Posted inଫୁରସତ

କନ୍ୟାଙ୍କୁ ଦେଖି ପ୍ରବଳ କାନ୍ଦିଲେ ବର, କାରଣ ଜାଣିଲେ..

ସାଧାରଣତଃ ବିବାହ ସ୍ଥିର ହେବା ପରେ ଝିଅମାନେ ବହୁତ ଭାବପ୍ରବଣ ହୋଇଯାନ୍ତି। ପରିବାର ଛାଡି ଶାଶୁଘରକୁ ଯିବାକୁ ସେମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ବିବାହ ବିଦାୟ ସମୟ ଆସିବା କ୍ଷଣି କନ୍ୟା ନିଜ କୋହ ସମ୍ବରଣ କରି ନ ପାରି ପରିବାର ଲୋକଙ୍କ ଧରି କାନ୍ଦୁଥିବାର ଦେଖାଯାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କନ୍ୟା ନୁହେଁ, ବର କାନ୍ଦୁଥିବାର ଦେଖାଯାଇଛି।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳେ ଯେ କନ୍ୟା ନିଜ ବିବାହ ଦିନ ଖୁସିରେ ନାଚିବା ଆରମ୍ଭ କରନ୍ତି। କନ୍ୟାକୁ ଦେଖି ବର ଆଖିରେ ଲୁହ ଝରିଯାଏ। ଭାବପ୍ରବଣ ହୋଇ ବର ନିଜ ନଜରରେ କନ୍ୟାଙ୍କୁ ଚାହିଁ ରହିଥାନ୍ତି। କିଛି ସମୟ ଦେଖିବା ପରେ ସେ କାନ୍ଦିବାକୁ ଲାଗିଥିଲେ । ବରର ସାଙ୍ଗମାନେ ତାଙ୍କୁ କାନ୍ଦୁଥିବା ଦେଖି ତାଙ୍କ ନିକଟକୁ ଆସି ତାଙ୍କୁ ହସେଇବାକୁ ଚେଷ୍ଟା କରିବାକୁ ଲାଗିଲେ।  ହଠାତ୍‌ ତାଙ୍କୁ କାନ୍ଦୁଥିବାର ଦେଖି କନ୍ୟା ବୁଝାଇବା ପାଇଁ ହାତ ଧରି ନାଚିଥିଲେ। ଏହା ଦେଖି ସେଠାରେ ଠିଆ ହୋଇଥିବା ଲୋକଙ୍କ ମୁହଁରେ ହସ ଆସିଯାଇଥିଲା। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଭିଟି ୱେଡିଂ ନାମକ ଏକ ଆକାଉଣ୍ଟ ଦ୍ୱାରା ଅପଲୋଡ ହେବା ମାତ୍ରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହି ଭିଡିଓକୁ ୧୧ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ଏହା ପ୍ରାୟ ଏକ ଲକ୍ଷ ଥର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର ହେବ ଧନ ପ୍ରାପ୍ତି…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ଓଡ଼ିଶାର ଟସର

ଫ୍ୟାଶନ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ରଖୁଥିବା ଟସର୍‌ ପାଇଁ ଓଡ଼ିଶାର ରହିଛି ବେଶ୍‌ ନାଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଚାଷ କରାଯାଉଥିବାବେଳେ ଏହାଦ୍ୱାରା...

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ,...

ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଲେ ପ୍ରଦୀପ

ନୋଏଡା, ୨୧।୩: ନିକଟରେ ପ୍ରଦୀପ ମେହେରା ନାମକ ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ...

ବିୟରର ନାମ ‘କରୋନା’

ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ...

ଏଠାରେ କଏଦୀଙ୍କ ସହ ରୁହନ୍ତି ପକ୍ଷୀ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଟିଭିରେ ଜେଲ୍‌ ପରିସ୍ଥିତି ଦେଖିଥିବେ। ଜେଲରେ ବନ୍ଦୀ ଭାବେ ଜୀବନ କାଟିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏମିତି ଏକ ଜେଲ୍‌ ଅଛି,...

‘କ୍ରିକେଟ୍‌ରେ ଫେଲ୍‌, ରାଜନୀତିରେ ପାସ୍‌’

ପାଟନା,୧୦।୮:ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...

ଗୋବର କଣ୍ଢେଇ

ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଓଡ଼ିଶାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯେଉଁଥିରେ ଓଡ଼ିଆ ଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି...

Advertisement
Archives

Model This Week