ଚରିତ୍ର ବଦଳୁ ନାହିଁ

ଆକାର ପଟେଲ

ଭାରତର ଅର୍ଥବ୍ୟବସ୍ଥା ଆଉ ତିନି ମାସ ପାଇଁ ତଳକୁ ଖସିଲା ବୋଲି ଚଳିତ ସପ୍ତାହରେ ଆମକୁ କୁହାଗଲା। ଅର୍ଥାତ୍‌ ଗତବର୍ଷ ଏହି ସମୟରେ ଆମେ ସାମଗ୍ରୀ ଓ ସେବାରେ ଯେତିକି ଉତ୍ପାଦନ କରିଥିଲୁ ତା’ଅପେକ୍ଷା ଏବର୍ଷ ଏଥିରେ ପଛାଇଯାଇଛୁ। ଏହା ମଧ୍ୟ ସୂଚାଉଛି କି ଲକ୍ଷ ଲକ୍ଷ ସମ୍ଭବତଃ କୋଟି କୋଟି ପରିବାର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଲକ୍‌ଡାଉନ ଲାଗୁ କରିବା ପରେ ଅର୍ଥବ୍ୟବସ୍ଥା ୬ ମାସ ହେବ ହ୍ରାସ ପାଇଚାଲିଛି। ଅର୍ଥନୀତିଜ୍ଞଙ୍କ ମତରେ ଏହା ଦେଶରେ ଏକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଆମେ ଜାଣୁ ଗଣମାଧ୍ୟମ ଯୋଗୁ ଆମେମାନେ ମାନ୍ଦାବସ୍ଥାରେ ରହିଛୁ। ସରକାର ଯେଉଁ ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କି ଅର୍ଥମନ୍ତ୍ରୀ ତାହାକୁ ଟୁଇଟ କରିନାହାନ୍ତି।  ନୀତି ଆୟୋଗ ମୁଖ୍ୟ କହଛନ୍ତି ,ଯେଉଁ ସଂଖ୍ୟା ଆଶା କରାଯାଇଥିଲା  ତା’ ତୁଳନାରେ ତାହା ଏତେ ଖରାପ ନ ଥିଲା। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ, ପୂର୍ବରୁ ସେ ଏପ୍ରିଲରୁ ସେପ୍ଟେମ୍ବର ଯାଏ ତ୍ରୈମାସିକର ଅଭିବୃଦ୍ଧି ଆକଳନ କରିଥିଲେ। କିନ୍ତୁ ଏହା ୨୩.୯% ତଳକୁ ଖସିଗଲା। ଅର୍ଥନୈତିକ ସର୍ଭେରେ ସେ ଓ୍ବିକିପିଡ଼ିଆକୁ ଏକ ଉତ୍ସ ଭାବେ ବ୍ୟବହାର କରିଛନ୍ତି। ତୃତୀୟ ତ୍ରୈମାସିକ ସମ୍ବନ୍ଧରେ ଖବର ଭଲ ନାହିଁ। ଅର୍ଥବ୍ୟବସ୍ଥା ହ୍ରାସ ପାଇଥିତ୍ଲାବେଳେ  ବ୍ୟାଙ୍କ୍‌ କ୍ରେଡିଟ୍‌ ୧ରେ ଥିଲା, କିନ୍ତୁ ସମ୍ପ୍ରତି ଏହା ତା’ଠାରୁ କମ୍‌ ରହିଛି। କୋର୍‌ ସେକ୍ଟର (ଷ୍ଟିଲ୍‌, ସିମେଣ୍ଟ୍‌, ବିଦ୍ୟୁତ୍‌, କୋଇଲା, ତୈଳ, ରିଫାଇନିଂ ଆଣ୍ଡ୍‌ ଫର୍ଟିଲାଇଜର) ଅକ୍ଟୋବରରେ ହ୍ରାସ ପାଇଛିି। ଯଦି ଆପଣ ଏହା ଜାଣନ୍ତି ନାହିଁ ତେବେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ  ଏସମ୍ପର୍କରେ ଟୁଇଟ୍‌ କରି ନ ଥିବା ଯୋଗୁ ଜାଣିପାରିନାହାନ୍ତି ବୋଲି ଜାଣନ୍ତୁ। ସେମାନେ ଯଦି କିଛି ଛାଡ଼ିଯାଉଛନ୍ତି ତେବେ ତାହା ଘଟିନି ବୋଲି କୁହାଯାଉଛି।

ସବୁ ତଥ୍ୟ କର୍ପୋରେଟ ସେକ୍ଟରରୁ ଆସିଛି। ସବୁଠୁ ବେଶି ଭାରତୀୟ କାମ କରୁଥିବା ଅଣସଂଗଠିତ ଏବଂ ସ୍ମଲ ସେକ୍ଟରରେ କ’ଣ ଘଟୁଛି ସେ ସମ୍ପର୍କରେ ଆମର କିଛି ଧାରଣା ନ ଥିଲା। ଦୁର୍ବଳ ଓ ଗରିବ ଘରେ ରହି କେବେ ବି କାମ କରିପାରିବେ ନାହିଁ। ସେମାନେ ଆହାର ପାଇଁ ପ୍ରତିଦିନ କଠିନ ପରିଶ୍ରମ କରିବାକୁ ବାଧ୍ୟ। ଆମେ ଜାଣୁ ଯେ, ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଲକ୍‌ଡାଉନ ସ୍ମଲ ସେକ୍ଟରରୁ ଗରିବମାନଙ୍କ କାମ ଛଡାଇନେଇ କର୍ପୋରେଟ ସେକ୍ଟରକୁ ଦେଇଛି।  ଏହି କାରଣରୁ ଷ୍ଟକ୍‌ ମାର୍କେଟ ଏବେ ରେକର୍ଡ ସ୍ତରରେ ରହିଛି। ଅପରପକ୍ଷରେ ଆମ ଦେଶର ରାଜଧାନୀ ଚାଷୀ ଆନ୍ଦୋଳନର ସମ୍ମୁଖୀନ ହେଉଛି। ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଥିତ୍ବା କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଚାହାନ୍ତି। ସରକାରଙ୍କ ଏଜେଣ୍ଟ କହିଛନ୍ତି ଯେ, ପ୍ରତିବାଦକାରୀମାନେ ଦେଶଦ୍ରୋହୀ ଏବଂ ବିଚ୍ଛିନ୍ନତାବାଦୀ। ଯେଉଁ ବୁଦ୍ଧିଜୀବୀ, ସଂଖ୍ୟାଲଘୁ, କୃଷକ, ଅସନ୍ତୁଷ୍ଟ ବ୍ୟବସାୟୀମାନେ ସରକାରଙ୍କ ତ୍ରୁଟି ଧରି ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ପାଇଁ ଏଭଳି ବାକ୍ୟ ବ୍ୟବହାର କରାଯାଉଛି।

ଲଦାଖ ସୀମାରେ ଚାଇନା ଆମର ଯେଉଁ ଜାଗା ମାଡି ବସିଛି ସେଠାରୁ ପଛକୁ ଫେରିଯିବା ପାଇଁ ମନା କରିଦେଇଛି। ଏଭଳି ପରିସ୍ଥିତିରେ ସେନାକୁ ଶୀତରେ ସେଠାରେ ରହିବାକୁ ପଡିବ। ଯବାନମାନଙ୍କୁ ସ୍ଲିପିଂ ବ୍ୟାଗ ଦିଆଯାଇଥିଲା, କିନ୍ତୁ ଅତିଉଚ୍ଚ ବରଫାଞ୍ଚଳରେ ରହିବା ପାଇଁ ଏହା ଅନୁପଯୁକ୍ତ । ସରକାର ଏହିି ସମସ୍ୟାକୁ ସମାଧାନ କରିବା ଲାଗି ଆଗ୍ରହୀ ନୁହନ୍ତି ଯେଉଁଥିତ୍ପାଇଁ ଯବାନମାନେ  ତାହାକୁ ବ୍ୟବହାର କରିବାକୁ ବାଧ୍ୟ। ପ୍ରଧାନମନ୍ତ୍ରୀ ଟୁଇଟ କରିଥିଲେ ଯେ ସେ ତାଙ୍କ ବନ୍ଧୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ ସହ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ପ୍ରସଙ୍ଗରେ ବଢିଆ  ଆଲୋଚନା ହୋଇଥିଲା। କିନ୍ତୁ ଭାରତ ସୀମାରୁ ଚାଇନା ସେନା ଫେରିଯିବା  ସମ୍ପର୍କରେ ତାଙ୍କ ବନ୍ଧୁ ଜିନ୍‌ପିଙ୍ଗଙ୍କ ସହ ଆଲୋଚନା କରିବା ପାଇଁ ସେ ସମୟ ପାଇନାହାନ୍ତି। ପୁନଶ୍ଚ ଯଦି ସମସ୍ୟା ବିଷୟରେ ଆଲୋଚନା ହୋଇନାହଁ ବୁଝିବା ଯେ ସେଭଳି ସମସ୍ୟା ନାହିଁ ।

ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ନାଗରରିକତ୍ୱ ସଂଶୋଧନ ଆଇନ ( ସିଏଏ)ର କାର୍ଯ୍ୟକାରିତାକୁ କୋଭିଡ୍‌ ପାଇଁ ବନ୍ଦ ରଖାଯାଇଛି ଏବଂ ମହାମାରୀ ଦୂର ହେଲେ ପୁଣି ଏହାକୁ ଲାଗୁ କରାଯିବ। ଯେଉଁ ଅଣ ମୁସଲମାନମାନେ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ବେଆଇନ ଭାବେ ଆସିଥିଲେ ସେମାନଙ୍କୁ ଭାରତର ନାଗରିକତ୍ୱ ଦେବା ପ୍ରକ୍ରିୟାକୁ କାହିଁକି କୋଭିଡ୍‌ ପ୍ରଭାବିତ କରିବ ତାହା ବୁଝାପଡୁନାହିଁ। ଏହା ଯୋଗୁ ଅନ୍ୟ କୌଣସି ଆଇନ ତ ଅଟକିଯାଇନାହିଁ। ସେମାନଙ୍କ ବିରୋଧରେ ଏକ ଆକ୍ରମଣାମତ୍କ ଅଭିଯାନ  ଚଳାଗଲ। ଏବେ ଭାରତକୁ ସାମ୍ପ୍ରଦାୟିକ ବିଦ୍ୱେଷ  ପଥରୁ ଓହରାଇ ନେବେ କି ନାହିଁ ଅମିତ ଶାହା ଦ୍ୱନ୍ଦ୍ୱରେ ରହିଛନ୍ତି। ଗତ ଦୁଇ ସପ୍ତାହ ଧରି ଆମେରିକାର ସେହି ନେତାମାନଙ୍କ ସହ ଆଲୋଚନା ସେ କରିଛନ୍ତି ଯେଉଁମାନେ ସିଏଏ,ଜାତୀୟ ନାଗରିକ ପଞ୍ଜିକା ଏବଂ କଶ୍ମୀର ଉପରେ ଭାରତର ପଦକ୍ଷେପକୁ ବିରୋଧ କରିଥିଲେ। ସେ ଆଲୋଚନାର ସବିଶେଷ ବିବରଣୀ ଟୁଇଟ କରିଆସୁଛନ୍ତି । କିନ୍ତୁ କହୁ ନାହାନ୍ତି କାହିଁକି ସେମାନଙ୍କ ସହ ଭାରତ ଏଭଳି ଆଲୋଚନା କରୁଥିତ୍ତ୍ଲା ଯେଉଁମାନେ ମୋଦି ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରୁଥିଲେ। ସମ୍ଭବତଃ ମୋଦିଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ୱକୁ ଆମେରିକୀୟମାନେ ଅସ୍ବୀକାର କରିବା ଓ ଦୁଇମାସ ମଧ୍ୟରେ ଜଣେ ଡେମୋକ୍ରାଟ୍‌ ଆମେରିକାର ରାଷ୍ଟ୍ରପତି ହେବାକୁ ଲକ୍ଷ୍ୟ କରି ଏଭଳି ଆଲୋଚନା କରାଯାଇଛି । ମୋଦି ସରକାରରେ ଭାରତ ଭୁଲ୍‌ ବାଟରେ ଯାଉଛି ଏବଂ ନିଜ ସଂଖ୍ୟାଲଘୁମାନଙ୍କୁ ଧୋକାଦେବା ଓ ଭୟଭୀତ କରିବା  ଦ୍ୱାରା ନିଜର କ୍ଷତି କରୁଛି  ବୋଲି ଡେମୋର୍କାଟିକ ପାର୍ଟି  ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଆସିଛି। ଆଲୋଚନା ଡେମୋକ୍ରାଟଙ୍କୁ  କେତେ ଶୀଘ୍ର ପ୍ରଭାବିତ କରିପାରୁଛି ତାହା ଦେଖିତ୍ବା।

ଏହି ସମୟରେ ଶାସକଦଳର ଚରିତ୍ରରେ କୌଣସି ପରିବର୍ତ୍ତନ ହେଉନାହିଁ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଅନ୍ୟତ୍ର ଜଣେ ମୁସଲମାନ ପୁରୁଷ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କଲେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବକୁ ପଡିବ ବୋଲି ଆଇନ ପାସ୍‌ କରାଯାଇଛି। ହାଇଦ୍ରାବାଦରେ ସ୍ଥାନୀୟ ନିର୍ବାଚନରେ ଭାଜପା ତା’ନିର୍ବଚନ ପ୍ରଚାରରେ କହିଛି ଯେ, ମୁସଲମାନଙ୍କୁ ଗୋଟିଏ ଭୋଟ ଦେବା ମାନେ ଦେଶ ବିରୋଧରେ ଭୋଟଟିଏ ଦେବା । ୧୦ ବର୍ଷ ତଳେ ଏହା ହୁଏତ ଦଙ୍ଗା ସୃଷ୍ଟି କରିଥାନ୍ତା, କିନ୍ତୁ ଏବେ ତାହାକୁ ସାମାନ୍ୟ ଭାବେ ଗ୍ରହଣ କରାଯାଉଛି, କାରଣ ଏହା ସାମ୍ପ୍ରତିକ ପରିସ୍ଥିତିରେ ସାମାନ୍ୟ ହୋଇଯାଇଛି,ଯେଉଁଥିତ୍ପାଇଁ ଏବେ ଆମ ଦେଶରେ ଏଭଳି ଘଟିଚାଲିଛି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri