Posted inଫୁରସତ

କାର୍‌ରେ ଅଛି ହେଲିପ୍ୟାଡ

ସବୁ ମଣିଷର ଇଚ୍ଛା ଥାଏ ତା’ପାଖରେ ନିଜର ଏକ କାର୍‌ ଥାଆନ୍ତା। ଯେଉଁଥିରେ ସେ ପରିବାର ସହ ବସି ବୁଲିପାରନ୍ତା। ଆଉ କେହି କେହି ଏମିତି ବି କାର୍‌ ଚାହାନ୍ତି, ଯାହା ଏତେ ଖାସ୍‌ ହୋଇଥିବ ଯେ, ତାକୁ ଦେଖି ଲୋକେ ଘଡ଼ିଏ ଚାହିଁ ରହିବେ। ଏସବୁକୁ ନଜରରେ ରଖି କାର୍‌ କମ୍ପାନୀମାନେ ଭିନ୍ନ ଭିନ୍ନ ଡିଜାଇନ୍‌ର କାର୍‌ ତିଆରି କରିଥାନ୍ତି। ତେବେ ଜାଣନ୍ତି କି ଏମିତି ଏକ କାର୍‌ ଅଛି ଯାହା ଏକ ୧୦ ମହଲା ଘର ସହିତ ସମାନ ଥିଲା। ଅର୍ଥାତ୍‌ ଏହାର ଲମ୍ବ ଥିଲା ୧୦୦ ଫୁଟ୍‌ ଯାହା ଏକ ଦଶ ମହଲା ଘରର ଉଚ୍ଚତା ସହ ସମାନ। ଏତେ ଲମ୍ବା ହୋଇଥିବାରୁ ୧୯୮୬ ମସିହାରେ ଏହା ପୃଥିବୀର ସବୁଠାରୁ ଲମ୍ବା କାର୍‌ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। ‘ଦ ଆମେରିକାନ ଡ୍ରିମ’ ନାମକ ଏହି କାର୍‌କୁ ଏକ ଚଳଚ୍ଚିତ୍ର ପାଇଁ ତିଆରି କରାଯାଇଥିଲା। ବହୁ ଜଣାଶୁଣା ଗାଡି ଡିଜାଇନର୍‌ ଜେ ଓରବର୍ଗ ଏହାକୁ ଡିଜାଇନ୍‌ କରିଥିଲେ। ୨୬ ଟାୟର ଥିବା ଏହି କାର୍‌ର ବିଶେଷତ୍ୱ ଏହା ଥିଲା କି ଏହାକୁ ଉଭୟ ପାର୍ଶ୍ୱରୁ ଡ୍ରାଇଭ କରି ହେଉଥିଲା। କାର୍‌୍‌ରେ ୮ଟି ଇଞ୍ଜିନ ଲାଗିଥିଲା। ତା’ସହ ଏଥିରେ ସୁଇମିଂ ପୁଲ, ଜକୁଜି, ବାଥ ଟବ୍‌, ଛୋଟ ଗଲ୍ଫ କୋର୍ସ, ଅନେକ ଟିଭି, ଫ୍ରିଜ୍‌, ଟେଲିଫୋନ୍‌ ସହ ଗାଡ଼ିର ପଛ ଭାଗରେ ଏକ ହେଲିପ୍ୟାଡ ବି ଥିଲା; ଯାହା ଉପରେ ହେଲିକପ୍ଟର ଆରାମରେ ଓହ୍ଲାଇବା ସହ ଟେକ୍‌ ଅଫ୍‌ କରିପାରୁଥିଲା। ଏଥିରେ ୭୦ ଜଣ ବସିବାର ବ୍ୟବସ୍ଥା ଥିଲା। ଚଳଚ୍ଚିତ୍ରରେ ବ୍ୟବହାର ପାଇଁ ଏହାକୁ ତିଆରି କରାଯାଇଥିଲା। ଆଉ ଘଣ୍ଟାକୁ ୧୪୪ ହଜାର ଟଙ୍କାରେ ଭଡ଼ା ଦିଆଯାଉଥିଲା। ଏହାର କାମ ସରିଗଲା ପରେ ଏହାକୁ କବାଡ଼ିଖାନାକୁ ବିକ୍ରି କରିଦିଆଯାଇଥିଲା। ପରେ ଏହି କାର୍‌କୁ ଏକ ମ୍ୟୁଜିୟମ କିଣି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri