Posted inଗଜପତି

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଆରମ୍ଭ ହୋଇଥିବା ସତ୍ତ୍ୱେ ସମାପ୍ତ ହୋଇପାରୁନାହିଁ। ଫରେଷ୍ଟ ଗେଟ୍‌ଠାରୁ ପୁରୁଣା କୋର୍ଟ ଏବଂ ପୁରୁଣା କୋର୍ଟଠାରୁ ମୁଖ୍ୟ ଚିକିତ୍ସାଳୟ ଛକ ପ୍ରାୟ ୭ କିମି ରାସ୍ତା ମଧ୍ୟରୁ ଫରେଷ୍ଟ ଗେଟ୍‌ଠାରୁ ଫାୟାର ଷ୍ଟେଶନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ନଭେମ୍ବର ୨୦୨୦ରେ ଫାୟାର ଷ୍ଟେଶନଠାରୁ କଲେଜ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଏହା ପରେ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ।
ବର୍ଷ ବର୍ଷ ଧରି ଅଧାପନ୍ତରିଆରେ ସହରର ରାସ୍ତା ନିର୍ମାଣ କାର୍ଯ୍ୟ ପଡ଼ି ରହିଛି । ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି ଭାଙ୍ଗି ଭୁଶୁଡି ଯାଉଛି ତ କେଉଁଠି ଆବର୍ଜନାରେ ପୋତି ହେଲାଣି ଉଭୟ ପାଶର୍‌ବରେ ନିର୍ମାଣାଧୀନ ଡ୍ରେନ୍‌। ଅନେକ ସ୍ଥାନରେ ଯାତ୍ରୀଙ୍କ ଲାଗି ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌। ଖୋଦ ଜିଲା ପ୍ରଶାସନର ନାକ ତଳେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରତି କାହାରି ନିଘା ନାହିଁ। ସହରର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଆର୍ଥିକ ବର୍ଷରେ ସହରର ଦୁଇ ପ୍ରମୁଖ ରାସ୍ତା, ଫରେଷ୍ଟ ଛକଠାରୁ ଗୁମାଗଡ଼ା ପର୍ଯ୍ୟନ୍ତ ୪,୭୫ କିମି ଓ ମେଡିକାଲ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩.୭୫ କିମି ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନ୍‌ ନିର୍ମାଣ ପାଇଁ ୧୪ କୋଟି ୬୫ ଲକ୍ଷ ଓ ୧୧ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଅସନ୍ତୁଳିତ ଥିବା ବେଳେ ହୋଇପାରିନାହିଁ ପ୍ରଶସ୍ତୀକରଣ। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଉପର ସ୍ଲାବ୍‌ ଭାଙ୍ଗି ପୋତି ହୋଇଯିବା ସହ ମୁକୁଳା ଡ୍ରେନ୍‌ ଯାତାୟାତରେ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନେଜ ବ୍ୟବସ୍ଥା ପାରଳାଖେମୁଣ୍ଡି ସହରର ବିକାଶ ତଥା ସୌନ୍ଦର୍ଯ୍ୟକରଣରେ ଅତ୍ୟାବଶ୍ୟକ ରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ସରିପାରୁନାହିଁ ନିର୍ମାଣ କାର୍ଯ୍ୟ। ଏହା ସାଙ୍ଗକୁ ନିମ୍ନମାନର କାମ ଯୋଗୁ ଯୋଜନାର ଲକ୍ଷ୍ୟ ଭ୍ରଷ୍ଟ ହେବା ସହ ବିକାଶରେ ବାଧାପ୍ରାପ୍ତ ହେଉଛି। କ୍ଷତି ହେଉଛି ରାଜସ୍ବ। କିଛି ସ୍ଥାନରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ମାର୍ଚ୍ଚ ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟ କାରଣ ହେଲା ପୁରୁଣା ବିଦ୍ୟୁତ୍‌ ଖୁଣ୍ଟକୁ ସ୍ଥାନାନ୍ତର କରାଯାଇ ନ ଥିବା ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ନୂତନ ପାଇପ ଲାଇନ ସଂଯୋଗୀକରଣ କାର୍ଯ୍ୟ ସମାପ୍ତ ହୋଇ ନ ଥିବା ଯୋଗୁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ବର୍ଷା ହେଲେ ନାଳ ମଧ୍ୟରେ ପ୍ରଚୁର ପାଣି ପ୍ରବାହିତ ହୋଇ ପୂର୍ବରୁ ପଡିରହିଥିବା ଜରି, ପ୍ଲାଷ୍ଟିକ ବୋତଲ ଆଦି ସମସ୍ତ ମଇଳା ବର୍ଷାଜଳ ସହରର ମୁଖ୍ୟ ସଡ଼କ ଏବଂ ସାହି, ଗଳିରେ ପାଣି ପଶିବା ସହ କୁଢ କୁଢ ଅଳିଆ ଜମା ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ପାରଳାବାସୀ ହନ୍ତସନ୍ତ ହେବା ସହ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ରାସ୍ତା ନିର୍ମାଣ ଆଳରେ ଅନେକ ଜନସାଧାରଣଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତ ଦୁଇବର୍ଷ ହେଲା ଭାଙ୍ଗିଦିଆଯାଇଛି। ଡ୍ରେନ୍‌ ନିର୍ମାଣ, ବିଦ୍ୟୁତ୍‌ ତାର ସଂଯୋଗ ହୋଇ ନ ଥିବା ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଭଙ୍ଗାଯାଇଥିବା ଘରର ମାଲିକମାନେ ନିଜ ନିଜ ଘରକୁ ଦୀର୍ଘ ବର୍ଷ ହେବ ସଜାଡିବାରେ ଅସୁବିଧା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?