ଅରଡେଇ ନଦୀରେ ପୋଲ କାମ ସରୁନି

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଆଗକୁ ବର୍ଷା ଦିନ ଆସୁଛି। ଏପଟେ ଭିତ୍ତିପ୍ରସ୍ତର ସ୍ଥାପନକୁ ୬ବର୍ଷ ବିତିଗଲାଣି କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ସରିନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ ଏକ ନିଚ୍ଚା ପୋଲ ଥିଲା। ଫଳରେ ଜାମୁଡିହା-ବିସ୍ତାପାଳ ରାସ୍ତାରେ ବର୍ଷାଦିନେ ଯାତାୟାତ କରିବା ଲୋକଙ୍କ ପାଇଁ ବଡ଼ କଷ୍ଟକର ହେଉଥିଲା। ଲୋକଙ୍କ ଗମନାଗମନ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏଠାରେ ଉଚ୍ଚ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଗଲା। ଏହି କାମର ଟେଣ୍ଡର କରାଯାଇ ୨୦୧୬ ନଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏମ୍‌ପି ଶକୁନ୍ତଳା ଲାଗୁରୀ ଏବଂ ବିଧାୟକ ଅଭିରାମ ନାଏକ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ସେତୁ କାମର ପ୍ରାୟ ୯୦ ଭାଗ କାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ଏହାର ସମ୍ପୂର୍ଣ୍ଣୀକରଣ ନେଇ ଆଶଙ୍କାବ୍ୟକ୍ତ କରାଯାଉଛି।
ସ୍ଥାନରେ ଠିକା କମ୍ପାନୀମାନେ ପୋଲ କାମ ପାଇଁ ଟେଣ୍ଡର ପକାଇ କାମ ହାତେଇବା ପରେ ବିଳମ୍ବରେ କାମ ଆରମ୍ଭ କରିବା ଯୋଗୁ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିପାରୁନାହିଁ। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ମଧ୍ୟ ପୋଲ କାମ ଯେତିକି ତ୍ୱରାନ୍ବିତ ହେବା କଥା ସେତିକି ହୋଇପାରି ନାହିଁ। ତେଣୁ ଲୋକେ ଏଠାରେ ଗମନାଗମନ ପାଇଁ ଆଉ କେତେବର୍ଷ ଅସୁବିଧାର ସମ୍ମୁଖୀନ ହେବେ ତାହା ବୁଝାପଡୁନାହିଁ। ସେହିପରି ପୋଲର ଆପ୍ରୋଚ ରାସ୍ତା ନିଚ୍ଚା ରହୁଥିବାରୁ ଏବଂ ଆଗରେ ରାସ୍ତା ବଙ୍କାଣୀ ଥିବାରୁ କ୍ଷୀପ୍ର ଗତିରେ ଗାଡି ଗଡିଲେ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି ବୋଲି ସ୍ଥାନୀୟ ଅଧିବାସୀ ପ୍ରେମାନନ୍ଦ ସିଂ କହିଛନ୍ତି। ଏଣୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଠିକା କମ୍ପାନୀ ପୋଲ କାମ ଶେଷ କରିବାରେ ବିଳମ୍ବ କରୁଥିବାରୁ ବର୍ଷା ଦିନରେ ଲୋକ ହଇରାଣ ହେବେ। ଏହି ରାସ୍ତା ଦେଇ ବିସ୍ତାପାଳ, ମୁରସୁଆଁ, ଜାମୁଡିହା, ନୂଆଗାଁ, ବିରକିଶୋରପୁର, ବିସ୍ତାପାଳ, ଭାଳୁପାଳିସାହି, ଖପରାଖାଇ, ଜାମୁପୋଶି, ରାଇକଳା, ଭାଲୁକା, ତାରତଖମଣ, ଟିଆଳିପଶି ଆଦି ଗ୍ରାମବାସୀ ନିର୍ଭର କରନ୍ତି ା ଏପରିକି ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅନେକ ସମୟରେ ସମସ୍ୟା ଦେଖାଦେଉଥିବା ଗ୍ରାମବାସୀ କହିଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ସଦର ଜେଇ ସରୋଜ କମାର ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ପୋଲ କାମ ସରିଗଲାଣି ଏବେ ଆପ୍ରୋଚ ରୋଡ କାମ ଚାଲିଛି। ୨ ମାସ ଭିତରେ ପୋଲ ଉପରେ ଗାଡି ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?