତି କ୍ରମେ ‘୮ ଘଣ୍ଟା କାମ, ୮ ଘଣ୍ଟା ବିଶ୍ରାମ ଏବଂ ୮ ଘଣ୍ଟା ମନୋରଞ୍ଜନ’ ଦାବିରେ ୧୮୮୬ ମେ’ ୧ରେ ଆମେରିକାର ଶିକାଗୋ ସହରର ‘ହେ ମାର୍କେଟ’ ଛକରେ ଶ୍ରମିକ ଆନ୍ଦୋଳନ ହୋଇଥିଲା। ନିଜର ନ୍ୟାୟସଙ୍ଗତ ଦାବି ପାଇଁ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇଥିବା ଅନେକ ହଜାର ଶ୍ରମିକଙ୍କ ଉପରେ ପୋଲିସ ମେ’ ୪ ତାରିଖରେ ବୋମାମାଡ଼କୁ କେନ୍ଦ୍ରକରି ଅତର୍କିତ ଗୁଳିଚାଳନା କରିଥିଲା। ଏଥିରେ ବହୁ ଶ୍ରମିକ ମୃତାହତ ହୋଇଥିଲେ। ତେବେ ସେହି ଶ୍ରମିକମାନଙ୍କ ବଳିଦାନ ବ୍ୟର୍ଥ ଯାଇ ନ ଥିଲା। ଆମେରିକାର ଏହି ଘଟଣା ବିଶ୍ୱର ସମସ୍ତ ସ୍ବାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ପ୍ରଭାବିତ କରିଥିଲା। ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟ ସଂଗ୍ରାମକୁ ଆଗକୁ ବଢ଼ାଇଥିଲେ। ଶିକାଗୋ ଆନ୍ଦୋଳନର ନେତାମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଆଗତ କରାଯାଇ ୪ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଏହି ଦୁଃଖଦ ଘଟଣାର ସ୍ମାରକୀ ସ୍ବରୂପ ୟୁରୋପର ଇଣ୍ଟରନ୍ୟାଶନାଲ କଂଗ୍ରେସ ଅଫ୍‌ ସୋସିଆଲିଷ୍ଟ ପାର୍ଟିଜ୍‌ ପକ୍ଷରୁ ୧୮୮୯ ଜୁଲାଇ ୧୪ରେ ପ୍ୟାରିସରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ମହାଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ପ୍ରତିବର୍ଷ ମେ’ ପହିଲାକୁ ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବ। ଏହି ନିଷ୍ପତ୍ତି ଅନୁଯାୟୀ ୧୮୯୦ରୁ ଏହା ପାଳନ କରାଯାଇ ଆସୁଛି। ସମ୍ପ୍ରତି ୧୬୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଦିବସ ମେ’ ୧ରେ ପାଳନ କରାଯାଉଛି। ହେଲେ ଆମେରିକା ଓ କାନାଡ଼ାରେ ସେପ୍ଟେମ୍ବର ପ୍ରଥମ ସୋମବାରରେ ଏହି ଦିବସ ପାଳନ କରାଯାଉଛି।
ଶିକାଗୋ ଆନ୍ଦୋଳନର ବହୁ ପୂର୍ବରୁ ଅର୍ଥାତ୍‌ ୧୮୦୬ ମସିହାରେ ଆମେରିକାର ପ୍ରସିଦ୍ଧ ଫିଲାଡେଲଫିଆ ଜୋତା କାରଖାନାର ମେକାନିକ୍‌ମାନେ ପ୍ରଥମ ମେକାନିକ୍‌ସ ୟୁନିୟନ୍‌ ଅଫ୍‌ ଫିଲାଡେଲ୍‌ଫିଆ ନାମକ ଏକ ଶ୍ରମିକ ସଂଗଠନ ଗଠନ କରିଥିଲେ। ସେହି ସମୟରେ ଶ୍ରମିକମାନେ ଦୈନିକ ୧୯ ଘଣ୍ଟା କାର୍ଯ୍ୟ କରୁଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଥିଲା। ତେଣୁ ଦୈନିକ ଶ୍ରମ ନିର୍ଘଣ୍ଟ ୧୯ ଘଣ୍ଟାରୁ ହ୍ରାସ କରାଯାଇ ୧୦ ଘଣ୍ଟାରେ ସୀମିତ କରିବା ପାଇଁ ଦାବି କରି ଫିଲାଡେଲ୍‌ଫିଆର ନିର୍ମାଣ ଶ୍ରମିକମାନେ ୧୮୨୭ ମସିହାରେ ପ୍ରଥମ କରି ସଂଗଠିତ ଭାବେ ଧର୍ମଘଟ ଆରମ୍ଭ କରିଥିଲେ। ସେହିପରି ୨୧ ଏପ୍ରିଲ ୧୮୫୬ରେ ଅଷ୍ଟ୍ରେଲିଆର ମେଲବୋର୍ନରେ ୮ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ପାଇଁ ଶ୍ରମିକ ଆନ୍ଦୋଳନର ପ୍ରଥମ ପଦଯାତ୍ରା ହୋଇଥିଲା। ଏହି ଦିନ ମେଲବୋର୍ନର ଚାରିପାଖରେ ହେଉଥିବା ବିରାଟ ପଥର ପାଚେରିର ନିର୍ମାଣ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ। ସେମାନେ ମେଲବୋର୍ନ ବିଶ୍ୱବିଦ୍ୟାଳୟରୁ ସଂସଦ ଗୃହକୁ ଚାଲି ଚାଲି ଯାଇ ନିଜର ଦାବି ଜଣାଇଥିଲେ। ପୁଞ୍ଜିବାଦୀଙ୍କ ବିରୋଧରେ ସେମାନଙ୍କର ଏହି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିଲା। ସେତେବେଳେ ଆମେରିକା ସମେତ ଅନେକ ଦେଶରେ ୧୨ରୁ ୧୬ ଘଣ୍ଟା ଯାଏ ଶ୍ରମିକମାନେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?