Posted inଫୁରସତ

ଏହି କାଫେରେ ମିଳୁଛି ୧୨ଟି ଦେଶର ୧୫୦ ପ୍ରକାର ଚା, ଇସାରାରେ ହୁଏ ଅର୍ଡର

ଝାଡ଼ଖଣ୍ଡର ଜାମସେଦପୁରରେ ଏମିତି ଏକ କାଫେ ଖୋଲାଯାଇଛି, ଯେଉଁଠି ୧୨ଟି ଦେଶର ଚା’ ମିଳୁଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ଦେଇ ଚା’ର ମଜା ନେଇପାରିବେ। କାଫେର ସବୁଠୁ ଖାସ୍‌ କଥା ହେଲା ଏଠାରେ କାମ କରୁଥିବା କର୍ମଚାରୀ କଥା କହିପାରନ୍ତି କିନ୍ତୁ ଶୁଣିପାରନ୍ତି ନାହିଁ। ତେଣୁ କେବଳ ଇସାରାରେ ଗ୍ରାହକମାନେ ଅର୍ଡର ଦେଇପାରିବେ। ସେମାନେ ମନ ପସନ୍ଦର ଚା’ ମଧ୍ୟ ଯୋଗାଇଦେବେ।

କାଫେରେ କାମ କରୁଥିବା ୧୨ ଜଣ କର୍ମଚାରୀ କହିବାରେ ଅସମର୍ଥ। କିନ୍ତୁ ଗ୍ରାହକଙ୍କ ପଇସାର ହିସାବ ବେଶ୍‌ ଭଲ ଭାବେ ରଖିଥାନ୍ତି। କାଫେ ମାଲିକ ଅବିନାଶ ଦୁଗଲଙ୍କ କହିବା କଥା ସେ ପ୍ରତିଦିନ ସକାଳୁ ତାଙ୍କ ଟିମ୍‌ଙ୍କ ସହ ପ୍ରାର୍ଥନା କରନ୍ତି। ‘ ଆମେ ଗୋଟିଏ ଦିନ ସଫଳ ହେବା, ମନରେ ବିଶ୍ୱାସ ରଖ। ଏମିତି ଭାବନା ନେଇ କାମ ଆରମ୍ଭ କରିଥାନ୍ତି।

କାଫେର ଡିଜାଇନ୍‌ ଖୁବ୍‌ ସୁନ୍ଦର ଭାବେ କରାଯାଇଛି। ଏଠାରେ ରାଜାରାଜୁଡାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଚା’ ବିକ୍ରି ହେଉଛି। କଲେଜ ପଢୁଆ ପିଲାଙ୍କ ପାଇଁ ମସଲା ଚା’, ଅଫିସ କର୍ମଚାରୀଙ୍କ ପାଇଁ କଡ଼ା ଚା’, ପଡ଼ୋଶୀ ପାଇଁ ମିଠା ଚା’, ହୋଟେଲଙ୍କ ପାଇଁ ହଟ୍‌ ଚା ଏବଂ ଫାଇଭ୍‌ ଷ୍ଟାର ହୋଟେଲ ପରି ଦାମୀ ଚା’ ଏଠାରେ ମିଳିଥାଏ। ମାଲିକ କୁହନ୍ତି, କହିପାରୁ ନ ଥିବା ଶୁଣିପାରୁ ନ ଥିବା ପିଲାମାନଙ୍କୁ ସେ ରୋଜଗାର ଦେଇଛନ୍ତି। ସମସ୍ତେ କରୋନା ଟିକା ମଧ୍ୟ ନେଇ ସାରିଛନ୍ତି। ୩ ଜଣ ଝିଅ, ୯ ଜଣ ପୁଅ ଏଠାରେ କାମ କରୁଛନ୍ତି। ଏମାନେ ସମସ୍ତେ ଗ୍ରାହକଙ୍କଠାରୁ ନିଜ ନିଜ ହିସାବରେ ଅର୍ଡର ରଖି ଚା’ ଦେଇଥାନ୍ତି। ଆମର ଏଠାରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏହା ବ୍ୟତୀତ ଏଠାରେ ୧୫୦ ପ୍ରକାରର ଚା’ ଏବଂ କଫି, ପିଜା, ପେଷ୍ଟ୍ରି, କେକ୍‌ ଆଦି ମିଳିଥାଏ। ଏଠାରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀ ବହୁତ ଖୁସି ମିଜାଜର। ସେମାନେ କୁହନ୍ତି, ଯଦି ଆମ ଚା’ ଆପଣଙ୍କୁ ଭଲ ଲାଗିବ ତେବେ ଆପଣ ଆଉ ଥରେ ଆସିବେ। ତେଣୁ ଗ୍ରାହକମାନଙ୍କ ସହ ବେଶ୍‌ ଭଲ ବ୍ୟବହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri