Odisha Elections 2024
Posted inଫୁରସତ

ନିଜ ରିସେପ୍‌ଶନରେ ପହଞ୍ଚି ପାରିଲେନି ବରକନ୍ୟା, କାରଣ ଜାଣିଲେ…

ବିବାହ ସମୟରେ, ଅନେକ ଛୋଟ ଏବଂ ବଡ଼ ଭୁଲ୍‌ ପ୍ରାୟତଃ ହୋଇଥାଏ। ଏସବୁ ଅତି ସାଧାରଣ କଥା। କିନ୍ତୁ ଯେତେବେଳେ କିଛି ଅଦ୍ଭୁତ ଏବଂ ଭିନ୍ନ ଘଟଣା ଘଟେ, ସେତେବେଳେ ଉତ୍ତେଜନା ଦେଖାଦେଇଥାଏ। ଆମେରିକାରେ ଏକ ଦମ୍ପତିଙ୍କ ବିବାହ ରିସେପ୍‌ଶନରେ ଏକ ଅଜବ ଘଟଣା ଘଟିଥିଲା। ଫଳରେ ଉଭୟ ରିସେପ୍‌ଶନରେ ଯୋଗ ଦେଇପାରି ନ ଥିଲେ। କାରଣ ସେମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କୁ ବଞ୍ଚାଇବା ପାଇଁ ଅଗ୍ନିଶମ ବାହିନୀକୁ ଡାକିବାକୁ ପଡ଼ିଥିଲା।

ଆମେରିକାର ଉତ୍ତର କାରୋଲିନାରେ ଏକ ଗ୍ରାଣ୍ଡ ବୋହେମିୟନ ହୋଟେଲ ଅଛି। ଭିକ୍ଟୋରିଆ ଏବଂ ପାନଭା ଝା’ଙ୍କ ରିସେପ୍‌ଶନ ୧୬ ମହଲାରେ ଅନୁଷ୍ଠିତ ହେବାର ଥିଲା। କାର୍ଯ୍ୟସୂଚୀ ଏବଂ ବ୍ୟବସ୍ଥା ଅନୁଯାୟୀ ସବୁକିଛି ଠିକ୍‌ଠାକ୍‌ ଥିଲା। ମାତ୍ର ହଠାତ୍‌ ଏକ ସମସ୍ୟା ଉପୁଜିଥିଲା। ବର ଏବଂ କନ୍ୟା ଘଟଣାସ୍ଥଳରେ ପହଞ୍ଚି ୧୬ ତମ ମହଲାକୁ ଯିବାକୁ ଏକ ଲିଫ୍ଟ ଅଟକି ଯାଇଥିଲା। ସେ ପ୍ରଥମ ଏବଂ ଦ୍ୱିତୀୟ ମହଲା ମଧ୍ୟରେ ପହଞ୍ଚିବା ମାତ୍ରେ ତାଙ୍କ ଲିଫ୍ଟ ହଠାତ୍‌ ବନ୍ଦ ହୋଇଗଲା।

ସେମାନେ ଭାବିଲେ ସମସ୍ୟାଟି କିଛି ମିନିଟ୍‌ ପାଇଁ ହୋଇଛି। ପରେ ସବୁକିଛି ଠିକ୍‌ ହୋଇଯିବ। କିନ୍ତୁ ତାହା ହୋଇ ନ ଥିଲା। ଉଭୟ ପରିବାରର କିଛି ସଦସ୍ୟଙ୍କ ସହ ଉଭୟ ୨ ଘଣ୍ଟା ଧରି ଲିଫ୍ଟ୍‌ରେ ଅଟକି ରହିଥିଲେ। କନ୍ୟାଙ୍କ ଭଉଣୀ ଲିଫ୍ଟରେ ଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅନ୍ୟ ୩ ଅତିଥି ମଧ୍ୟ ବରକନ୍ୟାଙ୍କ ସହିତ ସେହି ଲିଫ୍ଟରେ ଫସି ରହିଥିଲେ। ଯେତେବେଳେ ଲିଫ୍ଟ ଖୋଲିଲା ନାହିଁ, ଅଗ୍ନିଶମ ବାହିନୀକୁ ଡାକିବାକୁ ପଡ଼ିଲା। ଚାର୍ଲୋଟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri