କେନ୍ଦ୍ର ଉତ୍ତରଦାୟୀ

୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବଡ଼ ଧୁମଧାମରେ ଲାଗୁ କରାଯାଇଥିଲା। କିନ୍ତୁ ତାହା ଏବେ ଅସଫଳ ହୋଇଛି। ସ୍ବାଧୀନ ଭାରତରେ ଟିକସ କ୍ଷେତ୍ରରେ ସଂସ୍କାର ଆଣିବାରେ ଏହା ସବୁଠୁ ବଡ ପଦକ୍ଷେପ। କିନ୍ତୁ ଏହା ତା ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ଜିଏସ୍‌ଟି କାଉନ୍‌ସିଲରେ ସିଂହଭାଗ ଥିବା କେନ୍ଦ୍ର ଓ ବାର୍ଷିକ ୧୪ ପ୍ରତିଶତ କ୍ଷତିପୂରଣ ଦେବାର ପ୍ରଲୋଭନ ଦେଖାଇ ମୁହଁ ବନ୍ଦ କରିଦିଆଯାଇଥିବା ରାଜ୍ୟଗୁଡିକ ଉଭୟେ ଏଥିରେ କ୍ଷତି ସହିଛନ୍ତି। ଏପରିକି ଗତ ସପ୍ତାହରେ କେନ୍ଦ୍ର ସରକାର ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରି କହିଥିଲେ ଯେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଉ ଦେଇପାରିବେ ନାହିଁ ଏବଂ ରାଜ୍ୟ ସରକାରଗୁଡିକ ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ରୁ ସ୍ବାଧୀନ ଭାବେ ଋଣ ନେଇପାରିବେ। ହେଲେ ଏ ବିଲ୍‌ କିଏ ପଇଠ କରିବ? କେରଳ ସମେତ ବହୁ ରାଜ୍ୟ ପ୍ରସ୍ତାବ ଦେଇଛନ୍ତି ଯେ କେନ୍ଦ୍ର ନିଜେ ଆର୍‌ବିଆଇରୁ ଋଣ କରି ରାଜ୍ୟଗୁଡିକୁ ଦେଉ। କିନ୍ତୁ କେନ୍ଦ୍ର ଏହାକୁ ଗ୍ରହଣ କରିନାହିଁ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପୁଡୁଚେରୀ ଭଳି ରାଜ୍ୟଗୁଡିକ ବିରକ୍ତି ଭାବ ପ୍ରକାଶ କରି ଜିଏସ୍‌ଟି ପୂର୍ବ ସ୍ଥିତିକୁ ଫେରିଯିବା ଲାଗି ଚେତାବନୀ ଦେଇଛନ୍ତି। ଏହି ପରିସ୍ଥିତିରେ କେନ୍ଦ୍ର ଏଭଳି ଅସହାୟ ହୋଇପଡିଛି ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରାଜସ୍ବ ହ୍ରାସ ଲାଗି ଶେଷରେ ଭଗବାନଙ୍କୁ ଦୋଷ ଦେଇଛନ୍ତି।
ଜିଏସ୍‌ଟି ସିଷ୍ଟମ ସମ୍ପୂଣ୍ଣର୍ର୍ ତ୍ରୁଟିଯୁକ୍ତ ଥିଲା। ଭାଜପା ତରବରିଆ ଭାବେ ରାଜନୈତିକ ଫାଇଦା ଉଠାଇବା ଲାଗି ଏହି ପରୋକ୍ଷ ଟିକସ ବ୍ୟବସ୍ଥାକୁ ଲାଗୁ କଲା ଓ ରାଜ୍ୟ ସରକାରଗୁଡିକୁ ମୋଟା ଅଙ୍କର କ୍ଷତିପୂରଣ ଦେବାର ଲୋଭ ଦେଖାଇ ଏଥିରେ ସ୍ବାକ୍ଷର କରାଇନେଲା। ଚୁକ୍ତି ସମୟରେ ଜିଏସ୍‌ଟିର ନିୟମାନୁସାରେ ରାଜ୍ୟଗୁଡିକୁ ୧୪ ପ୍ରତିଶତ କ୍ଷତିପୂରଣ ଦେବ ବୋଲି କେନ୍ଦ୍ର କହିଥିଲା। ଏହା ଏକ ହିସାବ ଉପରେ ଆଧାରିତ ଥିଲା। ତାହା ହେଉଛି ବର୍ଷକୁ ବର୍ଷ ରାଜ୍ୟଗୁଡିକର ରାଜସ୍ବ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଇବ। ରାଜ୍ୟର ବାର୍ଷିକ ରାଜସ୍ବ ହିସାବ କରିବାକୁ ୨୦୧୫-୧୬କୁ ବେସ୍‌ ଇୟର ବା ଆଧାର ବର୍ଷ ଭାବେ ନିଆଯାଇଥିଲା। ଲକ୍ଷ୍ୟ ରଖାଯାଇଥିବା ୧୪ ପ୍ରତିଶତ ଅଭିବୃଦ୍ଧି ଓ ପ୍ରକୃତ ଜିଏସ୍‌ଟି ରାଜସ୍ବ ମଧ୍ୟରେ ଯାହା ଅନ୍ତର ରହିବ ତାହାକୁ କ୍ଷତିପୂରଣ ମାଧ୍ୟମରେ ପୂରଣ କରାଯିବ। ବିଭିନ୍ନ ସିନ୍‌ ଗୁଡ୍‌ସ(ତମାଖୁ ଏବଂ ମଦ ଇତ୍ୟାଦି) କିମ୍ବା ବିଳାସମୟ ଦ୍ରବ୍ୟ ଉପରେ ସେସ୍‌ ଧାର୍ଯ୍ୟ କରି ତଜ୍ଜନିତ ସଂଗୃହୀତ ସମ୍ବଳ ଦ୍ୱାରା ରାଜ୍ୟଗୁଡ଼ିକର କ୍ଷତି ଭରଣା କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ସିଦ୍ଧାନ୍ତ ଜିଏସ୍‌ଟିକୁ ବିରୋଧ କରୁଥିବା ତାମିଲନାଡୁ ଭଳି ଅମାନିଆ ରାଜ୍ୟଗୁଡିକୁ ଚୁପ୍‌ କରିଦେଇଥିଲା। କେନ୍ଦ୍ରରେ ଉପା କ୍ଷମତାରେ ଥିଲାବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ସେତେେବେଳ ନିଜେ ଜିଏସ୍‌ଟିକୁ ବିରୋଧ କରିଥିଲେ। ତେବେ ୧୪ ପ୍ରତିଶତର ଅପ୍ରତ୍ୟାଶିତ ଲୋଭନୀୟ କ୍ଷତିପୂରଣ ଏଭଳି ନୂଆ ଟିକସ ସଂସ୍କାର ଉପରେ ଉଠୁଥିବା ସବୁ ସମାଲୋଚନାକୁ ବନ୍ଦ କରିଦେଇଥିଲା। କମ୍‌ ସମୟରେ ରାଜସ୍ବ ବୃଦ୍ଧିର ପ୍ରତିଶ୍ରୁତି ପାଇ ରାଜ୍ୟଗୁଡିକର ଟ୍ୟାକ୍ସେସନର କ୍ଷମତା ଦୂର ହୋଇଗଲା। ଏଭଳି ଅପ୍ରତ୍ୟାଶିତ ଲୋଭନୀୟ ପ୍ରତିଶ୍ରୁତି ଓଡିଶା ସମେତ ବହୁ ରାଜ୍ୟକୁ ବାସ୍ତବରେ ଏହି ଜନବାଦୀ ଯୋଜନା ଓ ନିର୍ବାଚନ ପାଇଁ ଅଧିକ ଉତ୍ସାହିତ କରିଥିତ୍ଲା।
ଏଠାରେ ମୂଳ ଦୋଷ ହେଲା ଏଭଳି ଜଟିଳ ବ୍ୟବସ୍ଥା ପରିବର୍ତ୍ତେ ରାଜ୍ୟଗୁଡିକ ପାଇଁ ରଖାଯାଇଥିବା କ୍ଷତିପୂରଣକୁ ପ୍ରକୃତ ଆର୍ଥିକ ଅଭିବୃଦ୍ଧି ସହ ଯୋଡିବା ଉଚିତ ଥିତ୍ଲା। ଏବେ ରାଜ୍ୟ ସରକାରଗୁଡିକୁ ପଛକୁ ଫେରିିବାକୁ ଚାହଁୁନାହାନ୍ତି କି କେନ୍ଦ୍ର କଥାରୁ ହଟିବାକୁ ଚାହଁୁନି। ଏହା ବାସ୍ତବରେ ଏକ କଠିନ ସମସ୍ୟା। ଗତ ଗୁରୁବାର ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ଯାହା କଲା ସେଥିରୁ ଜଣାପଡୁଛି ଯେ କେନ୍ଦ୍ର ତା ଦାୟିତ୍ୱରୁ ଓହରିଯାଇ ପାରିବନାହଁ। କେନ୍ଦ୍ର ରାଜ୍ୟଗୁଡିକୁ ଜିଏସ୍‌ଟିରେ ସ୍ବାକ୍ଷର କରିବା ପାଇଁ ମିଠା କଥା କହିଥିଲା ଓ ବଳ ପ୍ରୟୋଗ କରିଥିଲା ଏବଂ ଏବେ କ୍ଷତି ହେବାବେଳେ କେନ୍ଦ୍ର ତା ପ୍ରତିଶ୍ରୁତିରୁ ହଟିଯାଇପାରିବ ନାହିଁ। କୋଭିଡ୍‌-୧୯ ମହାମାରୀ ପ୍ରତ୍ୟେକ ରାଜ୍ୟର ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧୂଳିସାତ କରିଦେଇଛି। ରାଜ୍ୟରେ ଏବେ ସ୍ବାସ୍ଥ୍ୟ ଉପର ଗୁରୁତ୍ୱ ଅଧିକ ଦିଆଯାଉଛି ଓ ଏ କ୍ଷେତ୍ରରେ ବ୍ୟୟ ମଧ୍ୟ ଆକାଶ ଛୁଇଁଛି। ରାଜ୍ୟଗୁଡିକ ପାଇଁ ଏହା ଏକ ଜଟିଳ ସମୟ ହୋଇଥିବାରୁ କେନ୍ଦ୍ର ସେମାନେ ନିଜକୁ ନିଜେ ବଞ୍ଚାନ୍ତୁ ବୋଲି କହିପାରିବ ନାହିଁ। କ୍ଷତିପୂରଣ ଗ୍ୟାରେଣ୍ଟି ଧାରା ଆଇନଗତ ଭାବେ କୋର୍ଟରେ ଲାଗୁ କରାଯାଇପାରିନାହଁ ବୋଲି କହି ଏଭଳି ବିଭ୍ରାଟରୁ ଖସିଯିବାକୁ କେନ୍ଦ୍ର ବାହାନା କରିପାରେ। ଜାନୁୟାରୀ ୨୦୧୭ରେ ପୂରା ୫ ବର୍ଷ ଲାଗି କ୍ଷତିପୂରଣ ଦେବାର ଗ୍ୟାରେଣ୍ଟି ଲାଗି ଜିଏସ୍‌ଟି କ୍ଷତିପୂରଣ ଡ୍ରାଫ୍ଟକୁ ସଂଶୋଧନ କରିବାକୁ କର୍ନାଟକ ଯୁକ୍ତି ବାଢିଥିଲା। ଏହା ଉପରେ କେନ୍ଦ୍ର ରାଜି ହୋଇଥିଲା ଓ ସେସ୍‌ କମ୍‌ ରହିଲେ ବି କ୍ଷତିପୂରଣ ଦିଆଯିବ ବୋଲି କହିଥିଲା। ଆଇନରେ ସଂଶୋଧନ ହେବା ଉଚିତ ବୋଲି କାଉନସିଲ ମଧ୍ୟ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାହା ଶେଷରେ ହୋଇପାରିଲା ନାହିଁ। ଏହା କାହିଁକି କରାଗଲା ନାହିଁ ବୋଲି ଯେତେବେଳେ ତେଲଙ୍ଗାନା କହିଲା ସେତେେବେଳ ଏହି ଆଇନ ଆଣିବାରେ ମୁଖ୍ୟ ଭୂମିକା ନେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ନିଶ୍ଚିତ ଏବଂ ଏଥିତ୍ପାଇଁ କେନ୍ଦ୍ର ଅନ୍ୟ ସଂସାଧନ ଯୋଗାଡ କରିପାରେ ବୋଲି କହିଥିଲେ। ଏହି ଆଶ୍ୱାସନାରୁ ଜଣାପଡେ ଯେ, ଆର୍‌ବିଆଇରୁ ଋଣ କରି ରାଜସ୍ବ ହ୍ରାସ ଭରଣା କରିବା ପାଇଁ ରାଜ୍ୟଗୁଡିକୁ କେନ୍ଦ୍ର ଛାଡ଼ିଦେଇ ନ ପାରେ। ଆମ ସଂଘୀୟ ବ୍ୟବସ୍ଥାର ଏକ ବଡ଼ ଅଂଶୀଦାର କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତିକୁ ଅସ୍ବୀକାର ନ କରି ଆଗକୁ ଋଣର ଉତ୍ତରଦାୟିତ୍ୱ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri