ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର

ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା ସଦୃଶ। ତେବେ ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ୨ଜଣ ନାତି ଏକ ନିଆରା କାର୍ଯ୍ୟ କରିଛନ୍ତି। ତାଙ୍କ ଇଛା ରଖିବାକୁ ଯାଇ ୨ଜଣ ନାତି ବିବାହ ପରେ ତାଙ୍କ ପତ୍ନୀଙ୍କୁ ହେଲିକପ୍ଟରରେ ଗାଁକୁ ଆଣିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟା ଜିଲାରେ।

ସୂଚନାଯୋଗ୍ୟ, କୋଟା ଜିଲାର ଦେବଲି ଗାଁରେ ରହୁଥିବା ଅଶୋକ ମାଲଭଙ୍କ ପରିବାରରେ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଅଶୋକଙ୍କ ବଡ଼ ପୁଅ ପଙ୍କଜଙ୍କ ବିବାହ ଭବାନୀପୁରା ସ୍ଥିତ କୋମଲ ଓ ସାନ ପୁଅ ଲଳିତଙ୍କ ବିବାହ ଦିପପୁରାରେ ରହୁଥିବା ରଶ୍ମିତାଙ୍କ ସହ ଠିକ୍‌ ହୋଇଥିଲା। ତେବେ ଅଶୋକଙ୍କ ମା’ଙ୍କ ଇଛା ଥିଲା ଯେ, ୨ ନାତୁଣୀ ବୋହୁଙ୍କୁ ବିବାହ କରି ତାଙ୍କ ନାତି ହେଲିକପ୍ଟରରେ ଘରକୁ ଆଣିବେ। ତେବେ ତାଙ୍କ ଇଛା ଅନୁସାରେ ଗୁରୁବାର ଆୟୋଜିତ ହୋଇଥିବା ବିବାହ ମଣ୍ଡପ ସ୍ଥାନରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା।

ଉକ୍ତ ବିବାହରେ କରୋନାର ସମସ୍ତ ପ୍ରୋଟୋକଲ୍‌ ପାଳନ କରାଯିବା ସହ ଜେଜେମା’ଙ୍କ ଇଛା ମଧ୍ୟ ପୂରଣ କରିଥିଲେ ନାତି। ବିବାହର ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ୨ଜଣ ନବଦମ୍ପତ୍ତି ହେଲିକପ୍ଟରେ ଗାଁକୁ ଫେରିଥିଲେ। ଏହାକୁ ଦେଖି ଜେଜେମା’ଙ୍କ ଖୁସି କହିଲେ ନ ସରେ। ମାଲଭ ପରିବାରର ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବଡ଼ମାନଙ୍କ ପ୍ରତି ଥିବା ତାଙ୍କର ସମ୍ମାନ ଓ ଭଲପାଇବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?