Posted inଫୁରସତ

ଗାଡି କି ଘୋଡା ନୁହେଁ, କନ୍ୟା ଆଣିବାକୁ ଜେସିବିରେ ଗଲେ ବର: ଆଉ ତା’ପରେ

ଆଜିକାଲି ବିବାହର ଋତୁ ଆରମ୍ଭ ହୋଇଯାଇଛି। ବିବାହ ସମ୍ପର୍କିତ ଅନେକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବର ଗାଡି କି ଘୋଡା ନୁହେଁ, ଜେସିବି ଧରି କନ୍ୟାଙ୍କୁ ଆଣିବାକୁ ପହଞ୍ଚିଥିଲେ। ହିମାଚଳ ପ୍ରଦେଶର ଗିରିପାର ଅଞ୍ଚଳର ସାଙ୍ଗ୍ରା ଗାଁରେ ଏହି ଘଟଣା ଘଟିଛି। ବିବାହ ଶୋଭାଯାତ୍ରା ଆରମ୍ଭ ହେବା ପରେ ପ୍ରବଳ ତୁଷାରପାତ ହେତୁ ବର ଗାଡି ଆଗକୁ ଯାଇ ପାରି ନ ଥିଲା। ରାସ୍ତା ବରଫାବୃତ୍ତ ଯୋଗୁ ବନ୍ଦ ହୋଇଯାଇଥିଲା, ତେଣୁ ସେଠାରୁ ଆଗକୁ ଯିବା ଅସମ୍ଭବ ଥିଲା। ଏସବୁ ଦେଖି ବରଙ୍କ ପିତା ଜଗୟ ସିଂ ଆଗକୁ ଯିବା ପାଇଁ ଏକ ଜେସିବି ମେସିନ ବ୍ୟବସ୍ଥା କଲେ। ଏଥିରେ ବର ୩୦ କିଲୋମିଟର ଯାତ୍ରା କରିଥିଲେ। ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ ସିଂ ଏବଂ ଫଟୋଗ୍ରାଫର ଜେସିବିରେ ବସି ରତୱା ଗାଁରେ ପହଞ୍ଚିଥିଲେ। ଏହା ପରେ ସେଠାରେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ ହେଲା ଏବଂ ସମସ୍ତେ ବର କନ୍ୟାଙ୍କୁ ନେଇ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦେଶ, ଯେଉଁଠି ଜୀବଜନ୍ତୁଙ୍କୁ ଦିଆଯାଇଛି ଆଇନଗତ ଅଧିକାର

ଅନେକ ଦେଶରେ ସଂଗଠନ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ବନ୍ୟଜନ୍ତୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ଦିଆଯାଇଛି।...

ରାତାରାତି ଲୋନାର ହ୍ରଦ ପାଣିର ରଙ୍ଗ ପାଲଟିଲା ଗୋଲାପି

ଔରଙ୍ଗାବାଦ, ୧୧।୬: ମହାରାଷ୍ଟ୍ର ବୁଲଧାନା ଜିଲାରେ ଥିବା ଲୋନାର ହ୍ରଦର ପାଣିର ରଙ୍ଗ ରାତାରାତି ଗୋଲାପି ରଙ୍ଗ ପାଲଟି ଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ...

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା...

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ...

ଔଷଧ ଖୋଳ ଉପରେ କାହିଁକି ଲାଲ୍‌ ରଙ୍ଗର ଗାର ଥାଏ ଜାଣନ୍ତି…

ଆମ ମଧ୍ୟରୁ ଅଧିକାଂଶ ଲୋକ ଅସୁସ୍ଥ ହେବା ପରେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରକୁ ଯାଇଥାନ୍ତି। କିଛି ଚିନ୍ତା ନ କରି...

ପବନରୁ ପ୍ରସ୍ତୁତ ହେଉଛି ପାଣି, ବୋତଲର ଦାମ୍‌ ରହିଛି…

ଆଜିକାଲି ଦୁନିଆରେ କୌଣସି କଥା ଅସମ୍ଭବ ନୁହେଁ। ବୈଜ୍ଞାନିକମାନେ ସବୁ ଅସମ୍ଭବକୁ ସମ୍ଭବ କରିଦେଉଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଲଓ୍ବେ ଷ୍ଟେଶନକୁ ଦେଖୁନାହାନ୍ତି, ଏଠାରେ କେମିତି ପବନରୁ...

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।...

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

Advertisement
Archives

Model This Week