ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍‌

ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍‌ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଅଞ୍ଚଳର ଜମି ପରିଦର୍ଶନ କରି ଚାଷୀଙ୍କ ସହିତ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସ୍ଥାନୀୟ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ବେଳେ ଚାଷଜମି ଫାଟି ଆଁ କରିଥିବା ଦେଖିବାକୁ ପାଇଥିଲେ। ସରକାର ଏହି ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ପୁରୋହିତ ଦାବି କରିଛନ୍ତି। ସରକାର ମରୁଡ଼ି ଘୋଷଣା ନ କଲେ ଭାଜପା କୃଷକ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଟିମ୍‌ରେ ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଶ୍ୱଜିତ୍‌ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ବଜ୍ରକାପ୍ତା ଜନ୍ମ ଦେଲା ଶାବକ

ବାରିପଦା ଅଫିସ,୧ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ମଙ୍ଗଳବାର ରାତିରେ କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା...

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ...

ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର...

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି।...

୯୦୦ ଟନ ସ୍କ୍ରାପ୍‌ ନଷ୍ଟକଲା ପାରାଦୀପ ବନ୍ଦର

ପାରାଦୀପ,୨୮ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ୨-୦ ଆରମ୍ଭ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ...

ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତେଜିଲା

ସରଣ୍ଡା,୨୦।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ବୁଧବାର ତେଜିଛି। ତୃତୀୟ ଦିନରେ ଚାଷୀମାନେ ଅତାବିରା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି। ଆନ୍ଦୋଳନ ତେଜି...

ସରକାରୀ ଜମିରୁ କାଟିଥିଲେ ଗଛ, ଶୀଘ୍ର ହେବ ନିଲାମ

ଖଇରା,୫ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଖଇରା ରାଜସ୍ବ କ୍ଷେତ୍ର ଅଧୀନ ଆଳଦା ଗ୍ରାମର ସରକାରୀ ଜମିରେ ଥିବା ବଡ କୈମ ଓ ତାଳ ଗଛକୁ...

ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଯୁବ ସଙ୍ଗଠକ

କେସିଙ୍ଗା,୧୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହ ବଲାଙ୍ଗୀର ଜିଲା ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ସହରଠାରୁ ପ୍ରାୟ ୫୦୦ ମିଟର ଦୂର ଏକ...

Advertisement
Archives

Model This Week