ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର

ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା ସଦୃଶ। ତେବେ ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ୨ଜଣ ନାତି ଏକ ନିଆରା କାର୍ଯ୍ୟ କରିଛନ୍ତି। ତାଙ୍କ ଇଛା ରଖିବାକୁ ଯାଇ ୨ଜଣ ନାତି ବିବାହ ପରେ ତାଙ୍କ ପତ୍ନୀଙ୍କୁ ହେଲିକପ୍ଟରରେ ଗାଁକୁ ଆଣିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟା ଜିଲାରେ।

ସୂଚନାଯୋଗ୍ୟ, କୋଟା ଜିଲାର ଦେବଲି ଗାଁରେ ରହୁଥିବା ଅଶୋକ ମାଲଭଙ୍କ ପରିବାରରେ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଅଶୋକଙ୍କ ବଡ଼ ପୁଅ ପଙ୍କଜଙ୍କ ବିବାହ ଭବାନୀପୁରା ସ୍ଥିତ କୋମଲ ଓ ସାନ ପୁଅ ଲଳିତଙ୍କ ବିବାହ ଦିପପୁରାରେ ରହୁଥିବା ରଶ୍ମିତାଙ୍କ ସହ ଠିକ୍‌ ହୋଇଥିଲା। ତେବେ ଅଶୋକଙ୍କ ମା’ଙ୍କ ଇଛା ଥିଲା ଯେ, ୨ ନାତୁଣୀ ବୋହୁଙ୍କୁ ବିବାହ କରି ତାଙ୍କ ନାତି ହେଲିକପ୍ଟରରେ ଘରକୁ ଆଣିବେ। ତେବେ ତାଙ୍କ ଇଛା ଅନୁସାରେ ଗୁରୁବାର ଆୟୋଜିତ ହୋଇଥିବା ବିବାହ ମଣ୍ଡପ ସ୍ଥାନରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା।

ଉକ୍ତ ବିବାହରେ କରୋନାର ସମସ୍ତ ପ୍ରୋଟୋକଲ୍‌ ପାଳନ କରାଯିବା ସହ ଜେଜେମା’ଙ୍କ ଇଛା ମଧ୍ୟ ପୂରଣ କରିଥିଲେ ନାତି। ବିବାହର ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ୨ଜଣ ନବଦମ୍ପତ୍ତି ହେଲିକପ୍ଟରେ ଗାଁକୁ ଫେରିଥିଲେ। ଏହାକୁ ଦେଖି ଜେଜେମା’ଙ୍କ ଖୁସି କହିଲେ ନ ସରେ। ମାଲଭ ପରିବାରର ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବଡ଼ମାନଙ୍କ ପ୍ରତି ଥିବା ତାଙ୍କର ସମ୍ମାନ ଓ ଭଲପାଇବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri