୧୫ଦିନ ସୁଯୋଗ ଦେଲା ବିଏମ୍‌ସି

ଭୁବନେଶ୍ୱର,୧।୧(ବ୍ୟୁରୋ): ଅନଧିକୃତ ନିର୍ମାଣକୁ ନିୟମିତ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନା ଅଧୀନରେ ଆସିଥିବା ଦରଖାସ୍ତଗୁଡ଼ିକରେ ଯେଉଁସବୁ ଆବଶ୍ୟକ ନଥିର ଅଭାବ ରହିଛି ସେହି ବାବଦରେ ବହୁ ପୂର୍ବରୁ ମହାନଗର ନିଗମ ପକ୍ଷରୁ ଆବେଦନକାରୀଙ୍କୁ ଅବଗତ କରାଯାଇଛି। ତେବେ ଅନେକ କ୍ଷେତ୍ରରେ ଅନୁପାଳନଗୁଡ଼ିକ ପ୍ରାପ୍ତ ହୋଇ ନ ଥିବାବେଳେ ଅନେକ ପ୍ରାପ୍ତ ହୋଇଥିବା ଅନୁପାଳନ ଅସମ୍ପୂର୍ଣ୍ଣ ଅଛି। ଏଥିପାଇଁ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଦରଖାସ୍ତକୁ ଜାନୁୟାରୀ ୩୧ ସୁଦ୍ଧା ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଯେଉଁମାନେ ସମ୍ପୂର୍ଣ୍ଣ ଅନୁପାଳନ ସହିତ ଏ ସଂକ୍ରାନ୍ତ ଦରଖାସ୍ତ ଦେଇନାହାନ୍ତି, ସେମାନେ ଦରଖାସ୍ତ ନାକଚରୁ ନିବୃତ ରହିବା ପାଇଁ ବିଜ୍ଞପ୍ତି ପ୍ରକାଶନର ୧୫ ଦିନ ମଧ୍ୟରେ ନିଜର ଦରଖାସ୍ତର ଆବଶ୍ୟକତାମୂଳକ ସମସ୍ତ ଅନୁପାଳନ ଦାଖଲ କରିବାକୁ ସୁଯୋଗ ଦିଆଯାଇଛି।
ସୂଚନା ଅନୁଯାୟୀ, ନିର୍ମାଣ ଜନିତ ସରକାରୀ ନିୟମ ଅନୁମୋଦିତ କ୍ଷମା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ୨୦୧୮ରେ ଏକ ନିୟମ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ନାଗରିକଙ୍କ ଆବଶ୍ୟକତା ଅନୁସାରେ ଏହି ନିୟମର କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା। ପୁନଶ୍ଚ ଏଥିରେ କିଛି ପରିବର୍ତ୍ତନ କରାଯାଇ ନାଗରିକଙ୍କ ସୁବିଧା ନିମନ୍ତେ ଯୋଜନାକୁ ଲାଗୁ କରାଯାଇଛି। ତେବେ ମହାନଗର ନିଗମାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଏ ସଂକ୍ରନ୍ତୀୟ ୨୨ଶହ ଆବେଦନ ଆସିଥିବାବେଳେ ଏଥିରୁ ପ୍ରାୟ ୭ଶହ ଆବେଦନର ସମାଧାନ କରାଯାଇଛି। ଅନ୍ୟ ସମସ୍ତ ଆବେଦନ ବିଭିନ୍ନ କାରଣ ପାଇଁ ହୋଇନାହିଁ ବୋଲି ନଗର ଯୋଜନାକାରୀ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri