କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି ଫେରି ନ ଥିଲେ। ଦାୟିତ୍ୱରେ ଥିବା ଷ୍ଟାଫ ନର୍ସ ଜଣକ ତାଙ୍କୁ ଖୋଜାଖୋଜି କରି ଥିଲେ ମଧ୍ୟ ପାଇ ନ ଥିଲେ। ଶେଷରେ ପାଇଖାନା କବାଟ ବନ୍ଦ ଥିବା ଦେଖି ସନ୍ଦେହ କରି ପୋଲିସ ଏବଂ ପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ। ପୋଲିସ ଉପସ୍ଥିତିରେ କବାଟ ଖୋଲି ଦେଖିଲା ବେଳକୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଭବାନୀପାଟଣା ସଦର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’ ଉନ୍ମୋଚିତ

ଭୁବନେଶ୍ୱର,୧୯।୪: ଟାଇମ୍‌ପାସ୍‌ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’…

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri