Posted inଫୁରସତ

ବେଦୀରେ ବସି ଗୁଟ୍‌ଖା ଖାଉଥିଲେ ବର, କନ୍ୟା ଦେଲେ ଏକ ଶକ୍ତ ଚାପୁଡ଼ା, ଆଉ ତା’ ପରେ…

ପାନ-ମସଲା, ଗୁଟ୍‌ଖା ହେଉ କି ସିଗାରେଟ୍‌ ସମସ୍ତ ମାଦକ ଦ୍ରବ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମାତ୍ର ଅଧିକାଂଶ ଲୋକ ଏହା ଜାଣି ମଧ୍ୟ ମାଦକଦ୍ରବ୍ୟ ଖାଇବାରେ ଅଭ୍ୟାସ ରଖିଥାନ୍ତି। ଏମିତି କିଛି ଲୋକ ଅଛନ୍ତି ବିବାହ, ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟକ୍ରମରେ ଲୁଚି ଲୁଚି ଏସବୁ ଖାଇଥାନ୍ତି। ଯାହାକି ତାଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ମହଙ୍ଗା ପଡ଼ିଥାଏ। ସେମିତି ଏକ ଘଟଣା ଘଟିଛି ଏକ ବିବାହ ମଣ୍ଡପରେ।

ବିବାହ କରିବାକୁ ବର କନ୍ୟାଘରୁ ବରଯାତ୍ରୀ ସହ ଆସିଥିଲେ। ଏହା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର ବେଦୀରେ ବସି ଲୁଚି ଗୁଟ୍‌ଖା ପ୍ୟାକେଟ୍‌ରୁ ବାହାର କରି ଖାଉଥିଲେ। ଏହା ଦେଖି ଶେଷରେ କନ୍ୟା ଆଉ ସହିପାରିଲେନି। ଏକ ଶକ୍ତ ଚାପୁଡ଼ା ବରଙ୍କ ଗାଲକୁ ମାରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କଥା କ’ଣ ବୁଝିବା ବେଳକୁ ଗୁଟ୍‌ଖା ପାଇଁ ମାଡ଼ ଖାଇଲେ ବୋଲି ଜଣାପଡ଼ିଲା। ବର ବେଦୀରୁ ଉଠିଯାଇ ଗୁଟ୍‌ଖା କାଢ଼ି ଆସି ବେଦୀରେ ବସିଥିଲେ। ପରେ ବିବାହ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ବେଞ୍ଚ ତଳେ ଥିଲା କୁମ୍ଭୀର, ଏମିତି ଦେଲା ଧରା

ଗାନ୍ଧୀନଗର,୧୭ା୮: ତିନିଦିନ ଧରି ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ଅନେକ ସହର ପାଣିରେ ବୁଡ଼ି ରହିଛି। ସୁରଟର ଭଦୋଦରା ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି...

ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ

ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ...

୧୦ ବର୍ଷ ବାଳକଙ୍କ ପିଲାର ମା’ ହେଲେ ଏହି ୧୪ ବର୍ଷୀୟ ନାବାଳିକା: ଅନୁଭୂତିକୁ ନେଇ କହିଲେ ଏପରି କିଛି..

ରୁଷିଆରେ ଜଣେ ୧୧ ବର୍ଷ ବାଳକ ପିଲାର ମା’ ହୋଇଛନ୍ତି ୧୪ ବର୍ଷର ଜଣେ ନାବାଳିକା। ସେ ହେଲେ ଡରିୟା। ଡରିଆ ୧୩ ବର୍ଷ ବୟସରେ...

ନକାରାତ୍ମକ ଚିନ୍ତାଧାରା ଘାତକ

କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ...

ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ...

ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ।...

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି...

କାର୍‌ ପାର୍କିଂରେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା, କମ୍ପାନୀ ଲଗାଇଲା ଏତିକି ଟଙ୍କା ଜରିମାନା

ଇଂଲଣ୍ଡରେ ଜଣେ ମହିଳା ଅନଧିକୃତ ସ୍ଥାନରେ କାର୍‌ ପାର୍କିଂ କରି ନିଜ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇବା ମହଙ୍ଗା ପଡ଼ିଛି। ମହିଳାଙ୍କ ଉପରେ ଏଥିପାଇଁ ୧୭୦ ପାଉଣ୍ଡ...

Advertisement
Archives

Model This Week