୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର କରିଛନ୍ତି। ଭୁବନେଶ୍ୱର ଲୋକ ସଭା ଏବଂ ୭ଟି ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସମ୍ଭାବନା ରହିଛି। ଲୋକ ସଭା ପ୍ରାର୍ଥୀଭାବେ ବିଜେଡିରୁ ମନ୍ମଥ ରାଉତରାୟ, ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସରୁ ସୟଦ ୟାସିର ନଓ୍ବାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ୩ଦଳର ପ୍ରାର୍ଥୀମାନେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ନେଇ ରୋଡ୍‌ ଶୋ, ନିର୍ବାଚନ ସମ୍ମିଳନୀ କରିବା ସହ ଘରକୁ ଘର ବୁଲୁଛନ୍ତି।
ଖୋର୍ଦ୍ଧା ବିଧାନସଭା ଆସନରେ ୧୦ଜଣ ପ୍ରାର୍ଥୀ ମଇଦାନରେ ରହିଥିବା ବେଳେ ବିଜେଡିରୁ ରାଜେନ୍ଦ୍ର ସାହୁ, ଭାଜପାରୁ ପ୍ରଶାନ୍ତ ଜଗଦ୍ଦେବ, ସ୍ବାଧୀନ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସରୁ ସୋନାଲି ସାହୁ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ଗାଁ, ବସ୍ତି ବୁଲି ସମସ୍ୟାର ସମାଧାନ ପାଇ ପ୍ରତିଶ୍ରୁତି ଦେବା ସହ ନିଜ ସପକ୍ଷରେ ଭୋଟ୍‌ ଦେବା ପାଇଁ ନିବେଦନ କରୁଛନ୍ତି। ସେହିପରି ବେଗୁନିଆରେ ୧୨ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ, କଂଗ୍ରେସର ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏବଂ ଭାଜପା ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳିଙ୍କ ମଧ୍ୟରେ ଲଢ଼େଇ ହେବ। ପ୍ରାର୍ଥୀମାନେ ବିଭିନ୍ନ ଗାଁ, ବସ୍ତି ବୁଲି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ନିଜ ସପକ୍ଷରେ ଭୋଟ୍‌ ଦେବା ପାଇଁ ନିବେଦନ କରୁଛନ୍ତି। ଚିଲିକା ଆସନରେ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ଏଠାରେ ମଧ୍ୟ ବିଜେଡିର ରଘୁନାଥ ସାହୁ, ଭାଜପାର ପୃଥ୍ବୀରାଜ ହରିଚନ୍ଦନ ଏବଂ କଂଗ୍ରେସର ପ୍ରଦୀପ ସ୍ବାଇଁଙ୍କ ମଧ୍ୟ ଟକ୍କର ହେବାକୁ ଯାଉଛି। ସେହିପରି ଜଟଣୀ ବିଧାନସଭା ଆସନରେ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ଏଠାରେ ବିଜେଡିରୁ ବିଭୂତି ଭୂଷଣ ବଳବନ୍ତରାୟ, ଭାଜପାର ବିଶ୍ୱରଞ୍ଜନ ବଡଜେନା ଏବଂ କଂଗ୍ରେସର ସନ୍ତୋଷ ଜେନାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ସ୍ବାଧୀନ ପ୍ରାର୍ଥୀ ସାମାଜିକ କର୍ମୀ ମନଓ୍ବର ଅଲ୍ଲୀ ଏବଂ ସୁଜିତ ବଳବନ୍ତରାୟ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି। ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଅଙ୍କ ବିଗାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri