Posted inଫୁରସତ

କାର୍‌ ଚକା ତଳେ ପଶିଗଲା ବାଛୁରୀ; ତାପରେ କ’ଣ ହେଲା ଦେଖନ୍ତୁ

ଭୋପାଳ, ୨୬।୮: ମଧ୍ୟପ୍ରଦେଶ ବାର୍‌ଓ୍ବାନୀ ଜିଲାରେ ଗୋଟିଏ କାର୍‌ ଆଗକୁ ହଠାତ୍‌ ଏକ ବାଛୁରୀ ଚାଲି ଆସିଥିଲା। ଫଳରେ ଦ୍ରୁତ ଗତିରେ ଥିବା କାରଟି ବାଛୁରୀ ଉପରେ ଚଢ଼ିଯାଇଥିଲା। କାର୍‌ର ଆଗ ଚକାଟି ବାଛୁରି ଉପରେ ସେମିତି ଚଢ଼ିକି ରହିଯାଇଥିଲା। ପାଖରେ ଥିବା ଗାଈଟି ନିଜ ଛୁଆର ଏହି ଯନ୍ତ୍ରଣାକୁ ଦେଖି ରହିପାରିଲା ନାହିଁ। ନିଜ ଛୁଆକୁ ଚକା ତଳୁ ବାହାର କରିବା ପାଇଁ ଗାଈଟି କାର୍‌ ଚାରିପାଖେ ଘୂରିବାରେ ଲାଗିଲା। ଯେପରିକି ନିଜ ଛୁଆକୁ ବଞ୍ଚାଇବା ଲାଗି ସହାୟତା ମାଗୁଥିଲା।

ଏହି ଘଟଣାକୁ ପାଖରେ ଦେଖୁଥିବା ଲୋକ ସଙ୍ଗେ ସଙ୍ଗେ କାର୍‌ ପାଖରେ ରୁଣ୍ଡ ହୋଇଯାଇଥିଲେ। ଏହାପରେ ଲୋକମାନେ ମିଳିତ ଭାବେ କାର୍‌ର ଆଗ ଚକାକୁ ଟେକିବାରେ ଲାଗିଥିଲେ। କାରର ଆଗ ଚକାଟି ଯେମିତି କିଛି ଉପରକୁ ଉଠିଛି ବାଛୁରୀଟି ଭିତରୁ ବାହାରି ପଳାଇଥିଲା। ଫଳରେ ଗାଈଟି ନିଜ ୬ ମାସର ଛୁଆକୁ ଫେରି ପାଇବାରେ ସଫଳ ହୋଇଥିଲା। ବାଛୁରୀକୁ ଉଦ୍ଧାର କରାଯିବାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ...

ଗୁଟ୍‌ଖା ଦୋକାନ ନାଁ ଦେଖି ମାଲିକଙ୍କୁ ପ୍ରଶଂସା କଲେ ଲୋକେ

ଗୁଟ୍‌ଖା ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଲୋକମାନେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ରାସ୍ତା ହେଉ କି ବସ କିମ୍ବା ଟ୍ରେନ, ଅଫିସରେ ଲୋକେ...

୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା...

ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ।...

ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

ଗୋଟିଏ ପକ୍ଷୀ ପାଇଁ ୩୫ ଦିନ ଗାଁ ସମ୍ପୂର୍ଣ୍ଣ ଅନ୍ଧାର

ମଣିଷ ଏବଂ ପଶୁପକ୍ଷୀମାନଙ୍କ ମଧ୍ୟରେ ସର୍ବଦା ଏକ ଗଭୀର ସମ୍ପର୍କ ରହିଆସିଛି। ଏହାର ସର୍ବୋତ୍ତମ ଉଦାହରଣ ତାମିଲନାଡୁର ସିଭାଗଙ୍ଗା ଜିଲାରେ ଦେଖିବାକୁ ମିଳିଥିଲା। ସିଭାଗଙ୍ଗା ଜିଲାର...

୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି।...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

Advertisement
Archives

Model This Week