ଓଡ଼ିଶାକୁ କେନ୍ଦ୍ରର ବଡ଼ ଉପହାର: ଏହି ୪ ଜିଲା ହେବେ ଉପକୃତ, ୮,୩୦୦.୭୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…

ଭୁବନେଶ୍ୱର, ୪/୬ (ସୁନିତ୍‌ ମିଶ୍ର): ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବୃହତ୍‌ ପ୍ରକଳ୍ପ ପାଇଁ ମୋଟ ପ୍ରକଳ୍ପ ବ୍ୟୟ ୮,୩୦୦.୭୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ନୂତନ ହାଇୱେ ଓଡ଼ିଶାର ୪ଟି ପ୍ରମୁଖ ଜିଲା ଯଥା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଦେଇ ଗତି କରିବ। ଏକ ସରକାରୀ ବିବୃତି ଅନୁଯାୟୀ ହାଇବ୍ରିଡ୍‌ ଆନୁଇଟି ମଡେଲ ଆଧାରରେ ଦୁଇଟି ପ୍ୟାକେଜରେ ଏହି ରାସ୍ତା ନିମାଣ କରାଯିବ ଏବଂ ଏହାର ମୋଟ ଲମ୍ବ ୧୬୦ କି.ମି.ହେବ। ବର୍ତ୍ତମାନ ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ମଧ୍ୟରେ ଥିବା ରାସ୍ତାର ସ୍ଥିତି ବହୁତ ଖରାପ ଅଛି। ଏହି କରିଡରର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ଅନିୟନ୍ତ୍ରିତ ପାର୍ଶ୍ୱବର୍ତ୍ତୀ ବିକାଶ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁ ଦୂରଗାମୀ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ନୂତନ ପ୍ରକଳ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ତାହା ହେଲା ପ୍ୟାକେଜ-୧ (ରାମେଶ୍ୱରରୁ କୋଣାର୍କ)। ଏହି ଅଂଶକୁ ୪ ଲେନ୍‌ ବିଶିଷ୍ଟ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରାଯିବ। ୭୯.୪ କି.ମି. ବିଶିଷ୍ଟ ଏହି ରାସ୍ତା ପାଇଁ ମୋଟ ୫୩୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପ୍ୟାକେଜ-୨ (କୋଣାର୍କରୁ ପାରାଦୀପ) ଅଂଶକୁ ୨ ଲେନ୍‌ ବିଶିଷ୍ଟ ରାସ୍ତା ଭାବେ ବିକଶିତ କରାଯିବ। ୮୦.୮ କି.ମି.ବିଶିଷ୍ଟ ଏହି ରାସ୍ତା ପାଇଁ ମୋଟ ୨୯୯୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜପଥରେ ଗାଡ଼ିଗୁଡ଼ିକର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ରହିବ, ଯଦ୍ଦ୍ବାରା ଯାତ୍ରୀମାନେ ବିନା କୌଣସି ବାଧାରେ ଦ୍ରୁତଗତିରେ ଯାତ୍ରା କରିପାରିବେ। ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ଓଡ଼ିଶାର ଉପକୂଳ ଅଞ୍ଚଳରେ ଆଞ୍ଚଳିକ ଗତିଶୀଳତା ବୃଦ୍ଧି କରିବା ସହ ସାମାଜିକ, ଅର୍ଥନୈତିକ ବିକାଶକୁ ତ୍ୱରାନ୍ବିତ କରିବ। ଏହି କାମ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍‌ କମିଯିବ ବୋଲି ଆଶା କରାଯାଉଛି। ଏହା ଯାତ୍ରୀବାହୀ ଯାନବାହନ ସହିତ ମାଲବାହୀ ପରିବହନ ପାଇଁ ଏକ ସୁରକ୍ଷିତ, ଦ୍ରୁତ ଏବଂ ନିରବଚ୍ଛିନ୍ନ ଯୋଗାଯୋଗର ମାଧ୍ୟମ ସାଜିବ। ଏହାବ୍ୟତୀତ ଗାଡ଼ିଗୁଡ଼ିକ ସିଧାସଳଖ ଏବଂ ଉନ୍ନତ ରାସ୍ତାରେ ଯାଉଥିବାରୁ ବହୁ ପରିମାଣର ଇନ୍ଧନ ମଧ୍ୟ ସଞ୍ଚୟ ହେବ, ଯାହା ପରିବେଶ ଏବଂ ଅର୍ଥନୀତି ଉଭୟ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମୁଖ୍ୟତଃ ଜଗନ୍ନାଥ ମନ୍ଦିର ,କୋଣାର୍କ ମନ୍ଦିର ଏବଂ ପୁରୀ ସମୁଦ୍ର ଓ ଭବିଷ୍ୟତରେ ପୁରୀରେ ହେବାକୁ ଥିବା ବିଶ୍ୱସ୍ତରୀୟ ବିମାନବନ୍ଦରକୁ ପ୍ରାଧାନ୍ୟ ଦେଇ ଏହି ରାସ୍ତା ନିର୍ମାଣ କରାଯିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଜୈବିକ ପଦ୍ଧତିରେ ଖତସାର ପ୍ରୟୋଗ ଜରୁରୀ, ଉର୍ବରତା ବଢ଼ିବା ସହ…

ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ…

ଓଡ଼ିଶା ମୁହାଁ ‘ସୁପର ଏଲ୍‌ ନିନୋ’, ରାଜ୍ୟରେ ପଡିବ ମରୁଡ଼ି! ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୬: ଓଡ଼ିଶାର ପାଣିପାଗକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର। ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ ନିନୋ’ (Super El Ni୦o)…

ଶ୍ୱଶୁରଘର ଗାଁ ଚାଷଜମିରେ ଜ୍ୱାଇଁଙ୍କ ମୃତଦେହ, ଅଭିଯୋଗ ଆଣି ମୃତକଙ୍କ ମା’ କହିଲେ ବୋହୂ ତାଙ୍କ…

ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ…

ବନ୍ଧା ହେଲେ ଆୟକର ଅଧିକାରୀ: ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଭଦ୍ରକ, ୪।୬(ସନାତନ ରାଉତ): ଭଦ୍ରକ ଆୟକର ସୁପରିଟେଣ୍ଡେଣ୍ଟ ରମେଶ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ସିବିଆଇ। ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ…

ଉପକୂଳ ଅଞ୍ଚଳରେ ବୃଦ୍ଧିପାଉଛି ଦେଶୀ ହାଣ୍ଡିଆ ଭାଟି: ନିଶା ସେବନ କରି ଯୁବପିଢ଼ି…

ମହାକାଳପଡ଼ା,୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ହାଣ୍ଡିଆ ଭାଟି। ବିଶେଷ କରି ଏହି ଅଞ୍ଚଳର…

ଜୁନ୍‌ ୨୦ ପାଇଁ ୧୦ ବିଭାଗର ତତ୍ପରତା: ପୂରାଦମ୍‌ରେ ଲାଗିପଡ଼ିଛନ୍ତି ଅଧିକାରୀ

ଭୁବନେଶ୍ୱର,୪ା୬(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟବାସୀଙ୍କୁ ପାନୀୟଜଳ ଯୋଗାଇବାଠାରୁ ଆରମ୍ଭ କରି ଗମନାଗମନ…

ଓଡ଼ିଶାରେ ଚାଲିବ ଗ୍ରୀନ୍‌ ହାଇଡ୍ରୋଜେନ ବସ୍‌: ଏହିସବୁ କରିଡରରେ ମିଳିବ ସେବା

ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସ୍ବଚ୍ଛ ଶକ୍ତି ସଂକ୍ରାନ୍ତ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏହି କ୍ରମରେ ଓଡ଼ିଶାରେ ଗ୍ରୀନ୍‌…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri