ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ର ଦେଉନି ଅର୍ଥ

ଭଞ୍ଜନଗର,୧୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆସିବା ପରଠୁ ବେକାରଙ୍କୁ ଆତ୍ମନିଯୁକ୍ତି ଯୋଗାଇବାରେ ପ୍ରମୁଖ ଯୋଜନା ପାଲଟିଛି । ଏହାଦ୍ୱାରା ବେକାରି ସମସ୍ୟା ମଧ୍ୟ କିଛି ମାତ୍ରାରେ କମିଛି। କିନ୍ତୁ ବିଭିନ୍ନ ସମୟରେ ଭିନ୍ନ କାରଣରୁ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ। ତେଣୁ ଯୋଜନାର ସୁଫଳ ଜନସାଧାରଣ ପାଇପାରୁ ନାହାନ୍ତି। ବର୍ତ୍ତମାନ ଉକ୍ତ ଯୋଜନାରେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରୁ ଅର୍ଥ ଆସୁନାହିଁ । ଫଳରେ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଇ ପାରୁନାହିଁ। ପ୍ରତି ୧୫ ଦିନକୁ ଥରେ ଶ୍ରମିକମାନଙ୍କୁ ଜବ୍‌କାର୍ଡ଼ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ ଯୋଜନାରେ ନିୟମ ଅଛି। ଏଥିରେ ଖିଲାପ କଲେ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଅଛି ।
ବର୍ତ୍ତମାନ ସରକାର ନିର୍ଦ୍ଧାରିତ ସମୟରେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଟଙ୍କା ଛାଡ଼ୁନାହାନ୍ତି । ସରକାର ଓଲଟା ନିୟମ ଉଲ୍ଲଂଘନ କରୁଛନ୍ତି । ବିଗତ କିଛି ବର୍ଷ ହେବ ଏହା ଦେଖିବାକୁ ମିଳୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଡିସେମ୍ବର ଶେଷ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଉକ୍ତ ଯୋଜନାରେ ଅର୍ଥ ଦେଇନାହିଁ । ଫଳରେ ଭଞ୍ଜନଗର ବ୍ଲକର ଶ୍ରମିକମାନଙ୍କ ପାରିଶ୍ରମିକ ବାବଦକୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇ ପାରିନାହିଁ । ଏଥିସହ ବନ ବିଭାଗରେ ମଧ୍ୟ ହୋଇଥିବା କାମର ପାରିଶ୍ରମିକ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇ ପାରିନାହିଁ । ଅର୍ଥ ଠିକ୍‌ ଭାବେ ଆସୁ ନ ଥିବା ଯୋଗୁ ଶ୍ରମିକମାନଙ୍କ କାମ ପ୍ରତି ଆଗ୍ରହ କମିଯାଉଛି । ବିଗତ ୬ ମାସରୁ ଊର୍ଦ୍ଧ୍ୱ ଦିନ ହେବ ଉକ୍ତ ଯୋଜନାରେ ସରକାର ଏସ୍‌ସି, ଏସ୍‌ଟି, ଅନ୍ୟାନ୍ୟ ଜାତି ଭିତ୍ତିରେ ପାରିଶ୍ରମିକ ଅର୍ଥ ପ୍ରଦାନ କରୁଛନ୍ତି । କେତେବେଳେ କେଉଁ ଜାତିକୁ ପ୍ରଥମେ ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ କରୁଛନ୍ତି ।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୭ରେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା । ଅନ୍ୟପଟେ ବନ ବିଭାଗ କର୍ମଚାରୀ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ଉକ୍ତ ଯୋଜନାରେ କାମ କରିବାକୁ ଅନାଗ୍ରହ ପ୍ରଦର୍ଶନ କରୁଛନ୍ତି । ବନ ବିଭାଗରେ ଉକ୍ତ ଯୋଜନା ମନ୍ଥର ଗତିରେ ଚାଲିଥିବାକୁ ନେଇ ବିଭାଗୀୟ ଉଚ୍ଚ କତ୍ତର୍ର୍ୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବନ ବିଭାଗରେ ଅଧିକରୁ ଅଧିକ ଶ୍ରମ ଦିବସ କିଭଳି ସୃଷ୍ଟି କରାଯାଇ ପାରିବ ସେନେଇ ଶୁକ୍ରବାର ସ୍ଥାନୀୟ ନର୍ସରୀ ପରିସରରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଡିଏଫ୍‌ଓ ଅଭୟ କାନ୍ତ ଦଳେଇ ଅଧ୍ୟକ୍ଷତା କରି ଯୋଜନାର ସଫଳ ରୂପାୟନ ସହ ଅଧିକରୁ ଅଧିକ ଲୋକଙ୍କୁ କିଭଳି କର୍ମନିଯୁକ୍ତି ମିଳିପାରିବ ସେ ଉପରେ କହିଥିଲେ। ଏନେଇ ବିଡିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଟଙ୍କା ଯେତେବେଳେ ଆସୁଛି ସେତେବେଳେ ଶ୍ରମିକମାନଙ୍କ ଆକାଉଣ୍ଟକୁ ଛଡ଼ାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri