Posted inଖେଳ

ଦର୍ଶକଙ୍କ ଉପସ୍ଥିତିରେ ହୋଇପାରେ ବକ୍ସିଂ ଡେ’ ଟେଷ୍ଟ

ମେଲବୋର୍ନ, ୧୫ା୯ (ପି.ଟି.)- ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବଂ ଭାରତକୁ ନେଇ ବକ୍ସିଂ ଡେ’ ଟେଷ୍ଟ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବା ଲାଗି ଯୋଜନା ଚାଲିଛି। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଓ ଟେନିସ ଅଷ୍ଟ୍ରେଲିଆ ସହିତ ଆଲୋଚନା ଜାରି ରହିଥିବା ଭିକ୍ଟୋରିଆ ପ୍ରଦେଶ ପ୍ରଧାନମନ୍ତ୍ରୀ ଡାନିଏଲ ଆଣ୍ଡ୍ର୍ୟୁଜ୍‌ ସୋମବାର ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀକୁ ନେଇ ଭିକ୍ଟୋରିଆ ସଂଘର୍ଷ ଚଳାଇଥିବାରୁ ଏମ୍‌ସିଜି ବକ୍ସିଂ ଡେ ଟେଷ୍ଟ ଆୟୋଜନ ଅଧିକାର ହରାଇବା ନେଇ କଳ୍ପନାଜଳ୍ପନା ଚାଲିଛି। ଭିକ୍ଟୋରିଆ ଜୁଲାଇଠାରୁ ଲକ୍‌ଡାଉନ୍‌ରେ ରହିଛି। ହିସାବ ଅନୁସାରେ ଅଷ୍ଟ୍ରେଲିଆରେ କରୋନା ପଜିଟିଭଙ୍କ ସଂଖ୍ୟା ୨୬,୦୦୦ ରହିଥିବାବେଳେ ୮୦୦ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ଘଟି ସାରିଲାଣି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ଭିକ୍ଟୋରିଆର ଏବଂ ସେଠାରେ ମୃତ୍ୟୁର ହାର ମଧ୍ୟ ୯୦ପ୍ରତିଶତ। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ସୁରକ୍ଷା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଇଭେଣ୍ଟରେ କେତେଜଣ ଦର୍ଶକ ରହିବା ଉଚିତ ହେବ ତାହା ନିରୂପଣ କରିବା ମଧ୍ୟ କଠିନ ବ୍ୟାପାର ବୋଲି ଆଣ୍ଡ୍ର୍ୟୁଜ୍‌ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଗତ ଜାନୁୟାରୀରେ ମେଲବୋର୍ନ ପାର୍କରେ ଅଷ୍ଟ୍ରେଲିଆନ ଓପନ୍‌କୁ ୮ ଲକ୍ଷରୁ ଅଧିକ ଲୋକ ଉପଭୋଗ କରିଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିଥିଲେ। ତେବେ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ମେଲବୋର୍ନରେ ଆୟୋଜନ ସମ୍ଭାବନା କମ୍‌ ମନେହେଉଛି। ମ୍ୟାଚ ଆୟୋଜନ ଦୌଡ଼ରେ ଆଡିଲେଡ୍‌ ସର୍ବାଗ୍ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ...

କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ

ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାଓ୍ବନ; ଦଳରେ ପନ୍ତ ସାମିଲ

ସାଉଥାମ୍ପ୍‌ଟନ,୨୦।୬(ପି.ଟି.)- ଭାରତୀୟ ତାରକା ଓପ୍‌ନର ଶିଖର ଧାଓ୍ବନ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ୩ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଥିଲେ। ତେବେ...

କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ

ଦୁବାଇ,୧୧।୧୦: ଆଇପିଏଲ୍‌ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି...

ଟସ୍‌ ହାରିଲା ଶାହରୁଖ ଖାନଙ୍କ ନାଇଟ୍‌ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ...

କୋପା ଆମେରିକା ଫୁଟ୍‌ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍‌ଘାଟନୀ ମ୍ୟାଚ୍‌

ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ...

ଗୁଜରାଟ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ...

ଆଙ୍ଗୁଳିରୁ ବାହାରୁ ଥିଲା ଧାର ଧାର ରକ୍ତ: ଖେଳିଚାଲିଥିଲେ ଧୋନୀ

ବର୍ମିଂହାମ, ୩।୭: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଭାରତ ୧୩ ପଏଣ୍ଟ ସହ...

Advertisement
Archives

Model This Week