Posted inଜାତୀୟ

ଜୀବନ ବଞ୍ଚାଇବ ଷ୍ଟେରଏଡ୍‌

ନୂଆଦିଲ୍ଲୀ,୪ା୯:ସାରା ବିଶ୍ୱରେ କରୋନା ମହାମାରୀ ବଢ଼ିଚାଲିଥିଲାବେଳେ ଷ୍ଟେରଏଡ୍‌ ଚିକିତ୍ସା ଆଶାର ସଞ୍ଚାର କରିଛି। ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଷ୍ଟେରଏଡ୍‌ ସହାୟକ ହୋଇପାରିବ। ଅନ୍ତର୍ଜାତୀୟ କ୍ଲିନିକାଲ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଷ୍ଟେରଏଡ ଶସ୍ତା ହୋଇଥିବାବେଳେ ଏହା ବହୁଳ ଭାବେ ଉପଲବ୍ଧ। ନୂତନ ପ୍ରମାଣକୁ ଆଧାରକରି ଗୁରୁତର କରୋନା ରୋଗୀଙ୍କର ଷ୍ଟେରଏଡ ଚିକିତ୍ସା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୁପାରିସ କରାଯାଇଛି। ତେବେ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି, ସେମାନେ ଏଭଳି ଚିକିତ୍ସା ନ କରିବା ଲାଗି ପରାମର୍ଶ ଦିଆଯାଇଛି।
ଷ୍ଟେରଏଡ୍‌ ଚିକିତ୍ସା ଉପରେ ୫ଟି ସନ୍ଦର୍ଭ ପ୍ରକାଶ କରିଥିବା ଜେଏଏମ୍‌ଏ (ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ)ର ମୁଖ୍ୟ ସମ୍ପାଦକ ଡ. ହୋଓ୍ବାର୍ଡ ସି. ବାଉଚ୍‌ନର କହିଛନ୍ତି, ଏବେ ଷ୍ଟେରଏଡ୍‌ ଏକ ମାନକ ଚିକିତ୍ସା। ୭ଟି କ୍ଲିନିକାଲ ପରୀକ୍ଷାର ତଥ୍ୟକୁ ଏକତ୍ର କରି ବୈଜ୍ଞାନିକମାନେ ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି। ୧୭୦୦ରୁ ଅଧିକ ରୋଗୀଙ୍କଠାରେ ୩ଟି ଷ୍ଟେରଏଡ୍‌ର ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକଟି ଔଷଧ କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କାକୁ କମ୍‌ କରୁଥିବା ଅଧ୍ୟୟନରୁ ଜଣାପଡିଛି। କୋଭିଡ୍‌-୧୯ ଚିକିତ୍ସାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି। କୋର୍ଟିକୋଷ୍ଟରଏଡ୍‌କୁ ଏବେ ଗୁରୁତର କରୋନା ରୋଗୀଙ୍କ ପ୍ରାରମ୍ଭିକ ଚିକିତ୍ସା ଭାବେ ବ୍ୟବହାର କରାଯିବ ଉଚିତ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟ ଔଷଧ ମଧ୍ୟରେ ରେମଡେସିଭିର୍‌ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରିଛି। ସେହିପରି ଡେକ୍ସାମିଥାସୋନ୍‌, ହାଇଡ୍ରୋକୋର୍ଟିସୋନ୍‌ ଏବଂ ମିଥାଇଲପ୍ରେଡ୍‌ନିସୋଲୋନ୍‌କୁ ମଧ୍ୟ ଡାକ୍ତରମାନେ ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବା, ଯନ୍ତ୍ରଣା କମାଇବା, ଫୁଲା କମାଇବା ଆଦି ପାଇଁ ବ୍ୟବହାର କରିଥାନ୍ତି। ଗୁରୁତର ଅସୁସ୍ଥଙ୍କ ଜୀବନ ବଞ୍ଚାଇବା ହାରକୁ ଡେକ୍ସାମିଥାସୋନ୍‌ ବଢ଼ାଇଥାଏ ବୋଲି ଗତ ଜୁନ୍‌ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଥିଲେ। ଅନ୍ୟାନ୍ୟ ଷ୍ଟେରଏଡ୍‌ ମଧ୍ୟ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ସେତେବେଳେ ଗବେଷକମାନେ ଆଶାବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Test news 2

Test news 2

Test new post

Test new post

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri