ଷ୍ଟ୍ରେଚର୍‌ରେ ଖୋଲାଖୋଲି ନିଆଯାଉଛି ମୃତଦେହ

କଟକ ଅଫିସ,୬ା୯: ଏସ୍‌ସିବି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ ଷ୍ଟ୍ରେଚର୍‌ରେ ରଖି ନିଆଯାଉଛି। ଏହାକୁ ଦେଖି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମନୋବଳ ଭାଙ୍ଗିବା ସହ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ନୂଆ ରୋଗୀଟିଏ ହସ୍ପିଟାଲରେ ପ୍ରବେଶ କରିବାବେଳେ ଏପରି ଦୃଶ୍ୟ ଦେଖିଲେ ମନରେ ନକାରାତ୍ମକ ଚିନ୍ତା ପ୍ରବେଶ କରିବା ସ୍ବାଭାବିକ। ସେହିପରି ନିଦାନ ପାଇଁ ନେବା ଆଣିବା କରିବାବେଳେ କିମ୍ବା ଅନ୍ୟ କିଛି ଉଦ୍ଦେଶ୍ୟରେ ଯିବାଆସିବା ସମୟରେ ଷ୍ଟ୍ରେଚରରେ ଖୋଲାଖୋଲି ଭାବେ ମୃତଦେହ ନିଆଯାଉଥିବା ଦୃଶ୍ୟ ଦେଖିଲେ ମନରେ ଭୟ ସୃଷ୍ଟି ହୋଇଥାଏ ବୋଲି ଅନେକ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।
ଗଞ୍ଜାମ କବିସୂର୍ଯ୍ୟନଗରରୁ ସମ୍ପର୍କୀୟଙ୍କ ରକ୍ତକର୍କଟ ରୋଗର ଚିକିତ୍ସା ନିମନ୍ତେ ଏସ୍‌ସିବି ଆସିଥିବା ଦିବାକର ପଲାଇ କହିଛନ୍ତି, ଆମେ ଏଠାକୁ ପ୍ରାୟ ୧୩ ଦିନ ହେଲା ଆସିଛୁ। ସବୁଦିନ ସର୍ବ ସମ୍ମୁଖରେ ମୃତଦେହକୁ ଖୋଲାଖୋଲି ଭାବେ ନିଆଯାଉଛି। ଏମିତି ତ ଆମେ ଏକ ଜଟିଳ ରୋଗର ଚିକିତ୍ସା ପାଇଁ ଏଠାକୁ ଆସିଛୁ। ତା’ ସହିତ ଏପରି ଦୃଶ୍ୟ ବାରମ୍ବାର ଦେଖିଲେ, ଆମ ମନୋବଳ ଭାଙ୍ଗିବା ସ୍ବାଭାବିକ କଥା। ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ସ୍ଥାନାନ୍ତର ପାଇଁ ଘୋଡଣି ଯୁକ୍ତ ସ୍ବତନ୍ତ୍ର ଯାନ ବ୍ୟବସ୍ଥା କରାଇଲେ ଭଲ ହୁଅନ୍ତା। ସେହିପରି ପିଇସାଙ୍କ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା କରାଇବା ପାଇଁ ଭବାନୀପାଟଣାରୁ ଆସିଥିବା ରଘୁବୀର ଶର୍ମା କହିଛନ୍ତି, ଏଠାକୁ ଅନେକ ଆଶା ନେଇ ୨୧ ଦିନ ହେବ ଆସିଛୁ। କିନ୍ତୁ ରୋଗୀର ନିଦାନ ବେଳେ ହେଉକି ଅନ୍ୟ କିଛି ଜିନିଷ ପାଇଁ ଆବଶ୍ୟକ ପଡିଲେ ବାହାରକୁ ଗଲେ ଏଭଳି ଦୃଶ୍ୟ ଦେଖୁଛୁ। ତେଣୁ କିଛି ଗୋଟେ ବ୍ୟବସ୍ଥାରେ ପରିବର୍ତ୍ତନ କରାଗଲେ ଭଲ ହୁଅନ୍ତା। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଭାରପ୍ରାପ୍ତ ଅଧିକ୍ଷକ ଡା. ପ୍ରଶାନ୍ତ କୁମାର ନନ୍ଦ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ। ଆମେ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?