Posted inଫୁରସତ

ବିବାହ ପରେ ଫେରୁଥିଲେ ବରକନ୍ୟା, ବରଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ, ଆଉ ତା’ ପରେ…

କୌଣସି ଦମ୍ପତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ସେମାନଙ୍କର ବିବାହ ଦିନ। ଏହି ଦିନକୁ ସ୍ବତନ୍ତ୍ର କରିବା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ କରାଯାଏ। ଏଥିରେ ଯେମିତି କିଛି ଅଭାବ ନ ହେବ ସେଥିପାଇଁ ସମ୍ପୂର୍ଣ୍ଣ ଧାନ ରଖାଯାଏ। ଏପରି ପରିସ୍ଥିତିରେ ଯଦି ବିବାହରେ କିଛି ଅଘଟଣ ଘଟେ ତେବେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ନ୍ତି। ସେତେବେଳେ ଏହି ଘଟଣାକୁ ଭାଗ୍ୟର ଖେଳ ବୋଲି କୁହାଯାଏ।

ମାର୍କୋ ଆଣ୍ଟୋନିଓ ନାମକ ଜଣେ ଆଇଟି ଇଞ୍ଜିନିୟରଙ୍କୁ ବିବାହ କରିବାର କିଛି ସମୟ ପରେ ହତ୍ୟା କରାଯାଇଥିଲା। ସେ ଯେତେବେଳେ ନବବିବାହିତ ସ୍ତ୍ରୀଙ୍କ ସହ ଚର୍ଚ୍ଚ ଛାଡ଼ିଥିଲେ ଯେତେବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ମେକ୍ସିକୋର କାର୍ବୋନାର୍କା ସହରରୁ ଆସିଛି, ଯେଉଁଠାରେ ବିବାହ ପୋଷାକ ପିନ୍ଧିଥିବା ବରଙ୍କ ପୋଷାକ ରକ୍ତରେ ଭିଜି ଯାଇଥିଲା।

ମେକ୍ସିକୋରେ ଗ୍ୟାଙ୍ଗ ଯୁଦ୍ଧ ଏବଂ ଡ୍ରଗ୍ସ କାରଣରୁ ଅପରାଧର ଘଟଣା ସାଧାରଣ ଭାବେ ବିବେଚନା କରାଯାଏ। ଅନେକ ଥର ସାଧାରଣ ଲୋକଙ୍କୁ ମଧ୍ୟ ଏଥିପାଇଁ ଜୀବନ ହରାଇବାକୁ ପଡ଼େ। ୩୨ ବର୍ଷୀୟ ଇଞ୍ଜିନିୟର ମାର୍କୋ ଆଣ୍ଟୋନିଓଙ୍କ ସହ ସେମିତି ଘଟଣା ଘଟିଛି। ସେମାନଙ୍କର ବିବାହ ୨୩ ଅକ୍ଟୋବରରେ ଚର୍ଚ୍ଚରେ ହୋଇଥିଲା। ଯେତେବେଳେ ଏହି ଦମ୍ପତି ଚର୍ଚ୍ଚରୁ ବାହାରି କାର୍‌ ଆଡକୁ ଯାଉଥିଲେ, ମଝିରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା। ମାତ୍ର ସମସ୍ତ ଉଦ୍ୟମ ପରେ ମଧ୍ୟ ମାର୍କୋଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ।

ମାର୍କୋଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସେହି ଦିନ ବିବାହ ସ୍ଥାନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମାର୍କୋ ତାଙ୍କ କନ୍ୟାଙ୍କ କୋଳରେ ଜୀବନ ହରାଇଛନ୍ତି। ଯାହାଙ୍କ ସହ ସେ ସାରା ଜୀବନ ତାଙ୍କ ସହିତ ରହିବାକୁ ପ୍ରତିଜ୍ଞା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?