ଓଡ଼ିଶାକୁ କେନ୍ଦ୍ରର ବଡ଼ ଉପହାର: ଏହି ୪ ଜିଲା ହେବେ ଉପକୃତ, ୮,୩୦୦.୭୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…

ଭୁବନେଶ୍ୱର, ୪/୬ (ସୁନିତ୍‌ ମିଶ୍ର): ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବୃହତ୍‌ ପ୍ରକଳ୍ପ ପାଇଁ ମୋଟ ପ୍ରକଳ୍ପ ବ୍ୟୟ ୮,୩୦୦.୭୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ନୂତନ ହାଇୱେ ଓଡ଼ିଶାର ୪ଟି ପ୍ରମୁଖ ଜିଲା ଯଥା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଦେଇ ଗତି କରିବ। ଏକ ସରକାରୀ ବିବୃତି ଅନୁଯାୟୀ ହାଇବ୍ରିଡ୍‌ ଆନୁଇଟି ମଡେଲ ଆଧାରରେ ଦୁଇଟି ପ୍ୟାକେଜରେ ଏହି ରାସ୍ତା ନିମାଣ କରାଯିବ ଏବଂ ଏହାର ମୋଟ ଲମ୍ବ ୧୬୦ କି.ମି.ହେବ। ବର୍ତ୍ତମାନ ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ମଧ୍ୟରେ ଥିବା ରାସ୍ତାର ସ୍ଥିତି ବହୁତ ଖରାପ ଅଛି। ଏହି କରିଡରର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ଅନିୟନ୍ତ୍ରିତ ପାର୍ଶ୍ୱବର୍ତ୍ତୀ ବିକାଶ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁ ଦୂରଗାମୀ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ନୂତନ ପ୍ରକଳ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ତାହା ହେଲା ପ୍ୟାକେଜ-୧ (ରାମେଶ୍ୱରରୁ କୋଣାର୍କ)। ଏହି ଅଂଶକୁ ୪ ଲେନ୍‌ ବିଶିଷ୍ଟ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରାଯିବ। ୭୯.୪ କି.ମି. ବିଶିଷ୍ଟ ଏହି ରାସ୍ତା ପାଇଁ ମୋଟ ୫୩୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପ୍ୟାକେଜ-୨ (କୋଣାର୍କରୁ ପାରାଦୀପ) ଅଂଶକୁ ୨ ଲେନ୍‌ ବିଶିଷ୍ଟ ରାସ୍ତା ଭାବେ ବିକଶିତ କରାଯିବ। ୮୦.୮ କି.ମି.ବିଶିଷ୍ଟ ଏହି ରାସ୍ତା ପାଇଁ ମୋଟ ୨୯୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜପଥରେ ଗାଡ଼ିଗୁଡ଼ିକର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ରହିବ, ଯଦ୍ଦ୍ବାରା ଯାତ୍ରୀମାନେ ବିନା କୌଣସି ବାଧାରେ ଦ୍ରୁତଗତିରେ ଯାତ୍ରା କରିପାରିବେ। ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ଓଡ଼ିଶାର ଉପକୂଳ ଅଞ୍ଚଳରେ ଆଞ୍ଚଳିକ ଗତିଶୀଳତା ବୃଦ୍ଧି କରିବା ସହ ସାମାଜିକ, ଅର୍ଥନୈତିକ ବିକାଶକୁ ତ୍ୱରାନ୍ବିତ କରିବ। ଏହି କାମ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍‌ କମିଯିବ ବୋଲି ଆଶା କରାଯାଉଛି। ଏହା ଯାତ୍ରୀବାହୀ ଯାନବାହନ ସହିତ ମାଲବାହୀ ପରିବହନ ପାଇଁ ଏକ ସୁରକ୍ଷିତ, ଦ୍ରୁତ ଏବଂ ନିରବଚ୍ଛିନ୍ନ ଯୋଗାଯୋଗର ମାଧ୍ୟମ ସାଜିବ। ଏହାବ୍ୟତୀତ ଗାଡ଼ିଗୁଡ଼ିକ ସିଧାସଳଖ ଏବଂ ଉନ୍ନତ ରାସ୍ତାରେ ଯାଉଥିବାରୁ ବହୁ ପରିମାଣର ଇନ୍ଧନ ମଧ୍ୟ ସଞ୍ଚୟ ହେବ, ଯାହା ପରିବେଶ ଏବଂ ଅର୍ଥନୀତି ଉଭୟ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମୁଖ୍ୟତଃ ଜଗନ୍ନାଥ ମନ୍ଦିର ,କୋଣାର୍କ ମନ୍ଦିର ଏବଂ ପୁରୀ ସମୁଦ୍ର ଓ ଭବିଷ୍ୟତରେ ପୁରୀରେ ହେବାକୁ ଥିବା ବିଶ୍ୱସ୍ତରୀୟ ବିମାନବନ୍ଦରକୁ ପ୍ରାଧାନ୍ୟ ଦେଇ ଏହି ରାସ୍ତା ନିର୍ମାଣ କରାଯିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri