ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ପଟ୍ଟାଙ୍ଗି,୨୩।୮(ଶରତ ଧଳ): ମଙ୍ଗବଳାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ୍‌ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ଏଭଳି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଯୋଡିମାଦିଲି ଘାଟିରେ ଘଟିଛି । ସୂଚନା ମୁତାବକ, ଆନ୍ଧ୍ର ରାଜ୍ୟ ବିଶାଖାପାଟଣାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଭିମୁଖେ ଯାଉଥିବା ବସ୍‌ ନଂ ଓଡି୦୮ଆର୍‌୧୯୫୧ବିଳମ୍ବିତ ରାତି ପ୍ରାୟ ୧.୩୦ରେରେ ଘାଟି ଚଡୁଥିବା ସମୟରେ ହଠାତ୍‌ ତଳକୁ ଗଢିବାରେ ଲାଗିଲା । ଡ୍ରାଇଭର ବ୍ରେକ୍‌ ମାରିଥିଲେ ମଧ୍ୟ ବସ୍‌ଟି ଅଟକି ନ ଥିଲା। ଯାହା ଦ୍ୱାରା ବସ୍‌ଟି ଡାହାଣ ଦିଗକୁ ରହିଥିବା ଏକ ବଡ଼ ଧରଣର ଖାଲକୁ ଖସିବା ପୂର୍ବରୁ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁ ବସ୍‌ଟି ବାମ ଦିଗରେ ରହିଥିବା ପାହାଡକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବସ୍‌ରେ ଥିବା ସମସ୍ତ ୩୮ଜଣ ଯାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ଖବରପାଇ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକ ନିଜ ସହ କର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍‌ ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବାରେ ବ୍ୟବସ୍ଥା
କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ସାକ୍ଷୀଗୋପାଳରେ ଆଜିବି ବଞ୍ଚିଛି ଶହ ଶହ ବର୍ଷର ନଡ଼ିଆ ଲଢ଼େଇ ପରମ୍ପରା, ଗହ୍ମାପୂର୍ଣ୍ଣମୀରେ…

ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri