ପାଣିରେ ପଡ଼ିଲା ଚେକ୍‌ଡ୍ୟାମ ଟଙ୍କା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପୁଳାପୁଳା ଚେକ୍‌ଡ୍ୟାମ ନିର୍ମାଣ କରୁଛନ୍ତି। ମାତ୍ର ସେଗୁଡ଼ିକ ଚାଷୀଙ୍କ କାମରେ ଆସୁନାହିଁ। ବର୍ଷାଦିନେ ବି ପାଣି ଟୋପାଏ ରହୁନାହିଁ। ଚେକ୍‌ଡ୍ୟାମ ନିର୍ମାଣ କରି ବିଭାଗୀୟ ଅଧିକାରୀ, ଠିକାଦାର ମାଲାମାଲ ହେଉଛନ୍ତି । ମାତ୍ର ଚାଷ ଜମିକୁ ଟୋପାଏ ପାଣି ମିଳୁନି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଅର୍ଥରେ ନିର୍ମାଣ କରାଯାଇଥିବା ଚେକ୍‌ଡ୍ୟାମଗୁଡ଼ିକ ଅକାମୀ ହୋଇ ପଡ଼ିରହିଛି। ଉପଯୁକ୍ତ ଯୋଜନାର ଅଭାବ, ଅନୁପଯୁକ୍ତ ଜାଗା ଚୟନ, ତ୍ରୁଟିପୂର୍ଣ୍ଣ ପରିକଳ୍ପନା ଏବଂ ଚେକ୍‌ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚେକ୍‌ଡ୍ୟାମ ନିର୍ମାଣରେ ବ୍ୟୟ କରାଯାଇଥିବା ୨.୩୩ କୋଟି ଟଙ୍କା ପାଣିରେ ପଡ଼ିଛି। ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ସହ ଚାଷ ଜମିକୁ ଜଳସେଚନ କରିବା ଏହି ଚେକ୍‌ଡ୍ୟାମ ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା । ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ୨୦୧୨ରେ ରାଜ୍ୟର ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅଧିକାରୀମାନେ ଚେକ୍‌ଡ୍ୟାମ ନିର୍ମାଣ କରିବା ପୂର୍ବରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଷ ଜମିକୁ ଦୃଷ୍ଟି ଦେଇନାହାନ୍ତି। ଏଥିସହିତ ଉପଯୁକ୍ତ ଜାଗା ଚୟନ, ଚେକ୍‌ଡ୍ୟାମ ନକ୍ସା ପ୍ରସ୍ତୁତ କରିବା ସମୟରେ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନଙ୍କ ସହିତ ପରାମର୍ଶ ମଧ୍ୟ ନେଇନାହାନ୍ତି। ଚେକ୍‌ଡ୍ୟାମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ କୃଷକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
୨୦୧୮ରୁ ୨୦୨୦ ମଧ୍ୟରେ ସିଏଜି ୭ଟି ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଏବଂ ୨ଟି ଗ୍ରାମ ପଞ୍ଚାୟତର ନଥିପତ୍ରର ସମୀକ୍ଷା କରିଥିଲେ। ୨୦୦୯ରୁ ୨୦୧୮ ମଧ୍ୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୩.୧୩ କୋଟି ଟଙ୍କା ବ୍ୟୟରେ ୪୮ଟି ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ୨.୪୮ କୋଟି ଟଙ୍କା ବ୍ୟୟରେ ୩୭ଟି ଚେକ୍‌ଡ୍ୟାମ ନିର୍ମାଣ ହୋଇଥିଲା। ଏଥିସହିତ ୧୧ଟି ଚେକ୍‌ଡ୍ୟାମରେ ୩୦.୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିଥିଲା। ୨.୦୩ କୋଟି ଟଙ୍କା ବ୍ୟୟରେ ନିର୍ମିିତ ହୋଇଥିବା ୩୭ଟି ଚେକ୍‌ଡ୍ୟାମ ମଧ୍ୟରୁ ୩୦ଟିର ଅଡିଟ କରାଯାଇଥିଲା। ଅଡିଟରୁ ଦେଖିବାକୁ ମିଳିଥିଲା ଯେ ଉକ୍ତ ଚେକ୍‌ଡ୍ୟାମଗୁଡ଼ିକ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ନ ହୋଇ ଶୁଖିଲା ପଡ଼ିରହିଛି। ଏପରିକି ବର୍ଷାଦିନେ ମଧ୍ୟ ସେଗୁଡ଼ିକରେ ପାଣି ରହୁନାହିଁ। ଚେକ୍‌ଡ୍ୟାମଗୁଡ଼ିକ ମନଇଚ୍ଛା ନିର୍ମାଣ କରାଯାଇଛି। ଚେକ୍‌ଡ୍ୟାମ ନିକଟରେ ଚାଷଜମି ନ ଥିବାବେଳେ ଏହାର ଜଳଧାରଣ କ୍ଷମତା ମଧ୍ୟ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଡ୍ୟାମ୍‌ ନିର୍ମାଣ ପୂର୍ବରୁ ବିଡିଓମାନେ କ୍ଷୁଦ୍ର ଜଳସେଚନ ଡିଭିଜନ ଯନ୍ତ୍ରୀମାନଙ୍କଠାରୁ ବୈଷୟିକ ତଥ୍ୟ ନେଇ ନ ଥିଲେ। ଏହାଛଡ଼ା କେଉଁ ଚାଷ ଜମିକୁ ଜଳସେଚନ କରାଯିବ ସେ ନେଇ ସ୍ଥାନୀୟ କୃଷକମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇ ନ ଥିଲା। ଏହି ଚେକ୍‌ଡ୍ୟାମ ଦ୍ୱାରା କେଉଁ ଫସଲକୁ ପାଣି ଯୋଗାଯିବା ଦରକାର ସେ ବିଷୟରେ କାୈଣସି ଅନୁଧ୍ୟାନ କରାଯାଇ ନ ଥିଲା। ଏପରି କି ଚେକ୍‌ଡ୍ୟାମଗୁଡ଼ିକ ଚାଷ ଜମିର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଚେକ୍‌ଡ୍ୟାମ ନିର୍ମାଣ ପରେ ସେଗୁଡ଼ିକର ଉପଯୋଗ ପାଇଁ କୃଷକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନାହିଁ। ଏଥିଯୋଗୁ ୨.୦୩ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମଗୁଡ଼ିକ ବର୍ଷ ବର୍ଷ ଧରି ଅକାମୀ ହୋଇ ପଡ଼ିରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ୧୯ଟି ଚେକ୍‌ଡ୍ୟାମର ଉପର କିମ୍ବା ତଳ ମୁଣ୍ଡରେ କାୈଣସି ଚାଷଜମି ନାହିଁ। ଏପରି କି କେତେକ ଚେକ୍‌ଡ୍ୟାମରେ କେବଳ ଦୁଇପାଖ ବନ୍ଦ ହୋଇଥିବା ବେଳେ ଜଳ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନ ଥିବା ସିଏଜି ଜାଣିବାକୁ ପାଇଛନ୍ତି। ଗ୍ରାମାଞ୍ଚଳରେ ଜୀବନ ଜୀବିକା ପାଇଁ ପ୍ରାକୃତିକ ସମ୍ବଳକୁ ମଜଭୁତ କରିବା ସହ ଜମିର ଉପତ୍ାଦିକା ଶକ୍ତିରେ ବୃଦ୍ଧି କରିବା ନେଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଡ୍ୟାମ୍‌ ନିର୍ମାଣ ଉଦ୍ୟମ କରାଯାଇଥିଲା। ଅପାରଗ ଅଧିକାରୀଙ୍କ ଯୋଗୁ ଏହା ବିଫଳ ହେବା ସହ ସରକାରୀ ଅର୍ଥ ପାଣିରେ ପଡ଼ିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?