Posted inଫୁରସତ

ବିଲେଇ ହେଲା ସିକ୍ୟୁରିଟି ଗାର୍ଡ

ବିଲେଇକୁ ଅନେକ ଘରେ ପୋଷିଥାନ୍ତି। ତା’ର ଯତ୍ନ ନିଅନ୍ତି। ମାଲିକଙ୍କ ସହ ଖେଳି ବିଲେଇ ତାଙ୍କ ଅବସାଦ, ଚିନ୍ତା, ଚାପ ଦୂର କରିଦିଏ। କିନ୍ତୁ ଜାଣିଛନ୍ତି କି ଆଜିକାଲି ବିଲେଇ ମଣିଷଙ୍କ ଭଳି ଚାକିରି କଲେଣି ବୋଲି। ବିଶ୍ୱାସ ନ ହେଲେ ବି ଏହା ସତ। ଅଷ୍ଟ୍ରେଲିଆର ରିଚମଣ୍ଡ ସହରରେ ଥିବା ଏପ୍‌ଓ୍ବର୍ଥ ହସ୍ପିଟାଲରେ ଏକ ବିଲେଇକୁ ସିକ୍ୟୁରିଟିଗାର୍ଡ ବା ଜଗୁଆଳିର ଚାକିରି ଦିଆଯାଇଛି। ସେହି ବିଲେଇର ନାମ ହେଉଛି ଏଲଉଡ୍‌। ହସ୍ପିଟାଲ କର୍ତ୍ତୃପକ୍ଷ ଏଲଉଡ୍‌କୁ ଏକ ଆଇଡି କାର୍ଡ ବା ପରିଚୟ ପତ୍ର ବି ପିନ୍ଧାଇଛନ୍ତି। ସେଥିରେ ତା’ର ଫଟୋ ରହିଛି। କେବଳ ସେତିକି ନୁହେଁ, ସେଥିରେ ତା’ର ନାମ ଓ କାମ ବି ଲେଖାଯାଇଛି। ହସ୍ପିଟାଲରେ ପାଥୋଲୋଜିଷ୍ଟଭାବେ କାମ କରୁଥିବା ଚାଣ୍ଡେଲ ଟ୍ରୋଲିପ୍‌ କହନ୍ତି, ‘ଏଲଉଡ୍‌ ଦୀର୍ଘ ୧ ବର୍ଷ ହେବ ହସ୍ପିଟାଲ ଗେଟ୍‌ ପାଖରେ ବୁଲୁଥିଲା। ଏହା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ତାକୁ ଜଗୁଆଳିର ଚାକିରି ଦେଲେ। ସେ ଗେଟ୍‌ ପାଖରେ ବସି ଜଗେ। ଆଉ ପ୍ରତି ବଦଳରେ ତାକୁ ଭଲ ଖାଇବା ଦିଆଯିବା ସହ ତା’ର ଭଲ ଯତ୍ନ ନିଆଯାଏ। ’


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପ୍ରଥମ ବରଫ କାଫେ

ମନାଲି: ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଆରି କରାଯାଇଛି। ଏହା ଦେଶର ପ୍ରଥମ ବରଫ କାଫେ। ଏଠାରେ ମସଲା ଚା’,...

ଗଣେଶଙ୍କ ଆଧାରକାର୍ଡ

ରାଞ୍ଚି: ଗଣେଶପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଝାଡ଼ଖଣ୍ଡର ଜାମଶେଦପୁରର ଏକ ପୂଜା ମଣ୍ଡପରେ ଗଣେଶ ପ୍ରଭୁଙ୍କ ଆଧାରକାର୍ଡ...

ଭୋକିଲାଙ୍କୁ ମିଳେ ଦୁଇବେଳା ଭୋଜନ

କୋଟ୍ଟୟମ୍‌, ୭।୯: କେରଳର କୋଟ୍ଟୟମ୍‌ରେ ଥିବା ଓ୍ବାଇକୋମ୍‌ ମହାଦେବ ମନ୍ଦିରରେ ଭୋକିଲାଙ୍କୁ ଦୁଇବେଳା ଭୋଜନ ଦେବାର ପରମ୍ପରା ପୁରାତନ କାଳରୁ ପ୍ରଚଳିତ। ଏଠାରେ ପ୍ରତିଦିନ ସକାଳେ...

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର...

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ବିବାହରେ ଏମିତି ଗାଉନ୍‌ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …

ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ...

ରିଅଲ ଲାଇଫ୍‌ ସିଙ୍ଘମ: ୫୭ ଡକାୟତଙ୍କୁ କାବୁ କରିଛନ୍ତି ଏହି ଆଇପିଏସ୍‌ ଅଫିସର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ରିଲ ଲାଇଫ୍‌ ସିଙ୍ଘମ କୁହାଯାଏ। ହେଲେ ରିଅଲ ଲାଇଫ୍‌ରେ ଜଣେ ଏଭଳି ଆଇଏଏସ୍‌ ଅଫିସର ଅଛନ୍ତି, ଯାହାଙ୍କୁ ଅପରାଧିଙ୍କ ପ୍ରାଣେ...

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ନ ମାରି ଦିଆଯାଏ ତୋପ ସଲାମୀ…

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ସହିତ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଠାକୁରଙ୍କୁ ମୁଣ୍ଡିଆ ନ ମାରି ତୋପ ସଲାମୀ...

Advertisement
Archives

Model This Week