Posted inଖେଳ

ଭାଇଙ୍କ ବଲରେ ୬ ମାରିବା ପରେ କ୍ରିକେଟ ପଡିଆରେ ଦେଖିବାକୁ ମିଳିଲା ଦୁଇ ଭାଇ ୟୁସୁଫ-ଇରଫାନଙ୍କ ମଧ୍ୟରେ ଥିବା ବଣ୍ଡିଂ

ନୂଆଦିଲ୍ଲୀ,୧୮।୧: ବଡ ଭାଇ ୟୁସୁଫ ପଠାନଙ୍କ ବଲରେ ଏକ ଶକ୍ତିଶାଳୀ ଛକା ମାରି ଇରଫାନ ପଠାନ ତାଙ୍କ ଦଳକୁ ବିଜୟ ଦେଇଥିଲେ, କିନ୍ତୁ ଛକା ମାରିବା ପରେ ଇରଫାନ ତାଙ୍କ ବଡ଼ ଭାଇ ୟୁସୁଫଙ୍କୁ ପଡିଆ ଭିତରେ ହିଁ ଆଲିଙ୍ଗନ କରିଥିଲେ। ଘଟରା ହେଲା, ଏକ ଚ୍ୟାରିଟି ମ୍ୟାଚରେ ଇରଫାନ ଏବଂ ୟୁସୁଫ ପଠାନ ବିଭିନ୍ନ ଦଳରୁ ପରସ୍ପର ବିପକ୍ଷରେ ଖେଳୁଥିଲେ। ମ୍ୟାଚରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଇରଫାନ ଭାଇ ୟୁସୁଫଙ୍କ ବଲରୁ ଛକା ମାରିବାକୁ ବାଧ୍ୟ ହୋଇଥିଲେ।

ୱାନ ୱାଲର୍‌ଡ ଏବଂ ୱାନ ଫ୍ୟାମିଲି ମଧ୍ୟରେ ଚାରିଟି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଇରଫାନ ପଠାନଙ୍କ ୱାନ ୱାଲର୍‌ଡ ଦଳ ଶେଷ ୨ବଲରେ ୩ରନ ଆବଶ୍ୟକ କରିଥିଲା। ଷ୍ଟ୍ରାଇକରେ ଇରଫାନ ଉପସ୍ଥିତ ଥିଲେ ଏବଂ ତାଙ୍କ ବଡ ଭାଇ ୟୁସୁଫ ପଠାନ ଓ୍ବାନ ଫ୍ୟାମିଲି ତରଫରୁ ବୋଲିଂ କରୁଥିଲେ। ଇରଫାନ ଭାଇ ୟୁସୁଫଙ୍କ ବଲରେ ପାଦ ଦେଇ ଏକ ଚମତ୍କାର ହିଟ କରି ୱାନ ୱାଲର୍‌ଡକୁ ମ୍ୟାଚର ବିଜେତା କରିଥିଲେ। କିନ୍ତୁ ଏହି ଛକା ମାରିବା ପରେ ଇରଫାନ ଯାଇ ୟୁସୁଫ ପଠାନଙ୍କୁ ଆଲିଙ୍ଗନ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଇରଫାନ ପଠାନ ତାଙ୍କ ବଡ଼ ଭାଇଙ୍କ ବଲରେ ପାଦ ରଖି ଆଗ ପାର୍ଶ୍ୱରେ ଏକ ଶକ୍ତିଶାଳି ଛକା ମାରିଥିଲେ। ଏହି ୬ ମାରିବା ପରେ ଇରଫାନ ହସି ହସି ୟୁସୁଫ ପଠାନଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କଲେ। ଆଲିଙ୍ଗନ କରିବା ପରେ, ୟୁସୁଫ ତାଙ୍କ ସାନଭାଇଙ୍କ ପିଠିଥାପୁଡାଇ ଦେଇଥିଲେ। ଏହା ପରେ ମ୍ୟାଚ ଶେଷ ହେଲା ଏବଂ ସମସ୍ତ ଖେଳାଳି ଡ୍ରେସିଂ ରୁମ ଆଡକୁ ଗଲେ । ଏହି ସମୟରେ ମନ୍ତବ୍ୟ ଦେଉଥିବା ଆକାଶ ଚୋପ୍ରା କହିଛନ୍ତି ଯେ ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲପାଇବା ଅଛି।

https://twitter.com/Priteshjoshi100/status/1747897958673133648?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1747897958673133648%7Ctwgr%5E3c01cad46859e476073f9474d82c2840486f2888%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Firfan-pathan-hugged-yousuf-pathan-after-hitting-six-in-his-bowling-in-charity-match-interesting-and-loveable-video-viral-2588935


Enter your email to get our daily news in your inbox.

All Right Reserved By Dharitri.Com

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?