‘ଲୋକଙ୍କ ସେବା, ସୁରକ୍ଷାକୁ ପ୍ରାଥମିକତା’

କଟକ ଅଫିସ,୧ା୧: ଓଡ଼ିିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପୂର୍ବତନ ଡିଜିପି ଅଭୟ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ। ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ନୂତନ ଡିଜିପି ବଂଶଲଙ୍କୁ ସ୍ବାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ନୂତନ ଡିଜିପି ବଂଶଲ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଛନ୍ତି, ମୋ’ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ରଖି ଗୁରୁଦାୟିତ୍ୱ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ଓଡ଼ିିଶାବାସୀଙ୍କୁ ସେବା ଓ ସୁରକ୍ଷା ଯୋଗାଇଦେବା ଉପରେ ପ୍ରାଥମିକତା ରହିବ। ବିଶେଷକରି ରାଜ୍ୟର ଦୁର୍ବଳ, ଅସହାୟ, ଆଦିବାସୀ, ବୟସ୍କ ଓ ମହିଳାଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଯେଉଁମାନେ ଥାନାକୁ ଆସିପାରୁ ନାହାନ୍ତି, ପୋଲିସ ତାଙ୍କ ପାଖରେ ପହଞ୍ଚତ୍ବ।
ସେହିପରି ଏବେ କରୋନା ମହାମାରୀ କମି ନ ଥିବାରୁ ଓଡ଼ିଶା ପୋଲିସ ସଜାଗ ରହିବ। ସାଇବର କ୍ରାଇମ ରୋକିବା ନେଇ ସେ କହିଛନ୍ତି, ନିକଟରେ ରାଜ୍ୟ ସରକାର ୧୪ଟି ଥାନା ଓ ସାଇବର ଥାନା ଲୋକାର୍ପଣ କରିଛନ୍ତି। ଏହା ସାଇବର ଅପରାଧ ଦମନ ଦିଗରେ ବେଶ୍‌ ସହାୟକ ହେବ। ଆଗକୁ ବିଭାଗରେ ଅଧିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ ସହ ସଚେତନ ଓ ସତର୍କତା ଦ୍ୱାରା ସାଇବର ଅପରାଧକୁ ରୋକାଯିବ। ମାଓବାଦୀ ଦମନ ଓ ନିଶା କାରବାର ରୋକିବା ନେଇ ନୂତନ ଡିଜିପି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ମାଓବାଦୀ ମୁକାବିଲା ସ୍ଥିତି ଭଲ ରହିଛି। ପଡ଼ୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ମାଓବାଦୀପ୍ରବଣ ରାଜ୍ୟ ସହ ମିଶି ମୁକାବିଲା କରାଯିବ। ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ସହ ନିଶା କାରବାର ଦିଗରେ କଠୋର ପଦକ୍ଷେପ ନିଆଯିବ। ସେହିପରି ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନାକୁ ଦୃଢ ହସ୍ତରେ ଦମନ କରାଯିବ। ଏ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ସ୍ବତନ୍ତ୍ର ସେଲ କାର୍ଯ୍ୟ କରୁଛି। ସେହି ସେଲ୍‌ରେ ଅଧିକ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଆଇନଶୃଙ୍ଖଳା ଯୋଗୁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି କି ପ୍ରଶ୍ନରେ ସେ କହିଛନ୍ତି, ପୋଲିସ ବିଭାଗରେ ସର୍ବଦା ଚ୍ୟାଲେଞ୍ଜ ରହିଥାଏ। ତେବେ ତଦନ୍ତକୁ ପ୍ରାଥମିକତା ଦିଆଯାଏ। ରାଜ୍ୟକୁ ଅପରାଧମୁକ୍ତ କରାଯିବା ଦିଗରେ କଠୋର ପଦକ୍ଷେପ ନିଆଯିବ ବୋଲି ବଂଶଲ କହିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ନେଇ ସେ କହିଛନ୍ତି, ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ କରାଯିବାକୁ ପଦକ୍ଷେପ ନିଆଯିବ। କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ନୂତନ ଡିଜିପି ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ନେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସରକାର ଓ ୫-ଟି ବ୍ୟବସ୍ଥା ଲାଗୁ କରିଛନ୍ତି। ଏହା ଅତ୍ୟନ୍ତ ଅଭିନବ ଯୋଜନା। ମୋ’ ସରକାର ଯୋଗୁ ରାଜ୍ୟରେ ଅପରାଧ କମିବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରୁଛି। ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ପୋଲିସ ବିଭାଗରେ କଡ଼ାକଡ଼ି ଭାବେ ଅନୁପାଳନ କରାଯିବ। ସ୍ବଚ୍ଛତା ଓ ଜ୍ଞାନକୌଶଳ ଉପଯୋଗ କରି ଦୁର୍ନୀତିକୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?