Posted inଖେଳ

ଫୁଟ୍‌ବଲ ବିକାଶରେ ଓଡ଼ିଶା ଏଫ୍‌ସି

ଓଡ଼ିଶା ଫୁଟ୍‌ବଲରେ ଅନେକାଂଶରେ ପରିବର୍ତ୍ତନ ଆଣିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ୨୦୧୪ରୁ ଦିଲ୍ଲୀ ଡାଇନାମୋସ୍‌ ନାମରେ ପରିଚିତ ଏହି କ୍ଲବ କଳିଙ୍ଗ ଷ୍ଟାଡିୟମକୁ ନିଜର ହୋମ୍‌ ଟର୍ଫ ଭାବେ ବାଛିବା ପରେ ଦଳର ନାମ ୨୦୧୯ରୁ ଓଡ଼ିଶା ଫୁଟ୍‌ବଲ କ୍ଲବ୍‌ (ଓଏଫ୍‌ସି) ରହିଛି। ଓଡ଼ିଶା ଏଫ୍‌ସି ପୁରୁଷ ଦଳରେ ଶୁଭମ୍‌ ଷଡ଼ଙ୍ଗୀ ଓ ଟଙ୍କଧର ବାଗ୍‌ଙ୍କ ପରି ଖେଳାଳି ସାମିଲ ଅଛନ୍ତି। ସେହିପରି ମହିଳା ଦଳରେ ପ୍ରାୟ ୭୫ ପ୍ରତିଶତ ଓଡ଼ିଆ ଖେଳାଳି ରହିଛନ୍ତି। ୧୭ ବର୍ଷରୁ କମ୍‌ ବାଳକ ଦଳରେ ପ୍ରତିନିଧିତ୍ୱ କରିଛନ୍ତି ଶତ ପ୍ରତିଶତ ଓଡ଼ିଆ ଖେଳାଳି।

ଓଡ଼ିଶା ଫୁଟ୍‌ବଲରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ୨୦୧୪ରୁ ଦିଲ୍ଲୀ ଡାଇନାମୋସ୍‌ ନାମରେ ପରିଚିତ ଏହି କ୍ଲବ କଳିଙ୍ଗ ଷ୍ଟାଡିୟମକୁ ନିଜର ହୋମ୍‌ ଟର୍ଫ ଭାବରେ ବାଛିବା ପରେ ଦଳର ନାମ ୨୦୧୯ରୁ ଓଡ଼ିଶା ଫୁଟବଲ କ୍ଲବ୍‌ (ଓଏଫ୍‌ସି) ରହିଛି। ଓଡ଼ିଶା ଏଫ୍‌ସି ପୁରୁଷ ଦଳରେ ରାଜ୍ୟର ପ୍ରତିଭାବାନ୍‌ ଖେଳାଳି ସ୍ଥାନ ପାଇଥିବା ବେଳେ ମହିଳା ଓ ଯୁବଦଳ ସୃଷ୍ଟି କରିଛି ଉଦାହରଣ। ପୁରୁଷ ଦଳରେ ଶୁଭମ୍‌ ଷଡ଼ଙ୍ଗୀ ଓ ଟଙ୍କଧର ବାଗ୍‌ଙ୍କ ପରି ଖେଳାଳି ସାମିଲ ଅଛନ୍ତି। ଶୁଭମ୍‌ ଓଏଫ୍‌ସି ଷ୍ଟାର୍ଟିଂ ଲାଇନ୍‌ର ଜଣେ ନିୟମିତ ସଦସ୍ୟ ରହିଥିବା ବେଳେ ଚଳିତ ବର୍ଷ ଟଙ୍କଧରଙ୍କୁ ଚୁକ୍ତିବଦ୍ଧ କରିଛି ଓଏଫ୍‌ସି। ମହିଳା ଦଳରେ ପ୍ରାୟ ୭୫ ପ୍ରତିଶତ ଓଡ଼ିଆ ଖେଳାଳି ରହିଛନ୍ତି। ୧୭ ବର୍ଷରୁ କମ୍‌ ବାଳକ ଦଳରେ ପ୍ରତିନିଧିତ୍ୱ କରିଛନ୍ତି ଶତ ପ୍ରତିଶତ ଓଡ଼ିଆ ଖେଳାଳି। ୨୦୨୨-୨୩ ସିଜନରେ ପ୍ୟାରୀ ଖାଖାଙ୍କ ନେତୃତ୍ୱାଧୀନ ଓଏଫ୍‌ସି ମହିଳା ଦଳ ଓଡ଼ିଶା ଓମେନ୍ସ ଲିଗ୍‌ ଜିତିବା ସହିତ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। କ୍ରିସ୍ପିନ୍‌ ଛେତ୍ରୀ ଦଳର ମୁଖ୍ୟ କୋଚ୍‌ ଅଛନ୍ତି ଏବଂ ଭାରତୀୟ ଫୁଟବଲ ଦଳର ଅଧିନାୟିକା ବାଲା ଦେବୀ ବର୍ଷିକିଆ ଚୁକ୍ତି କରିଛନ୍ତି। ଏଥି ସହିତ ମହିଳା ଫୁଟ୍‌ବଲରେ ଓଏଫ୍‌ସି ନୂଆ ସମ୍ଭାବନା ସୃଷ୍ଟି କରିଛି। ଓଏଫ୍‌ସି ମହିଳା ଦଳରେ ୧୩ ଓଡ଼ିଶା ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ୟାରୀ ଖାଖା ଓ ଜୁଲି କିଶାନଙ୍କ ପରି ଖେଳାଳି ଜାତୀୟ ଦଳରେ ସାମିଲ ଅଛନ୍ତି।
ଜୁଲି କିଶାନ: ପଦାର୍ପଣର ଅଳ୍ପଦିନ ମଧ୍ୟରେ ଜୁଲି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି। ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳି ୨୦୧୬ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ନିଜ ଗତି ଓ କ୍ଷୀପ୍ରତା କାରଣରୁ ଅନ୍ୟମାନଙ୍କ ତୁଳନାରେ ସେ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିପାରିଛନ୍ତି। ରାଉରକେଲାରେ ଜନ୍ମିତ ଜୁଲି ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳର କ୍ୟାମ୍ପ୍‌ରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆଙ୍କ ନଜରକୁ ଆସିବାପରେ ଆଗକୁ ବଢ଼ି ଚାଲିଛନ୍ତି। ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବା ସମୟରେ ସେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଆନ୍ତି। ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଖେଳିବା ସହିତ ଦଳକୁ ଓଡ଼ିଶା ଓମେନ୍ସ ଲିଗ୍‌ରେ ଚାମ୍ପିୟନ କରାନ୍ତି। ୨୦୨୧-୨୨ ସିଜନରେ ଓଡ଼ିଶା ପୋଲିସ ଦଳ ସହିତ ମଧ୍ୟ ସେ ଓଡ଼ିଶା ଓମେନ୍ସ ଲିଗ୍‌ ବିଜୟୀ ହୋଇଥିଲେ। ୨୦୨୨-୨୩ ସିଜନରେ ଓଏଫ୍‌ସି ପକ୍ଷରୁ ଓଡ଼ିଶା ଓମେନ୍ସ ଲିଗ୍‌ରେ ଅଂଶଗ୍ରହଣ କରିଥିବା ବେଳେ ଆଉଥରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ୨୦୨୧-୨୨ ସିଜନରେ ସ୍ପୋଟର୍‌ସ ଓଡ଼ିଶା ପକ୍ଷରୁ ଖେଳି ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ୪ର୍ଥ ସ୍ଥାନ ହାସଲ କରିଥିଲେ।
ପ୍ୟାରୀ ଖାଖା: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରୁ ଆସିଥିବା ପ୍ୟାରୀ ଖାଖା ଏବେ ଭାରତୀୟ ଫୁଟବଲ ଦଳର ଜଣେ ନିୟମିତ ସଦସ୍ୟା। ୨୦୧୪ରେ ୧୯ ବର୍ଷରୁ କମ୍‌ ଏଏଫ୍‌ସି କପ୍‌ରୁ ଭାରତୀୟ ଦଳ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ୨୦୧୫ରେ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ଶ୍ରେଷ୍ଠ ଯୁବା ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ୨୦୨୦-୨୧ରେ ଫୁଟବଲ୍‌ ଫ୍ୟାନ୍ସ ପ୍ଲେୟର ଅଫ୍‌ ଦ ଇୟର ପୁରସ୍କାର ମଧ୍ୟ ହାସଲ କରିଥିଲେ ପ୍ୟାରୀ। ବିଜୁଳି ପରି କ୍ଷୀପ୍ର ବେଗ ଓ ଶକ୍ତି ପାଇଁ ପରିଚିତ ପ୍ୟାରୀ କୁଅଁରମୁଣ୍ଡା କ୍ଲବରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୭-୧୮ରେ ରାଇଜିଂ ଷ୍ଟୁଡେଣ୍ଟ୍ସର ପ୍ରତିନିଧିତ୍ୱ କରିଥିବା ବେଳେ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ଚାମ୍ପିୟନ ହୋଇଥିଲେ। ଏହା ପରେ ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ପ୍ୟାରୀ ବର୍ତ୍ତମାନ ଓଏଫ୍‌ସିର ଅଧିନାୟିକା ରହିଛନ୍ତି।
୧୭ ବର୍ଷରୁ କମ୍‌ ବାଳକ ଦଳ: ଏଲିଟ୍‌ ୟୁଥ୍‌ ଲିଗ୍‌ ପାଇଁ ଓଡ଼ିଶା ଦଳରେ ସମସ୍ତ ୨୨ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଥିଲା। ଅଜିତ୍‌ କୁମାର ବେହେରା ଏହି ଦଳରେ ମୁଖ୍ୟ କୋଚ୍‌ ଏବଂ ଜସ୍‌ପାଲ ଶର୍ମା ସହକାରୀ କୋଚ୍‌ ରହିଥିଲେ। ୨୮ ଡିସେମ୍ବରରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରି ଓଏଫ୍‌ସି ବାଳକ ଦଳ ନିଜର ଅଭିଯାନ ଆରମ୍ଭ କରିଥିଲା। ୟଙ୍ଗ ହିରୋଜ୍‌ ଏବଂ ଆଲ୍ଫା ସ୍ପୋଟର୍‌ସକୁ ପରାସ୍ତ କରି ଦଳ ରାଉଣ୍ଡ ଅଫ୍‌ ୧୬କୁ ଉନ୍ନୀତ ହୋଇଥିଲା। ମାତ୍ର ମୁଥୁଟ୍‌ ନିକଟରୁ ପେନାଲ୍ଟି ଶୁଟ୍‌ ଆଉଟରେ ପରାଜୟ ଦଳକୁ ବିଦାୟ ପଥ ଦେଖାଇଥିଲା।
କମ୍ୟୁନିଟି ଆଉଟ୍‌ରିଚ୍‌: ଫୁଟବଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସର୍ବଦା ପ୍ରୟାସ କରି ଆସୁଥିବା ଓଏଫ୍‌ସି ଶିଶୁ ଦିବସ ଅବସରରେ ବିଭିନ୍ନ ବସ୍ତି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିଶୁମାନଙ୍କୁ ନେଇ ୧୫ ବର୍ଷରୁ କମ୍‌ ବୟସ ବର୍ଗର ଏକ ଟୁର୍ନାମେଣ୍ଟ କରିଥିଲା। ୟୁନିସେଫ୍‌, ପ୍ରୋ ସୋସିଓ ସ୍ପୋଟର୍‌ସ ଆଣ୍ଡ ଗେମ୍ସ ଫେଡେରେଶନ ସହିତ ମିଳିତ ଭାବରେ ଓଏଫ୍‌ସି ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ୭ମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ଟୁର୍ନାମେଣ୍ଟରେ ଓଏଫ୍‌ସି ବୈଷୟିକ ପାର୍ଟନର ରହିଥିବା ବେଳେ ଶତାଧିକ ବାଳିକା ବାଳକଙ୍କୁ ଜର୍ସି ଓ ଅନ୍ୟାନ୍ୟ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଥିଲା।
ଫୁଟ୍‌ସାଲ ଟୁର୍ନାମେଣ୍ଟ: ସାଧାରଣତନ୍ତ୍ର ଦିବସ ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଏକ ଫୁଟ୍‌ସାଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ୩ ଦିନିଆ ଟୁର୍ନାମେଣ୍ଟରେ ବିଭିନ୍ନ କଲେଜ ଅଂଶଗ୍ରହଣ କରିଥିଲେ।
-ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?