ଦୁର୍ଘଟଣାର ୨୦ ଘଣ୍ଟା ପରେ ଉଠିଲା ମୃତଦେହ

ବାଲିଶଙ୍କରା, ୭ା୫ : ସୁନ୍ଦରଗଡ଼ ଜିଲା କିଞ୍ଜିରକେଲା ଥାନା ଅଧୀନ ତିଲଡେଗା ଗ୍ରାମ ବଣ୍ଡେଡୁଙ୍ଗୁରି ନିକଟରେ ଏକ ୧୪ ଚକିଆ ହାଇଓ୍ବା ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ୧୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜନ୍ମେଜୟ ରାଉତ (୨୯)ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଘର ସିଙ୍ଗାରମୁଣ୍ଡା ଗ୍ରାମରେ।

ସକାଳେ ସ୍ଥାନୀୟ ଲୋକେ ଘଟଣା ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲେ। କିନ୍ତୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ହାଇଓ୍ବା ମାଲିକ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ୨୦ ହଜାର ଟଙ୍କା ଦେଇଥିଲେ। ଦୀର୍ଘ ୨୦ ଘଣ୍ଟା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ ଧରାପଡ଼ିଲେ ବ୍ୟବସାୟୀ

ବାରିପଦା ଅଫିସ,୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଅଧୀନ ୧୫ନଂ.ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ...

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

ଟ୍ରେନ୍‌ରେ ପ୍ରସବ ଘଟଣା: ସମ୍ବର୍ଦ୍ଧିତ ହେଲେ ଆର୍‌ପିଏଫ୍‌ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨୯ା୧୦: ଗତ ବୁଧବାର ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ମହିଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝାରସୁଗୁଡ଼ା ଜଙ୍କ୍‌ଶନ୍‌ରେ ଉକ୍ତ ଟ୍ରେନ୍‌ ରହଣି...

ବରଗଡ଼ରେ ଓଡ଼ିଶା ବନ୍ଦଡାକରାକୁ ସମର୍ଥନ

ବରଗଡ଼ ଅଫିସ,୧୫।୨: କେନ୍ଦ୍ର ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ...

କାର୍ଯ୍ୟାଳୟ ଘେରିଲେ ଭୂମିହୀନ ଆଦିବାସୀ

ଭଦ୍ରକ ଅଫିସ,୨୦ା୬ – ଘରଡିହ ପଟ୍ଟା ତୁରନ୍ତ ଯୋଗାଇ ଦେବା ଦାବିରେ ଶତାଧିକ ଭୂମିହୀନ ଆଦିବାସୀ ପରିବାର ବୁଧବାର ଭଦ୍ରକ ତହସିଲ ଅଧୀନ ରାନ୍ଦିଆ ରାଜସ୍ବ...

ବଢ଼ି ଚାଲିଛି ‘ଲମ୍ପି’ ସଂକ୍ରମଣ

ଆରଡ଼ି, ୧୦।୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁର ପଞ୍ଚାୟତରେ ଗୋରୁମାନେ ‘ଲମ୍ପି ରୋଗରେ ଆକ୍ରାନ୍ତ ହୋଇଛନ୍ତି।...

୭ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଥିସହ ଦାବି...

କଣ୍ଟେନମେଣ୍ଟକୁ ନେଇ ବଢ଼ୁଛି ସମସ୍ୟା, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

ରାଇକିଆ,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ସମେତ ୧୩ଟି ଗ୍ରାମରେ ଗତ ୧୨ ଦିନ ହେଲା ଅଚଳାବସ୍ଥା ଦେଖାଦେଇଛି । ଜୁଲାଇ ୧୦ରେ ରାଇକିଆ ଅଞ୍ଚଳରୁ...

Advertisement
Archives

Model This Week