Posted inଜାତୀୟ

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ୩୮ଟି ମାମଲା ମଧ୍ୟରୁ ୧୦ଟି ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ବେଳେ ୩ଟି ହାଇଦ୍ରାବାଦ, ୫ଟି ପୁଣେ, ୧୯ଟି ଦିଲ୍ଲୀ ଏବଂ ଗୋଟିଏ କୋଲକାତାରେ ଚିହ୍ନଟ ହୋଇଛି। ଦିଲ୍ଲୀରେ ବଢୁଥିବା ସଂଖ୍ୟା ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷେ ଭୁବନେଶ୍ୱରରୁ ପରୀକ୍ଷା ପାଇଁ ଯାଇଥିବା ସମସ୍ତ ନମୁନା ନେଗେଟିଭ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରାତ୍ରି ମଧ୍ୟରେ ବ୍ରିଟେନରୁ ବିଭିନ୍ନ ଭାରତୀୟ ବିମାନବନ୍ଦରରେ ପ୍ରାୟ ୩୩,୦୦୦ ଯାତ୍ରୀ ଅବତରଣ କରିଥିଲେ। କରୋନା ଭାଇରସର ନୂତନ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସରକାର ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳକୁ ସ୍ଥଗିତ କରିଥିଲେ। ହେଲେ ଜାନୁୟାରୀ ୬ତାରିଖରୁ ପୁଣି ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ଡେରାଡୁନ,୨୨।୩: ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଲାଗୁ ହେବ ବୋଲି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ। ଏହି ସମୟରେ...

ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କଲେ ପଓ୍ବନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ଦୋଷୀ ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ(ଏସ୍‌ଏଲ୍‌ପି) ଦାଖଲ କରିଛନ୍ତି। ସେଥିରେ...

ବିରୋଧୀଙ୍କ ନାରାବାଜି ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ଦେଉଥିବା ବେଳେ ବିରୋଧୀଦଳ ନେତା ତଥା କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

୭୦ କୋଭି୍‌ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି

ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...

ରାଷ୍ଟ୍ରପତି ଅସୁସ୍ଥ: ଛାତିରେ ଯନ୍ତ୍ରଣା ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୬।୩: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି...

ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ...

Advertisement


Archives

Model This Week