ଭଉଣୀ ଆଗରେ ବୁଡ଼ି ଗଲା ଭାଇ

ଦଶମନ୍ତପୁର, ୯ା୫: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତର ଚଣାବାଡ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀଭାଇ ଦୁହେଁ ଗ୍ରାମ ନିକଟସ୍ଥ ଚେକ୍‌ ଡ୍ୟାମକୁ ଗାଧୋଇବାକୁ ଯାଇ ପାଣିରେ ବୁଡିଯିବାରୁ ଭାଇର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଉକ୍ତ ଗ୍ରାମର ଟିବୁ ମୁଦୁଲିଙ୍କ ତିନି ବର୍ଷର ପୁଅ ଘନ ମୁଦୁଲି।
ଖବରରୁ ଜଣାପଡିଛି, ଏହି ଗ୍ରାମରେ ସ୍ତ୍ରୀ ଦୁଃଖୀ, ଝିଅ ଜ୍ୟୋତି ଓ ପୁଅ ଘନଙ୍କୁ ନେଇ ଟିବୁଙ୍କ ପରିବାର। ରବିବାର ପୂର୍ବାହ୍ନରେ ଭଉଣୀଭାଇ ଦୁହେଁ ଗ୍ରାମର ସାଙ୍ଗସାଥୀଙ୍କ ସହ ମିଶି ଗ୍ରାମ ନିକଟସ୍ଥ କନ୍ଧସାହି ଝୋଲାଠାରେ ନବନିର୍ମିତ ଚେକ୍‌ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ ଶିଶୁଟିି ପାଣିରେ ବୁଡିଯାଇଥିଲା। ବଡ଼ଭଉଣୀ ଜ୍ୟୋତି ଘରକୁ ଦୌଡିଯାଇ ଏ ବିଷୟରେ ମାଆଙ୍କୁ ଜଣାଇଥିଲେ। ମା’ ଚେକ୍‌ଡ୍ୟାମରେ ପହଞ୍ଚତ୍ ଖୋଜାଖୋଜି କରି ଶିଶୁକୁ ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ଘଟଣା ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହ ଟିବୁ ଏନେଇ ଦଶମନ୍ତପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷରେ ଲାଗୁନିି ମନ୍ଦାକିନୀ ବ୍ୟାରେଜ୍‌

ନିରାକାରପୁର,୧୯।୩ (ଡି.ଏନ୍‌.ଏ.): ଚାଷୀଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଗଡ଼ଠାରେ ମନ୍ଦାକିନୀ ନଦୀରେ ୧୯୮୧ ଡିସେମ୍ବର ୨୧ରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା।...

ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ବଲାଙ୍ଗୀର ଅଫିସ,୨୫ା୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି, ଆକ୍ଷେପ ପ୍ରତିଆକ୍ଷେପ ଜାରି...

ବେବିରାଣୀ ହେଲେ ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥା, ପରମ୍ପରା ଓ ଚଳଣିର ପୁନଃ ଅଭ୍ୟାସ ଜରିଆରେ ଓଡ଼ିଆ ସ୍ବାଭିମାନ, ଅସ୍ମିତାକୁ ଅନୁଭବ କରିବା ପାଇଁ ଏକ ଅନନ୍ୟ ଆନ୍ଦୋଳନ ହେଉଛି ‘ଶ୍ରେଷ୍ଠ...

ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର...

ନବମ ଶ୍ରେଣୀ ଛାତ୍ରୀ ହେଲେ ମା’

କେନ୍ଦୁଝର,୨୮ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ...

ଅଧା ବାଟେ ଛାଡ଼ିଦେଲା ବସ୍‌: ହଟହଟା ହେଲେ ୨୩ ଶ୍ରମିକ

ବରଗଡ଼ ଅଫିସ୍‌,୮।୫-ଗଞ୍ଜାମ ଜିଲା ଭଞ୍ଜନଗରରୁ ବରଗଡ଼କୁ ଫେରୁଥିବା ଶ୍ରମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୨୩...

ଅପରେଶନ ‘ଦମନ’ରେ ମଶା ନିପାତ

ବ୍ରହ୍ମପୁର ଅଫିସ,୨୬ା୮: ଗଞ୍ଜାମ ଜିଲାରେ ବିଗତ ବର୍ଷରେ ମ୍ୟାଲେରିଆ ମହାମାରୀ ଭାବେ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ ଯୋଗୁ ଏବେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଛି।...

ଫେବୃୟାରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ହେବନି

ଭୁବନେଶ୍ୱର, ୨୩ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌...

Advertisement
Archives

Model This Week