ଅରଡେଇ ନଦୀରେ ପୋଲ କାମ ସରୁନି

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଆଗକୁ ବର୍ଷା ଦିନ ଆସୁଛି। ଏପଟେ ଭିତ୍ତିପ୍ରସ୍ତର ସ୍ଥାପନକୁ ୬ବର୍ଷ ବିତିଗଲାଣି କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ସରିନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ ଏକ ନିଚ୍ଚା ପୋଲ ଥିଲା। ଫଳରେ ଜାମୁଡିହା-ବିସ୍ତାପାଳ ରାସ୍ତାରେ ବର୍ଷାଦିନେ ଯାତାୟାତ କରିବା ଲୋକଙ୍କ ପାଇଁ ବଡ଼ କଷ୍ଟକର ହେଉଥିଲା। ଲୋକଙ୍କ ଗମନାଗମନ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏଠାରେ ଉଚ୍ଚ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଗଲା। ଏହି କାମର ଟେଣ୍ଡର କରାଯାଇ ୨୦୧୬ ନଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏମ୍‌ପି ଶକୁନ୍ତଳା ଲାଗୁରୀ ଏବଂ ବିଧାୟକ ଅଭିରାମ ନାଏକ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ସେତୁ କାମର ପ୍ରାୟ ୯୦ ଭାଗ କାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ଏହାର ସମ୍ପୂର୍ଣ୍ଣୀକରଣ ନେଇ ଆଶଙ୍କାବ୍ୟକ୍ତ କରାଯାଉଛି।
ସ୍ଥାନରେ ଠିକା କମ୍ପାନୀମାନେ ପୋଲ କାମ ପାଇଁ ଟେଣ୍ଡର ପକାଇ କାମ ହାତେଇବା ପରେ ବିଳମ୍ବରେ କାମ ଆରମ୍ଭ କରିବା ଯୋଗୁ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିପାରୁନାହିଁ। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ମଧ୍ୟ ପୋଲ କାମ ଯେତିକି ତ୍ୱରାନ୍ବିତ ହେବା କଥା ସେତିକି ହୋଇପାରି ନାହିଁ। ତେଣୁ ଲୋକେ ଏଠାରେ ଗମନାଗମନ ପାଇଁ ଆଉ କେତେବର୍ଷ ଅସୁବିଧାର ସମ୍ମୁଖୀନ ହେବେ ତାହା ବୁଝାପଡୁନାହିଁ। ସେହିପରି ପୋଲର ଆପ୍ରୋଚ ରାସ୍ତା ନିଚ୍ଚା ରହୁଥିବାରୁ ଏବଂ ଆଗରେ ରାସ୍ତା ବଙ୍କାଣୀ ଥିବାରୁ କ୍ଷୀପ୍ର ଗତିରେ ଗାଡି ଗଡିଲେ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି ବୋଲି ସ୍ଥାନୀୟ ଅଧିବାସୀ ପ୍ରେମାନନ୍ଦ ସିଂ କହିଛନ୍ତି। ଏଣୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଠିକା କମ୍ପାନୀ ପୋଲ କାମ ଶେଷ କରିବାରେ ବିଳମ୍ବ କରୁଥିବାରୁ ବର୍ଷା ଦିନରେ ଲୋକ ହଇରାଣ ହେବେ। ଏହି ରାସ୍ତା ଦେଇ ବିସ୍ତାପାଳ, ମୁରସୁଆଁ, ଜାମୁଡିହା, ନୂଆଗାଁ, ବିରକିଶୋରପୁର, ବିସ୍ତାପାଳ, ଭାଳୁପାଳିସାହି, ଖପରାଖାଇ, ଜାମୁପୋଶି, ରାଇକଳା, ଭାଲୁକା, ତାରତଖମଣ, ଟିଆଳିପଶି ଆଦି ଗ୍ରାମବାସୀ ନିର୍ଭର କରନ୍ତି ା ଏପରିକି ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅନେକ ସମୟରେ ସମସ୍ୟା ଦେଖାଦେଉଥିବା ଗ୍ରାମବାସୀ କହିଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ସଦର ଜେଇ ସରୋଜ କମାର ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ପୋଲ କାମ ସରିଗଲାଣି ଏବେ ଆପ୍ରୋଚ ରୋଡ କାମ ଚାଲିଛି। ୨ ମାସ ଭିତରେ ପୋଲ ଉପରେ ଗାଡି ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri