Posted inଫୁରସତ

ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…

ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଜାଣି ପାରି ଜଣେ ମହିଳାଙ୍କୁ ସତର୍କ କରିବା ସହ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା।

ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଭବିଷ୍ୟବାଣୀ କରିଛି। ଏହି ଭୂକମ୍ପ ପୂରା ଅଷ୍ଟ୍ରେଲିଆକୁ ଦୋହଲାଇ ଦେଇଛି।

 

ସେପ୍ଟେମ୍ବର ୨୨ରେ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। କ୍ୟାରେଲ ନାମକ ଏକ ଧଳା ବିଲେଇ ଏକ ଖେଳନା ମାଛ ସହିତ ଖେଳୁଥିଲା। ଏହି ସମୟରେ ବିଲେଇଟି ଭୂକମ୍ପ ଅନୁଭବ କରିଥିଲା। ହଠାତ୍‌ ସେ ସତର୍କ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସେହି ସ୍ଥାନଟି ଛାଡ଼ି ବିଲେଇ ଚାଲିଯାଇଥିଲା। ବିଲେଇର ମାଲିକାଣୀ କୁହନ୍ତି, ବିଲେଇ ଶାନ୍ତ ହୋଇ କିଛି ସମୟ ଗେଟ୍‌ ଉପରେ ଯାଇ ବସି ଯାଇଥିଲା। ଏହାର କିଛି ସମୟ ପରେ ଭୂକମ୍ପର ଝଟ୍‌କା ଲାଗିଥିଲା।

ବିଲେଇର ମାଲିକାଣୀ ବ୍ରୋଡି ଲ୍ୟାନ୍‌କାଷ୍ଟର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଏହା କୌଣସି ମଜା ନୁହେଁ, ଭୂକମ୍ପ ସେତେବେଳେ ଆରମ୍ଭ ହୋଇଥିଲା; ଯେତେବେଳେ କ୍ୟାରେଲ ଖେଳନା ମାଛଟିକୁ ଫିଙ୍ଗି ଦେଇ ଚୁପ୍‌ଚାପ୍‌ ଚାଲିଯାଇଥିଲା।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୮୦୦ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ୟୁଜର କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ଭୂକମ୍ପରେ ମୋ’ ବିଛଣା ଥରି ଉଠିଥିଲା। ଗୋଟିଏ ଘଣ୍ଟା ଭିତରେ ଅଷ୍ଟ୍ରେଲିଆରେ ୩ଥର ଭୂକମ୍ପ ହୋଇଥିଲା। ବିଲେଇର ଭବିଷ୍ୟବାଣୀ ଯୋଗୁ ମାଲିକାଣୀ ବି ବେଶ୍‌ ସତର୍କ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri