ଷ୍ଟ୍ରେଚର୍‌ରେ ଖୋଲାଖୋଲି ନିଆଯାଉଛି ମୃତଦେହ

କଟକ ଅଫିସ,୬ା୯: ଏସ୍‌ସିବି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ ଷ୍ଟ୍ରେଚର୍‌ରେ ରଖି ନିଆଯାଉଛି। ଏହାକୁ ଦେଖି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମନୋବଳ ଭାଙ୍ଗିବା ସହ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ନୂଆ ରୋଗୀଟିଏ ହସ୍ପିଟାଲରେ ପ୍ରବେଶ କରିବାବେଳେ ଏପରି ଦୃଶ୍ୟ ଦେଖିଲେ ମନରେ ନକାରାତ୍ମକ ଚିନ୍ତା ପ୍ରବେଶ କରିବା ସ୍ବାଭାବିକ। ସେହିପରି ନିଦାନ ପାଇଁ ନେବା ଆଣିବା କରିବାବେଳେ କିମ୍ବା ଅନ୍ୟ କିଛି ଉଦ୍ଦେଶ୍ୟରେ ଯିବାଆସିବା ସମୟରେ ଷ୍ଟ୍ରେଚରରେ ଖୋଲାଖୋଲି ଭାବେ ମୃତଦେହ ନିଆଯାଉଥିବା ଦୃଶ୍ୟ ଦେଖିଲେ ମନରେ ଭୟ ସୃଷ୍ଟି ହୋଇଥାଏ ବୋଲି ଅନେକ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।
ଗଞ୍ଜାମ କବିସୂର୍ଯ୍ୟନଗରରୁ ସମ୍ପର୍କୀୟଙ୍କ ରକ୍ତକର୍କଟ ରୋଗର ଚିକିତ୍ସା ନିମନ୍ତେ ଏସ୍‌ସିବି ଆସିଥିବା ଦିବାକର ପଲାଇ କହିଛନ୍ତି, ଆମେ ଏଠାକୁ ପ୍ରାୟ ୧୩ ଦିନ ହେଲା ଆସିଛୁ। ସବୁଦିନ ସର୍ବ ସମ୍ମୁଖରେ ମୃତଦେହକୁ ଖୋଲାଖୋଲି ଭାବେ ନିଆଯାଉଛି। ଏମିତି ତ ଆମେ ଏକ ଜଟିଳ ରୋଗର ଚିକିତ୍ସା ପାଇଁ ଏଠାକୁ ଆସିଛୁ। ତା’ ସହିତ ଏପରି ଦୃଶ୍ୟ ବାରମ୍ବାର ଦେଖିଲେ, ଆମ ମନୋବଳ ଭାଙ୍ଗିବା ସ୍ବାଭାବିକ କଥା। ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ସ୍ଥାନାନ୍ତର ପାଇଁ ଘୋଡଣି ଯୁକ୍ତ ସ୍ବତନ୍ତ୍ର ଯାନ ବ୍ୟବସ୍ଥା କରାଇଲେ ଭଲ ହୁଅନ୍ତା। ସେହିପରି ପିଇସାଙ୍କ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା କରାଇବା ପାଇଁ ଭବାନୀପାଟଣାରୁ ଆସିଥିବା ରଘୁବୀର ଶର୍ମା କହିଛନ୍ତି, ଏଠାକୁ ଅନେକ ଆଶା ନେଇ ୨୧ ଦିନ ହେବ ଆସିଛୁ। କିନ୍ତୁ ରୋଗୀର ନିଦାନ ବେଳେ ହେଉକି ଅନ୍ୟ କିଛି ଜିନିଷ ପାଇଁ ଆବଶ୍ୟକ ପଡିଲେ ବାହାରକୁ ଗଲେ ଏଭଳି ଦୃଶ୍ୟ ଦେଖୁଛୁ। ତେଣୁ କିଛି ଗୋଟେ ବ୍ୟବସ୍ଥାରେ ପରିବର୍ତ୍ତନ କରାଗଲେ ଭଲ ହୁଅନ୍ତା। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଭାରପ୍ରାପ୍ତ ଅଧିକ୍ଷକ ଡା. ପ୍ରଶାନ୍ତ କୁମାର ନନ୍ଦ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ। ଆମେ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବନ କର୍ମଚାରୀଙ୍କୁ ବାଜିଥିଲା ଗୁଳି : ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି

କଟକ,୧୯।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁତର ହୋଇ ଭର୍ତ୍ତି ହେଲେ ବାଲେଶ୍ୱର ଜିଲାର ଦୁଇ ବନ କର୍ମଚାରୀ । ସୋମବାର ବିଳମ୍ବିତ ରାତିରେ ପଞ୍ଚଲିଙ୍ଗେଶର ଅଭୟାରଣ୍ୟରେ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri