ପାଣିରେ ପଡ଼ିଲା ଚେକ୍‌ଡ୍ୟାମ ଟଙ୍କା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପୁଳାପୁଳା ଚେକ୍‌ଡ୍ୟାମ ନିର୍ମାଣ କରୁଛନ୍ତି। ମାତ୍ର ସେଗୁଡ଼ିକ ଚାଷୀଙ୍କ କାମରେ ଆସୁନାହିଁ। ବର୍ଷାଦିନେ ବି ପାଣି ଟୋପାଏ ରହୁନାହିଁ। ଚେକ୍‌ଡ୍ୟାମ ନିର୍ମାଣ କରି ବିଭାଗୀୟ ଅଧିକାରୀ, ଠିକାଦାର ମାଲାମାଲ ହେଉଛନ୍ତି । ମାତ୍ର ଚାଷ ଜମିକୁ ଟୋପାଏ ପାଣି ମିଳୁନି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଅର୍ଥରେ ନିର୍ମାଣ କରାଯାଇଥିବା ଚେକ୍‌ଡ୍ୟାମଗୁଡ଼ିକ ଅକାମୀ ହୋଇ ପଡ଼ିରହିଛି। ଉପଯୁକ୍ତ ଯୋଜନାର ଅଭାବ, ଅନୁପଯୁକ୍ତ ଜାଗା ଚୟନ, ତ୍ରୁଟିପୂର୍ଣ୍ଣ ପରିକଳ୍ପନା ଏବଂ ଚେକ୍‌ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚେକ୍‌ଡ୍ୟାମ ନିର୍ମାଣରେ ବ୍ୟୟ କରାଯାଇଥିବା ୨.୩୩ କୋଟି ଟଙ୍କା ପାଣିରେ ପଡ଼ିଛି। ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ସହ ଚାଷ ଜମିକୁ ଜଳସେଚନ କରିବା ଏହି ଚେକ୍‌ଡ୍ୟାମ ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା । ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ୨୦୧୨ରେ ରାଜ୍ୟର ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅଧିକାରୀମାନେ ଚେକ୍‌ଡ୍ୟାମ ନିର୍ମାଣ କରିବା ପୂର୍ବରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଷ ଜମିକୁ ଦୃଷ୍ଟି ଦେଇନାହାନ୍ତି। ଏଥିସହିତ ଉପଯୁକ୍ତ ଜାଗା ଚୟନ, ଚେକ୍‌ଡ୍ୟାମ ନକ୍ସା ପ୍ରସ୍ତୁତ କରିବା ସମୟରେ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନଙ୍କ ସହିତ ପରାମର୍ଶ ମଧ୍ୟ ନେଇନାହାନ୍ତି। ଚେକ୍‌ଡ୍ୟାମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ କୃଷକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
୨୦୧୮ରୁ ୨୦୨୦ ମଧ୍ୟରେ ସିଏଜି ୭ଟି ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଏବଂ ୨ଟି ଗ୍ରାମ ପଞ୍ଚାୟତର ନଥିପତ୍ରର ସମୀକ୍ଷା କରିଥିଲେ। ୨୦୦୯ରୁ ୨୦୧୮ ମଧ୍ୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୩.୧୩ କୋଟି ଟଙ୍କା ବ୍ୟୟରେ ୪୮ଟି ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ୨.୪୮ କୋଟି ଟଙ୍କା ବ୍ୟୟରେ ୩୭ଟି ଚେକ୍‌ଡ୍ୟାମ ନିର୍ମାଣ ହୋଇଥିଲା। ଏଥିସହିତ ୧୧ଟି ଚେକ୍‌ଡ୍ୟାମରେ ୩୦.୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିଥିଲା। ୨.୦୩ କୋଟି ଟଙ୍କା ବ୍ୟୟରେ ନିର୍ମିିତ ହୋଇଥିବା ୩୭ଟି ଚେକ୍‌ଡ୍ୟାମ ମଧ୍ୟରୁ ୩୦ଟିର ଅଡିଟ କରାଯାଇଥିଲା। ଅଡିଟରୁ ଦେଖିବାକୁ ମିଳିଥିଲା ଯେ ଉକ୍ତ ଚେକ୍‌ଡ୍ୟାମଗୁଡ଼ିକ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ନ ହୋଇ ଶୁଖିଲା ପଡ଼ିରହିଛି। ଏପରିକି ବର୍ଷାଦିନେ ମଧ୍ୟ ସେଗୁଡ଼ିକରେ ପାଣି ରହୁନାହିଁ। ଚେକ୍‌ଡ୍ୟାମଗୁଡ଼ିକ ମନଇଚ୍ଛା ନିର୍ମାଣ କରାଯାଇଛି। ଚେକ୍‌ଡ୍ୟାମ ନିକଟରେ ଚାଷଜମି ନ ଥିବାବେଳେ ଏହାର ଜଳଧାରଣ କ୍ଷମତା ମଧ୍ୟ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଡ୍ୟାମ୍‌ ନିର୍ମାଣ ପୂର୍ବରୁ ବିଡିଓମାନେ କ୍ଷୁଦ୍ର ଜଳସେଚନ ଡିଭିଜନ ଯନ୍ତ୍ରୀମାନଙ୍କଠାରୁ ବୈଷୟିକ ତଥ୍ୟ ନେଇ ନ ଥିଲେ। ଏହାଛଡ଼ା କେଉଁ ଚାଷ ଜମିକୁ ଜଳସେଚନ କରାଯିବ ସେ ନେଇ ସ୍ଥାନୀୟ କୃଷକମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇ ନ ଥିଲା। ଏହି ଚେକ୍‌ଡ୍ୟାମ ଦ୍ୱାରା କେଉଁ ଫସଲକୁ ପାଣି ଯୋଗାଯିବା ଦରକାର ସେ ବିଷୟରେ କାୈଣସି ଅନୁଧ୍ୟାନ କରାଯାଇ ନ ଥିଲା। ଏପରି କି ଚେକ୍‌ଡ୍ୟାମଗୁଡ଼ିକ ଚାଷ ଜମିର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଚେକ୍‌ଡ୍ୟାମ ନିର୍ମାଣ ପରେ ସେଗୁଡ଼ିକର ଉପଯୋଗ ପାଇଁ କୃଷକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନାହିଁ। ଏଥିଯୋଗୁ ୨.୦୩ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମଗୁଡ଼ିକ ବର୍ଷ ବର୍ଷ ଧରି ଅକାମୀ ହୋଇ ପଡ଼ିରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ୧୯ଟି ଚେକ୍‌ଡ୍ୟାମର ଉପର କିମ୍ବା ତଳ ମୁଣ୍ଡରେ କାୈଣସି ଚାଷଜମି ନାହିଁ। ଏପରି କି କେତେକ ଚେକ୍‌ଡ୍ୟାମରେ କେବଳ ଦୁଇପାଖ ବନ୍ଦ ହୋଇଥିବା ବେଳେ ଜଳ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନ ଥିବା ସିଏଜି ଜାଣିବାକୁ ପାଇଛନ୍ତି। ଗ୍ରାମାଞ୍ଚଳରେ ଜୀବନ ଜୀବିକା ପାଇଁ ପ୍ରାକୃତିକ ସମ୍ବଳକୁ ମଜଭୁତ କରିବା ସହ ଜମିର ଉପତ୍ାଦିକା ଶକ୍ତିରେ ବୃଦ୍ଧି କରିବା ନେଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଡ୍ୟାମ୍‌ ନିର୍ମାଣ ଉଦ୍ୟମ କରାଯାଇଥିଲା। ଅପାରଗ ଅଧିକାରୀଙ୍କ ଯୋଗୁ ଏହା ବିଫଳ ହେବା ସହ ସରକାରୀ ଅର୍ଥ ପାଣିରେ ପଡ଼ିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ସ୍କୁଲକୁ ଫେରିଲେ ବଦଳି ଶିକ୍ଷକ

ବାଳକାଟୀ,୧୨ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକରେ ଗୋଟିଏ ସାଦା କାଗଜରେ ହୋଇଥିବା ୨୦ ଶିକ୍ଷକଙ୍କ ବଦଳି ମୌଖିକ ଭାବେ ପ୍ରତ୍ୟାହାର ହୋଇଛି। ଦୋଳପୂର୍ଣ୍ଣିମା ତଥା ଛୁଟି...

ନିର୍ବାଚନ ପ୍ରସ୍ତୁତି: ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର,୫ା୬(ବ୍ୟୁରୋ): ଆଗୁଆ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କଲେଣି। ଭାରତର ନିର୍ବାଚନ...

ସମାଜ ପରିବର୍ତ୍ତନରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନସିଟି ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ। ଟୁଇନସିଟିରେ ଅପରାଧ...

ଲାଲଗଡରେ ପହଞ୍ଚିଲେ ଡିଜି ଅଭୟ

ଚିତ୍ରକୋଣ୍ଡା,୧୪।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥିବା ଲାଲଗଡ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ସୋମବାର ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ। ମାଓ ଦମନ...

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶେଷ ହୋଇଛି ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ। ରବିବାର ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।...

ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର ଅଫିସ/ସୋର.୬ା୫(ଡି.ଏନ୍‌.ଏ): ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ତଥା ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର(୯୭)ଙ୍କର ବୁଧବାର ସହଦେବଖୁଣ୍ଟାସ୍ଥିତ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ...

ବାହାନଗା ଟ୍ରେନ ଦୁର୍ଘଟଣା: ୮୦ ମୃତ

ବାହାନଗା ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚତ୍ଛି। ଆହତ ସଂଖ୍ୟା ୮୦୦ରୁ ଅଧିକ ହେବ ରାଜ୍ୟ...

୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮...

Advertisement
Archives

Model This Week