୩୬୫ ଦିନରେ ଯୁଦ୍ଧ

ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ ରୁଷିଆର ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ତୈଳ ଓ ଗ୍ୟାସ୍‌ ରପ୍ତାନି ଭଳି ରାଜସ୍ବର ପ୍ରାଥମିକ ଉତ୍ସକୁ ମଧ୍ୟ ପାଶ୍ଚାତ୍ୟ ଟାର୍ଗେଟ କରିଛି। ଫଳରେ ରୁଷିଆର ଆର୍ଥିକ ଅଭିବୃଦ୍ଧି ହୋଇପାରୁ ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତଥାପି ଯୁଦ୍ଧକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଦେଶ ଭିତରେ ମଧ୍ୟ ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି।

ଠିକ୍‌ ବର୍ଷକ ତଳେ ଅର୍ଥାତ୍‌ ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସେନାକୁ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ସାମରିକ ଅପରେଶନ୍‌’ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ପୁଟିନ୍‌ ଭାବିଥିଲେ ଦିନ କେଇଟା ଭିତରେ ସମଗ୍ର ୟୁକ୍ରେନ୍‌କୁ ଦଖଲ କରିନେବେ। କିନ୍ତୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପରାକ୍ରମ, ଅସୀମ ଧୈର୍ଯ୍ୟ ଓ ସାହସ ଆଗରେ ରୁଷୀୟ ସୈନ୍ୟ ଏକପ୍ରକାର ହାର୍‌ ମାନିଛନ୍ତି। ପୁଟିନ୍‌ଙ୍କ ସାମରିକ ବାହିନୀ ୟୁକ୍ରେନ୍‌ର ଯେଉଁ ଅଞ୍ଚଳକୁ ଦଖଲ କରୁଛନ୍ତି, ଜେଲେନ୍‌ସ୍କିଙ୍କ ସୈନ୍ୟ ସେମାନଙ୍କୁ ସେଠାରୁ ଘଉଡ଼ାଇ ପୁନଃ ନିଜ ଅକ୍ତିଆରକୁ ଆଣୁଛନ୍ତି। ଆକାଶ ମାର୍ଗରୁ ରୁଷିଆର ଘନ ଘନ ମିଶାଇଲ ଓ ରକେଟ୍‌ ମାଡ଼ ୟୁକ୍ରେନ୍‌କୁ ବସ୍ତୁତଃ ଏକ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିବାବେଳେ ଜେଲେନ୍‌ସ୍କିଙ୍କ ରଣନୀତି ମସ୍କୋକୁ ଭିତରୁ ଦୁର୍ବଳ କରିଦେଇଛି। ରୁଷିଆର ଆକ୍ରମଣ ଓ ୟୁକ୍ରେନ୍‌ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଉଭୟ ପକ୍ଷର ପ୍ରାୟ ୧,୫୦,୦୦୦ ସୈନ୍ୟ ନିହତ ହେଲେଣି। ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋବୃତ୍ତି ଓ ନରସଂହାରକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଠୋର ଆର୍ଥିକ କଟକଣା ଲଗାଇ ଚାଲିଛନ୍ତି। ଓ୍ବାଶିଂଟନ ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟ୍‌ ଅର୍ଗାନାଇଜେଶନ (ନାଟୋ) ପକ୍ଷରୁ ୟୁକ୍ରେନ୍‌କୁ ପର୍ଯ୍ୟାପ୍ତ ସାମରିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଯୁଦ୍ଧ ଘନଘଟାରେ ରୁଷିଆ-ୟୁକ୍ରେନ୍‌ ସମେତ ସାରା ବିଶ୍ୱ ଛନ୍ଦିହୋଇଯାଇଛି। ଜାତିସଂଘ ଓ ମାନବାଧିକାର ସୁରକ୍ଷା ଦିଗରେ କାର୍ଯ୍ୟରତ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଅସ୍ତ୍ରବିରତି ଆହ୍ବାନ ଦେଇଥିବାବେଳେ ଭାରତ କୂଟନୈତିକ ସ୍ତରରେ ସମାଧାନ ଉପରେ ଗୁରୁତ୍ୱାରୋପ କରିଛି। ଏଭଳି ସମୟରେ ଚାଇନା ବିସ୍ତାରବାଦୀ ଏଜେଣ୍ଡାକୁ ସାକାର କରିବା ପାଇଁ ତାଇଓ୍ବାନ୍‌ ଆକାଶରେ ଯୁଦ୍ଧବିମାନ ଉଡ଼ାଇ ରୁଷିଆର ସମର୍ଥନକୁ ଅନେଇ ବସିଛି।

ୟୁକ୍ରେନ୍‌କୁ ଅସ୍ତ୍ର ଚିନ୍ତା

ରୁଷିଆକୁ ଇରାନ ସମେତ କେତେକ ପାଶ୍ଚାତ୍ୟ ବିରୋଧୀ ଦେଶ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଘାତକ ଡ୍ରୋନ୍‌ ଯୋଗାଇଆସୁଥିବାବେଳେ ଏହାର ମୁକାବିଲା ପାଇଁ ୟୁକ୍ରେନ୍‌ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡ଼ିଛି। ସେପଟେ ଚାଇନା ମଧ୍ୟ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ଅଚାନକ ଗସ୍ତ ବେଳେ ଅତିରିକ୍ତ ସାମରିକ ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦ୍ୱିତୀୟ ବର୍ଷରେ ପହଞ୍ଚତ୍ଥିବା ଯୁଦ୍ଧର ଅନ୍ତ ଆଶା ଦିଶୁ ନ ଥିବାରୁ ୟୁକ୍ରେନ୍‌କୁ ଆଉ ସାମରିକ ସହଯୋଗ ନ କରିବା ପାଇଁ ଆମେରିକୀୟମାନେ ଚାପ ପକାଇବା ଆରମ୍ଭ କଲେଣି। ୟୁକ୍ରେନ୍‌କୁ ସାମରିକ ସହାୟତା ଦେବା ସପକ୍ଷରେ ଜନମତ ଏବେ ୫୮%କୁ ଖସିଯାଇଛି। ଫେବୃୟାରୀ ୬ରୁ ୧୩ ମଧ୍ୟରେ ୪,୦୦୦ ଆମେରିକୀୟଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ୨୦୨୨ ଏପ୍ରିଲରେ ଅସ୍ତ୍ର ପ୍ରେରଣ ସପକ୍ଷରେ ୭୩% ଆମେରିକୀୟ ମତ ଦେଇଥିଲେ। ରିପବ୍ଲିକାନ୍‌ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଆଗ୍ରହୀ ଫ୍ଲୋରିଡା ଗଭର୍ନର ରୋନ୍‌ ଡେ’ସାଣ୍ଟିସ୍‌ଙ୍କ ମତରେ ୟୁକ୍ରେନ୍‌କୁ ନେଇ ବାଇଡେନ୍‌ଙ୍କ ‘ବ୍ଲାଙ୍କ ଚେକ୍‌’ ପଲିସି ଆମେରିକା ପାଇଁ କ୍ଷତିକାରକ। ଆମେରିକା ସମେତ ବ୍ରିଟେନ୍‌, ତୁର୍କୀ, କାନାଡା, ଜର୍ମାନୀ, ସ୍ପେନ୍‌, ଫ୍ରାନ୍ସ, ବେଲ୍‌ଜିୟମ୍‌, ନେଦରଲାଣ୍ଡ୍ସ, ଇଟାଲୀ, ନରଓ୍ବେ ମଧ୍ୟ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଓ ଅନ୍ୟ ଉପକରଣ ପଠାଇସାରିଛନ୍ତି। ଆମେରିକା ନେତୃତ୍ୱାଧୀନ ନାଟୋ ହେଉଛି ୟୁକ୍ରେନ୍‌ର ବଡ଼ ଶକ୍ତି। କିନ୍ତୁ ଚାଇନା ରୁଷିଆକୁ ଅସ୍ତ୍ର ଯୋଗାଇଲେ ୟୁକ୍ରେନ୍‌ର ଚିନ୍ତା ଆହୁରି ବଢ଼ିଯିବ ବୋଲି କୁହାଯାଉଛି।

ରୁଷିଆକୁ ନିନ୍ଦାକଲେ ଗୁଟେରସ୍‌

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରିଛନ୍ତି। ବହୁପାକ୍ଷିକ ବ୍ୟବସ୍ଥା ଜାତିସଂଘ ଯେଉଁ ସିଦ୍ଧାନ୍ତଗୁଡ଼ିକର ଆଧାରଶିଳରେ ଦଣ୍ଡାୟମାନ ତାକୁ ରୁଷିଆ ଉଲ୍ଲଂଘନ କରିଥିବା ଗୁଟେରସ୍‌ କହିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ୍‌ ଉପରେ ଏମର୍ଜେନ୍ସି ସ୍ପେଶାଲ ସେସନ୍‌ ଚାଲିଥିବାବେଳେ ନିଜ ସମ୍ବୋଧନରେ ଗୁଟେରସ୍‌ କହିଛନ୍ତି, ବର୍ଷକ ତଳେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ କ୍ଷେତ୍ରୀୟ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ସହ ବୈଶ୍ୱିକ ଉତ୍ତେଜନା ଓ ବିଭାଜନକୁ ଉସୁକାଉଛି। ଯୁଦ୍ଧର ବର୍ଷପୂର୍ତ୍ତି ୟୁକ୍ରେନୀୟ ଓ ଅନ୍ତର୍ଜାତୀୟ ସମୁଦାୟକୁ ମର୍ମାହତ କରିଛି। ରୁଷିଆର ମାନବାଧିକାର ଉଲ୍ଲଂଘନର ଦୁଷ୍ପରିଣାମ ୟୁକ୍ରେନ୍‌ ବାହାରେ ମଧ୍ୟ ଅତି ନାଟକୀୟ ଭାବେ ଅନୁଭୂତ ହେଲାଣି। ପ୍ରକାଶ ଯେ, ଗତବର୍ଷ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ଜାତିସଂଘରେ ରୁଷିଆ ବିରୋଧରେ ଅନେକ ସଂକଳ୍ପନାମା ଅଣାଯାଇଛି। ୟୁକ୍ରେନ୍‌ର କ୍ଷେତ୍ରୀୟ ଅଖଣ୍ଡତା, ସ୍ବାଧୀନତା ଓ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ନିମନ୍ତେ ଜାତିସଂଘ ସବୁ ପ୍ରକାର ଉଦ୍ୟମ କରୁଛି। ଭାରତ ଏହି ପ୍ରସ୍ତାବଗୁଡ଼ିକରେ ମତଦାନରୁ ବିରତ ରହିବା ସହ ଆଲୋଚନା ଜରିଆରେ ସମାଧାନର ବାଟ ଖୋଜିବାକୁ ପରାମର୍ଶ ଦେଇଆସିଛି।

ଲଢ଼େଇ
ରୁଷିଆର ମୋର୍ଟାର ମାଡ଼ରେ ଦକ୍ଷିଣ ୟୁକ୍ରେନ୍‌ର ଖେରସନ ଅଞ୍ଚଳରେ ୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଖାର୍‌କିଭ୍‌ରେ ମିଶାଇଲ୍‌ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି।
ଯୁଦ୍ଧରେ ରୁଷିଆର ବର୍ବରତା ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରକାଶ କରିବା ନେଇ ନିର୍ବାସନରେ ଥିବା ସାଇନ୍ସ ଫିକ୍ସନ ଲେଖକ ଡିମିଟ୍ରି ଗ୍ଲୁଖୋଭ୍‌ସ୍କିଙ୍କ ବିରୋଧରେ ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମସ୍କୋ ଧମକ ଦେଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଓ ପୂର୍ବାଞ୍ଚଳରେ ରୁଷିଆର ୯୦ଟି ଆକ୍ରମଣକୁ ୟୁକ୍ରେନୀୟ ସୈନ୍ୟ ପ୍ରତିହତ କରିଥିବା ସେନା ପକ୍ଷରୁ ଦାବି କରାଯାଇଛି।

କୂଟନୀତି
ପୋଲାଣ୍ଡ ରାଜଧାନୀ ଓ୍ବାର୍‌ସ’ରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ, ନାଟୋର ପ୍ରତି ଇଞ୍ଚ ଭୂମିକୁ ଓ୍ବାଶିଂଟନ ସୁରକ୍ଷା ଦେବ।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ଗସ୍ତ କରିବେ। ଦୁଇ ଦେଶର ସମ୍ପର୍କ ଏକ ନୂଆ ସୋପାନରେ ପହଞ୍ଚତ୍ଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଚାଲିଥିବା ସବୁଠୁ ବଡ଼ ଯୁଦ୍ଧରେ ରୁଷିଆକୁ ଚାଇନା ସହାୟତା ଯୋଗାଉଥିବାରୁ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ସହଯୋଗୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।
ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରି ପୁଟିନ୍‌ ଆହୁରି କହିଛନ୍ତି, ଜଳ, ସ୍ଥଳ ଓ ଆକାଶ ମାର୍ଗରେ ରୁଷିଆ ନିଜ ଆଣବିକ କ୍ଷମତା ଉପରେ ଅଧିକ ଫୋକସ୍‌ କରିବ।
ମୋଲ୍‌ଡୋଭାରୁ ବିଚ୍ଛିନ୍ନ ହୋଇଥିବା ଟ୍ରାନ୍ସନିଷ୍ଟ୍ରିଆ ରିଜିଅନ୍‌କୁ ଏକ ମିଛ ଫ୍ଲାଗ୍‌ ଅପରେଶନ୍‌ରେ ଆକ୍ରମଣ କରିବାକୁ ୟୁକ୍ରେନ୍‌ ଯୋଜନା ଚଳାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ ଆଣିଛି।
ଲିଥୁଅନିଆ ରାଷ୍ଟ୍ରପତି ଗିଟାନାସ୍‌ ନଉସେଡା ନାଟୋ ସୈନ୍ୟ ମୁତୟନ ଓ ଅତିରିକ୍ତ ସାମରିକ ସହାୟତା ପାଇଁ ବାଇଡେନ୍‌ଙ୍କୁ ଅନୁରୋଧ କରିଛନ୍ତି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ରୁଷିଆର ଆକ୍ରମଣକୁ ୟୁଏନ୍‌ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ମସ୍କୋ ପକ୍ଷରୁ ଆଣବିକ ଅସ୍ତ୍ର ପ୍ରୟୋଗର ଭୟ ଏବେ ସର୍ବାଧିକ ରହିଥିବା ଗୁଟେରସ୍‌ କହିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ହେଉଛି ପଛଘୁଞ୍ଚା ଦେବାର ପ୍ରକୃଷ୍ଟ ସମୟ।
ଜାତିସଂଘ ସାଧାରଣ ସଭାରେ ଗୁରୁବାର ‘ୟୁକ୍ରେନ୍‌ରେ ଶାନ୍ତି ପ୍ରତିଷ୍ଠା’ ସମ୍ପର୍କିତ ଏକ ସଂକଳ୍ପନାମା ଉପରେ ମତଦାନ କରାଯାଇଛି। ଏହି ସଂଘର୍ଷ ଉପରେ ରାଷ୍ଟ୍ରଗୁଡ଼ିକ ପାଇଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଏହା ହେଉଛି ସଦ୍ୟ ସୁଯୋଗ।
ରୁଷିଆ ବିରୋଧରେ ନୂଆ କଟକଣା ଜାରି ନେଇ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବୁଧବାର ସହମତି ପ୍ରକାଶ ପାଇପାରି ନାହିଁ। ତେବେ ଯୁଦ୍ଧର ବର୍ଷପୂର୍ତ୍ତି ଉପଲକ୍ଷେ ୟୁକ୍ରେନ୍‌କୁ ଅଧିକ ସହାୟତା ପ୍ରଦାନ ନେଇ ଇୟୁ ସଦସ୍ୟଗୁଡ଼ିକ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?