ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ

ବ୍ୟାଙ୍କକ୍‌,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୁରଟ ଥାନି ପ୍ରଦେଶରୁ ରାତାରାତି ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ କୋହ ତାଓକୁ ଯାଉଥିଲା। ତା’ପରେ ଜଣେ ଯାତ୍ରୀ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣିବା ସହ ଧୂଆଁ ବାହାରୁଥିବା ଦେଖିଥିଲେ। ଡଙ୍ଗାରେ ଥିବା ଜଣେ ଯାତ୍ରୀ ମୈତ୍ରୀ ପ୍ରମଜମ୍ପା କହିଛନ୍ତି, ୫ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ସେ ଧୂଆଁ ଓ ନିଆଁ ବାହାରୁଥିବାର ଦେଖିଥିଲେ ଏବଂ ସେତେବେଳେ ଲୋକମାନେ ଜୋର୍‌ରେ ପାଟି କଲେ।

ସେ କହିଛନ୍ତି, ଆମ ପାଖରେ ଲାଇଫ୍‌ ଜ୍ୟାକେଟ୍‌ ନ ଥିଲା। ଏହା ଅତ୍ୟନ୍ତ ଭୟାନକ ଥିଲା। ଲୋକମାନେ କାନ୍ଦୁଥିଲେ। ମୋ’ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ଏହି ଜାହାଜରେ ୯୭ ଜଣ ସୁରଟ ଥାନିରୁ ଆସିଥିଲେ। ପ୍ରଦେଶର ଜନସମ୍ପର୍କ ବିଭାଗ କହିଛି ଯେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଇଞ୍ଜିନରେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପ୍ରକୃତ ନିଆଁ ଲାଗିବାର କାରଣ କ’ଣ ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?